ARTICLE AD BOX
ଭଦ୍ରକ: ବିପଦ ସଙ୍କେତ ୧୭. ୮୩ ମିଟର ଥିବା ବେଳେ ଏବେ ୧୭.୬୮ ମିଟର ତଳେ ବୈତରଣୀର ବନ୍ୟାଜଳ ପ୍ରବାହିତ । ସାଳନ୍ଦୀର ବନ୍ୟା ଜଳ ଭଦ୍ରକର ରାଜଘାଟ ଠାରେ ୧୮. ୫୦ ମିଟର ଉପରେ ପ୍ରବାହିତ ହେଉଛି। ସାଳନ୍ଦୀର ଜଳସ୍ତର ବଢୁଥିବା ବେଳେ ବୈତରଣୀର ଜଳସ୍ତର କମିବାରେ ଲାଗିଛି।
୧୫୯ଟି କେନ୍ଦ୍ରରେ ଲୋକଙ୍କୁ ଏବେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି
ଭଦ୍ରକ ଜିଲ୍ଲାର ୬ ବ୍ଲକର ୪ ଲକ୍ଷ ଲୋକ ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୮୧ ପଞ୍ଚାୟତର ୪୫୦ ଗାଁ ଲୋକଙ୍କର ୫୩ ହଜାର ହେକ୍ଟର ଚାଷ ଜମିରେ ଏବେ ବି ବନ୍ୟା ଜଳ ବୁଡ଼ି ରହିଛି। ୧୫୯ଟି କେନ୍ଦ୍ରରେ ଲୋକଙ୍କୁ ଏବେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।
ଆଜି ଭଦ୍ରକର ନୂଆ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଯୋଗ ଦେବାକୁ ଥିବା ବେକେ ସେ ଆଜି ସକାଳୁ କେନ୍ଦୁଝରଜିଲ୍ଲା ହାଟଡିହି ବ୍ଲକ୍ ର ହଦଗଡ଼ ଡ୍ୟାମ ବୁଲି ଦେଖିବା ସହ ଏହାର ସ୍ଥିତି ଅନୁଧ୍ୟାନ କରୁଛନ୍ତି।

3 days ago
1


