Flood In Kendrapara: ବନ୍ୟା ଆଣିଲା ଦାଉ; ୫ ହଜାର ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ

4 days ago 3
ARTICLE AD BOX

ପଟ୍ଟାମୁଣ୍ତାଇ (ଜଗନ୍ନାଥ ଆଚାର୍ଯ୍ୟ): ବ୍ରାହ୍ମଣୀ ନଦୀରେ ପ୍ରଥମ ବନ୍ୟାଜଳ ଆସିଛି। ଅଳଭା ଠାରେ ନଦୀ ବିପଦ ସଂକେତ ଅତିକ୍ରମ କରିଛି। ପଟ୍ଟାମୁଣ୍ଡାଇ ବ୍କକର ୧୨ ଗୋଟି ପଂଚାୟତର ଓ ପୌରଚଂଳର ୫ଟି ୱାର୍ଡର ପ୍ରାୟ ୩୦ ହଜାର ଲୋକଜଳବନ୍ଦି ହୋଇପଡିଛନ୍ତି।  ୩ ନଦୀ ଘେରା ସିଂହଗାଁ ପଂଚାୟତର ପ୍ରାୟ ୫ ହଜାରରୁ ଅଧିକ ଲୋକ ବାହ୍ୟ ଜଗତରୁ ସଂପୁର୍ଣ୍ଣ ବିଛିନ୍ନ ହୋଇପଡିଛନ୍ତି। 

ଏହି ପଂଚାୟତର ୪ଟି ଗାଁର ସ୍ଥିତି ଉଦବେଗ ଜନକ ହୋଇପଡିଛି। ଏହି ପଂଚାୟତ ସଂପୁର୍ଣ୍ଣ ବାହ୍ୟଜଗତରୁ ବିଛିନ୍ନ ହେବା ସହ ଗାଁ ଦାଣ୍ଡରେ ବନ୍ୟାସ୍ରୋତ ଛୁଟିଛି।  କାଣୀ, ଖରସ୍ରୋତା  ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଯୋଗୁ ୩ ନଦୀ ଘେରା ସିଂହଗାଁ ଗ୍ରାମ ପଂଚାୟତର କୃର୍ଷ୍ଣଦାସପୁର, ସାନରାଉଳିଆ, ବଡରାଉଳିଆ ଓ ସିଂହଗାଁ, ପାଣିସାଉଁଳିଆ, ଗ୍ରାମ ପାଣି ଘେରେରେ ରହିବା ସହ ବହୁ ଲୋକଙ୍କ ଘରେ ପାଣି ପଶିଛି। 

ଏହି ପଂଚାୟତର ସବୁ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ବିଦ୍ୟୁତ ନଥିବା ଯୋଗୁ ଲୋକମାନଙ୍କ ଦୁଦ୍ଧଶା ଆହୁରି ବଢ଼ିଯାଇଛି। ହଠାତ ଗତକାଲି ପାଣି ଆସିଥିବାରୁ ଲୋକମାନେ ପ୍ରସ୍ତୁତି ନଥିଲେ। ଡଙ୍ଗା ନଥିବାରୁ ଲୋକେ ଘରୁ ବାହାରି ପାରୁ ନାହାନ୍ତି। ବ୍ରାହ୍ମଣୀ ସହିତ କାଣି ଓ  ଖରସ୍ରୋତା ସମେତ ଏହାର ଶାଖା ନଦୀ ମଧ୍ୟ  ବନ୍ୟା ଜଳ ଆସିବା ଯୋଗୁ ଧୋୟା ଅଂଚଳ ଲୋକ ପ୍ରଭାବିତ ହୋଇଛନ୍ତି।  

ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଂକେତ ତଳେ ସବୁ ନଦୀର ଜଳସ୍ତର

ଅଳଭା ଠାରେ ବ୍ରାହ୍ମଣୀ ନଦୀ ଜଳ ପତନ ବିପଦ ସଂକେତ ୧୬ ଫୁଟ ଅତିକ୍ରମ କରି ୧୮ ଫୁଟରେ ପ୍ରବାହିତ ହେଉଛି। ତିନି ନଦୀ ଘେରା ସିଂହଗାଁ ଗ୍ରାମ ପଂଚାୟତ ବାହ୍ୟ ଜଗତରୁ ବିଛିନ୍ନ ହେବା ସହ ପାଣି ଘେରେ ରହିଛି। ଏହି ପଂଚାୟତ ସହିତ ପ୍ରଶାସନ ଯୋଗଯୋାଗ କରିପାରୁ ନଥିବାର ଅଭିଯୋଗ ହୋଇଛି। ବନ୍ୟା ଯୋଗୁ ଧୋୟା ଅଂଚଳର ଶହଶହ ଏକର ଚାଷ ଜମି ପାଣିରେ ବୁଡି ରହିଛି। ଧୋୟା ଅଂଚଳରେ ଥିବା ବିଭିନ୍ନ ସ୍କୁଲ ଓ କଲେଜରେ ପାଣି ପଶିଛି। ଦାଣ୍ଡିସାହି କଲେଜ ଓ ଜୟହିନ୍ଦ ହାଇସ୍କୁଲର ବନ୍ୟାଜଳ ପଶିଛି। ପିଲାମାନେ ସ୍କୁଲରେ ପଢ଼ୁଥିବା ବେଳେ  ହଜୟହିନ୍ଦ ହାଇସ୍କୁଲ ଭିତରେ ବନ୍ୟା ଜଳ ପ୍ରବେଶ କରିଥିଲା। ଏବେ ୪ ଫୁଟ ବନ୍ୟା ଜଳ ସ୍କୁଲ ଅଫିସ ସମେତ ଶ୍ରେଣୀ ଗୃହରେ ଜମି ରହିଛି। 

ସେହିପରି ଭାବରେ ଧୋୟା ଅଂଚଳରେ ଥିବା ବହୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଣି ପଶିଥିବାର ଖବର ମିଳିଛି। ଚାଷ ଜମି ଗୁଡିରେ କରାଯାଇଥିବା ଧାନ ଚାଷ ଓ ପନି ପରିବା ଗୁଡିକ ପାଣିରେ ବୁଡି ରହିଛି। ସିଂହଗାଁ ଗ୍ରାମର ବହୁ ଲୋକଙ୍କ ଘରେ ପାଣି ପଶିବା ସହ ଗ୍ରାମ ରାସ୍ତା ଗୁଡିକ ବୁଡି ଜଳସ୍ରୋତ ଚାଲିଛି। ପେଣ୍ତପାଳ, ତରଡିପାଳ, ବଲୁରିଆ, ଅମୃତମଣୋହୀ, ଅଣ୍ତାରା, ବାଲିପାଟଣା ବାଛରା, ଡାରପୁର, ଶ୍ରୀରାମପୁର, ବଳଭଦ୍ରପୁର ପ୍ରଭୃତି ଗ୍ରାମ ପଂଚାୟତର ବହୁ ଗ୍ରାମ ପଂଚାୟତ ପାଣି ଘେରରେ ରହିଛି। ଧୋୟା ଅଂଚଳରେ ଥିବା ପ୍ରାୟ ଅଧିକାଂଶ ଗ୍ରମ୍ୟରାସ୍ତା ବୁଡି ପ୍ରଖର ସୁଅ ଛୁଟିଛି। ଚାଷଜମି ଗୁଡିକ ମଧ୍ୟ ସଂପୁର୍ଣ୍ଣ ଭାବେ ବୁଡି ରହିଛି। ବନ୍ୟା ସାଙ୍ଗକୁ ମାଳମାଳ କୁମ୍ଭୀର ଲୋକ ମାନଙ୍କ ଭିତରେ ଆତଙ୍କ ଘେଳାଇ ଦେଇଛି। ଡଙ୍ଗା ନଥିବା ବେଳେ କୁମ୍ଭୀର ଆତଙ୍କ ସ୍ଥିତିକୁ ଅଧିକ ସଂଙ୍ଗିନ କରିଦେଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.