ARTICLE AD BOX
ଅନୁଗୋଳ: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ଆସିଛି। ବନ୍ୟାଜଳ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଓ ଟିକରପଡ଼ା ଅଞ୍ଚଳର ପ୍ରାୟ ୨୦ଟି ଗାଁରେ ପ୍ରବେଶ କରିଛି। ଏହି ଗାଁଗୁଡ଼ିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଅନୁଗୋଳ ଜିଲ୍ଲାର ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ କେହି ମୃତାହତ ହୋଇନଥିଲେ ମଧ୍ୟ ହଜାର ହଜାର ହେକ୍ଟର ଚାଷଜମି ପାଣିରେ ବୁଡ଼ିଯାଇଛି।
Blood Donation: ରକ୍ତ ନୁହେଁ, ଜଣେ ଯୁବକ ପାଇଁ ଦୌଡ଼ିଲା ମାନବିକତା!
ମହାନଦୀରେ ବନ୍ୟାଜଳ ଆସିବା ପରେ ଗତକାଲି ଅପରାହ୍ଣରେ ଆଠମଲ୍ଲିକ ବ୍ଲକ୍ କୁଦଗାଁ ଅଞ୍ଚଳରେ ପାଣି ପଶିଥିଲା। ଏପଟେ ଜାମୁଡୋଲି, ଓଲଥ ଓ ଲୁହାସିଂହା ପଞ୍ଚାୟତର ବହୁ ଗାଁ ଜଳବନ୍ଦି ହୋଇରହିଛି। ଅଏଡ଼ା-ବିନିକେୟୀ ରାସ୍ତାରେ ଚଣାନାଳି ନାଳ ଉପରେ ୧୦ ଫୁଟ ପାଣି ରହିଥିବାରୁ ଜାମୁଡୋଲି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଏଥିପାଇଁ ତହସିଲ ପ୍ରଶାସନ ପକ୍ଷରୁ ମୋଟର୍ ବୋଟ୍ ପକାଇ ଲୋକଙ୍କୁ ନେବା ଆଣିବା କରାଯାଉଛି। କୌଣସି ଜରୁରି କାମରେ ଲୋକମାନେ ଏହି ମୋଟର ବୋଟ୍ରେ ଯାଉଛନ୍ତି। ଅଗ୍ନିଶମ ବାହିନୀ ତରଫରୁ କୁଦଗାଁ ଓ ଓଳଥ ନିକଟରେ ଦୁଇଟି ଡଙ୍ଗା ରଖାଯାଇଛି। ଆବଶ୍ୟକ ହେଲେ ଲୋକଙ୍କୁ ନେବା ଆଣିବା କରାଯାଉଛି। ଏହା ସହିତ ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି। କୁଦଗାଁ ପଞ୍ଚାୟତର ଏକାଧିକ ଗାଁ ଏବେ ବି ପାଣିଘେରରେ ରହିଥିବାରୁ ଏଠାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଲୋକମାନେ ନିଜ ଘରେ ବନ୍ଦୀ ଜୀବନ କାଟୁଛନ୍ତି।
ଅନୁଗୋଳ ଜିଲ୍ଲାର ୨୦ ଗାଁ ପ୍ରଭାବିତ
ଜଳଘେରରେ ୩୦ ହଜାର ଲୋକ
ବୁଡ଼ିଛି ହଜାର ହଜାର ହେକ୍ଟର ଚାଷଜମି
Flood In Odisha: ତେଲ, ଉତେଇ ନଦୀରେ ବନ୍ୟା, ଶତାଧିକ ଏକର ଚାଷଜମି ଜଳମଗ୍ନ
ଅନୁଗୋଳ ବ୍ଲକ୍ର ଟିକରପଡ଼ା ପଞ୍ଚାୟତ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ମହାନଦୀ ଫୁଲିବାରୁ ୩ଟି ଗାଁରେ ପାଣି ପଶିଛି। ଏଥିପାଇଁ ଗଇଁଦି, ବେହେରାସାହି ଓ ମଝିପଡ଼ା ଗାଁ ବାହ୍ୟ ଜଗତରୁ ଅଲଗା ହୋଇଯାଇଛି। ଲୋକେ ଜଳଘେରରେ ଗତକାଲିଠାରୁ ରହିଛନ୍ତି। ଜିଲ୍ଲାପାଳ ଆଜି ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତି ସମୀକ୍ଷା କରିଛନ୍ତି। ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ଏବଂ ସମ୍ବେଦନଶୀଳ ସ୍ଥାନରେ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି ବୋଲି ଜିଲ୍ଲାପାଳ ଅବଦଲ୍ ଏ.ଅଖତର କହିଛନ୍ତି। ଲୋକମାନେ ଗତକାଲିଠାରୁ ପାଣି ଘେରରେ ରହିଥିଲା ବେଳେ ଆଜି ସକାଳେ ଜଳସ୍ତର ବଢ଼ିଥିଲା। ହେଲେ, ଅପରାହ୍ଣ ପରଠାରୁ ଜଳସ୍ତର ସାମାନ୍ୟ ଖସୁଛି। ଏପଟେ ଉପର ମୁଣ୍ଡରେ ବର୍ଷା ମଧ୍ୟ କମିଛି। ଦିନେ ଦୁଇଦିନ ଭିତରେ ସ୍ଥିତି ସୁଧୁରିଯିବ ବୋଲି ଆଶା ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ବର୍ଷାରେ ହଜାର ହଜାର ହେକ୍ଟର ଜମିରେ ପାଣି ମାଡ଼ି ଯାଇଥିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛି। ଜମି ଉପରେ କେଉଁଠି ୨ ଫୁଟ ପାଣି ତ କେଉଁଠି ୧୦ ଫୁଟ ଜମିଛି। ବର୍ଷା କମିଲେ ସ୍ଥିତି ସମୀକ୍ଷା କରାଯିବା ସହ କ୍ଷୟକ୍ଷତି ଆକଳନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

3 days ago
1


