Flood in Bhadrak: କମୁଛି ସାଳନ୍ଦୀ-ବୈତରଣୀର ବନ୍ୟାଜଳ, ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା

2 hours ago 2
ARTICLE AD BOX

ଭଦ୍ରକ (ହରିହର ନାୟକ): ସାଳନ୍ଦୀ ଓ ବୈତରଣୀ ନଦୀର ଜଳସ୍ତର କିଛି ମାତ୍ରାରେ କମୁଛି। ସନ୍ଧ୍ୟା ସୁଦ୍ଧା ସାଳନ୍ଦୀର ଭଦ୍ରକ ରାଜଘାଟ ଠାରେ ବିପଦ ସଙ୍କେତ ୧୭ ଫୁଟ ଥିବା ବେକେ ଏଠାରେ ୧୬.୧୦ ଫୁଟ ତଳେ ବନ୍ୟାଜଳ ପ୍ରବାହିତ ହେଉଛି। ଆଜି ସନ୍ଧ୍ୟା ସୁଦ୍ଧା ବୈତରଣୀର ଆଖୁଆପଦା ଠାରେ ବନ୍ୟା ଜଳ ବିପଦ ସଙ୍କେତ ୧୭. ୮୩ ମିଟର ଥିବା ବେଳେ ଏଠାରେ ଏବେ ୧୭. ୭୫ ମିଟର ତଳେ ବନ୍ୟାଜଳ ପ୍ରବାହିତ ହେଉଛି। ବନ୍ୟାଜଳ କମୁଥିବା ବେକେ ନଦୀକୂଳିଆ ଲୋକେ ଟିକେ ଆଶ୍ଵସ୍ଥ ରହୁଥିବା ବେକେ ତଳିଆ ଅଞ୍ଚଳରେ ବିପଦ ଛାଡ଼ି ନାହିଁ। ତିନି ଦିନର  ଲଗାଣ ବର୍ଷାରେ  ସାଳନ୍ଦୀ  ଓ ବୈତରଣୀ।

ନଦୀର ଜଳସ୍ତର ଫୁଲି ଉଠି ଦ୍ୱିତୀୟ ବନ୍ୟା ଆସିଥିଲା। ବନ୍ୟାଜଳ ପୁଣି ବ୍ୟାପକ ଚାଷ ଜମିକୁ ବୁଡ଼ାଇ ରଖୁଛି। ପ୍ରବଳ ବର୍ଷା ଯୋଗୁଁ ସାଳନ୍ଦୀ ଓ ବୈତରଣୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ। ଭଦ୍ରକ ସହରର ସମେତ ଭଦ୍ରକ ବ୍ଲକର ୧୦ ପଞ୍ଚାୟତ, ତିହିଡି ବ୍ଲକର ୧୧ ପଞ୍ଚାୟତ, ଭଣ୍ଡାରିପୋଖରୀର ୧୫ ପଞ୍ଚାୟତ, ଧାମନଗର ବ୍ଲକର ୩୦ ପଞ୍ଚାୟତ, ଚାନ୍ଦବାଲି ବ୍ଲକର ୮ ପଞ୍ଚାୟତ  ଜଳମଗ୍ନ ହୋଇପଡ଼ିଛି।

ସାଳନ୍ଦୀରେ ବନ୍ୟାଜଳ ବୃଦ୍ଧି ପାଇବା ପରେ ଆଜି ସୁଦ୍ଧା ଭଦ୍ରକ ବ୍ଲକର ରାମୁକୁନ୍ଦପୁର ଗ୍ରାମସ୍ଥିତ ପକାପୋଲ ବନ୍ୟାପାଣିରେ ବୁଡ଼ି ରହିଛି। ସାଳନ୍ଦୀ ଓ ନାଲିଆ ନଦୀରେ ବନ୍ୟା ଆସି ଏହି ଅଞ୍ଚକକୁ ପୁଣି ଜଳମୟ କରୁଛି। ଦ୍ୱିତୀୟ ବନ୍ୟା ଲୋକଙ୍କୁ ଆହୁରି କଲବଲ କରୁଥିବା ବେଳେ ଲୋକଙ୍କ ପାଖରେ ଠିକ ଭାବରେ ରିଲିଫ ପହଞ୍ଚି ନାହିଁ କି ରିଲିଫ ଠିକ ଭାବରେ ପହଞ୍ଚି ନାହିଁ। ଲୋକେ ଭୋକ ଉପବାସରେ ରହୁଛନ୍ତି ନେତାମାନେ ମାଳମାଳ ହୋଇ ବୁଲି ଫଟୋ ଉଠାଇ ଥିବା ବେଳେ ଲୋକଙ୍କର ବାସ୍ତବ ସମସ୍ୟାର ସମାଧାନ ହୋଇପାରୁ ନାହିଁ।।

ରିଲିଫ୍‌ ନେଇ ରାଜନୀତି

ରିଲିଫ ଓ ପଲିଥିନକୁ ନେଇ ରାଜନୀତି ଜିଲ୍ଲାରେ ଆରମ୍ଭ ହୋଇଯାଇଛି। ଧାନଗର୍ ବ୍ଲକର ରିଲିଫ ସାମଗ୍ରୀ ଓ ପଲିଥିନ ନେଇ ବିଜେଡି ସିଧା ସଳଖ ଭାବରେ ଅଭିଯୋଗ ଉଠାଇ ଜିଲ୍ଲାପାଳଙ୍କ ନିକଟରେ ଫେରଦ ହୋଇଛନ୍ତି। ପ୍ରକୃତ ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଉ ବୋଲି ପୂର୍ବତନ ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ ଅଭିଯୋଗ ଉଠାଇଛନ୍ତି। ସେହିପରି ହସନାବାଦ ପଞ୍ଚାୟତ ଓ ଧୁଷୁରୀ ଅଞ୍ଚଳରେ ବନ୍ୟା ବିପନ୍ନଙ୍କୁ ସହାୟତା ଯୋଗାଇ ଦିଆଯାଉ ନାହିଁ ବୋଲି ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ ଅଭିଯୋଗ ଉଠାଇଛନ୍ତି। ଅନେକ ବିପନ୍ନ ଏବେ ଭଙ୍ଗା କୁଡ଼ିଆରେ ପଡ଼ି ରହିଥିବା ବେକେ ଆଉ କିଛି ଲୋକ ପର ଘର ଓଳିତଳେ ରହି ଜୀବନ ବିତାଉ ଛନ୍ତି। ଏହି ବିପନ୍ନ।ଙ୍କୁ ପର୍ଯ୍ୟାପ୍ତ ପଲିଥିନ ଯୋଗାଇ ଦିଆଯାଉ ବୋଲି ଦାବି ହୋଇଛି। 

Floodwater: ବନ୍ୟାଜଳ ଖସୁଛି: ହିଡ଼ମୁଣ୍ଡରେ ଚାଷୀ କାନ୍ଦୁଛି

ଗରିବଙ୍କୁ ପଲିଥିନ ବିତରଣ ଦାବି

ସେହିପରି ଭଦ୍ରକ ସହରର ବାଉଦପୁର୍, କୁଆଁଶ, ଅସ୍ଥଲ, ମଠସାହି, ପୁରୁଣାବଜାର, ଧନା ଟୋଲା ଆଦି ଅଞ୍ଚଳ ସବୁ ବନ୍ୟାପାଣିରେ ବୁଡିଯାଇଛି। ଏହି ଅଞ୍ଚଳର ଗରିବ ଲୋକଙ୍କୁ ପଲିଥିନ ଓ ରିଲିଫ ପ୍ରଦାନ କରାଯାଉ ବୋଲି ଭଦ୍ରକ ବ୍ଲକ ଅଧ୍ୟକ୍ଷ ମୁକୁନ୍ଦ ଦେବ୍ ସାମଲ ଦାବି ଉଠାଇଛନ୍ତି। ଭଦ୍ରକ ପୌରପାଲିକା ଅଞ୍ଚଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଲୋକଙ୍କୁ ସହାୟତା ଠିକ ଭାବରେ ମିଳୁ ନଥିବାରୁ ଲୋକଙ୍କ ଭିତରେ  ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବନ୍ୟା ଘେରରେ ଅନେକ ଲୋକଙ୍କ ଘରେ ଚୁଲି ଜଳି ନଥିବା ବେଳେ ଏବେ ବି ସେମାନଙ୍କୁ ରିଲିଫ ଖାଦ୍ୟ ଦିଆଯାଉଛି। ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେକେ ସେମାନଙ୍କୁ ପଲିଥିନ ମଧ୍ୟ ଠିକ୍ ଭାବରେ ଯୋଗାଇ ଦିଆଯାଇ ନାହିଁ। ଏପରି ଅବସ୍ଥାରେ ପୁଣି ବନ୍ୟା ପାଣି ଆସିବା ଭୟ ଲୋକଙ୍କୁ ଘାରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.