ARTICLE AD BOX
ଆଠଗଡ଼: ଲଗାଣ ବର୍ଷା ଯୋଗୁଁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ସାପୁଆ ନଦୀରେ ପ୍ରବାହିତ ହୋଇଛି।
ପ୍ରବଳ ବର୍ଷା ଯୋଗୁଁ ଆଠଗଡ଼ ସହର ମଧ୍ୟରେ ମଧ୍ୟ ବିଭିନ୍ନ ସ୍ଥାନରେ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ବର୍ଷା ଜାରି ରହିଲେ ବନ୍ୟା ସମ୍ବାବନାକୁ ଏଡାଇ ଦିଆ ଯାଇନପାରେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଆଠଗଡ଼ ଏକ କୃଷି ପ୍ରଧାନ ଅଞ୍ଚଳ ଅଟେ। ଆଠଗଡ଼ ବ୍ଲକର ସଠିଲୋ, କୁଆଁଳ , ସମସରପୁର , ରଘୁନାଥପୁର, ଇଛାପୁର, ଜେନାପଦା, ଖୁଣ୍କକଟା ପ୍ରଭୂତି ଆଠଗଡ଼ ବ୍ଲକ୍ର ବିଭିନ୍ନ ଗ୍ରାମର ଶହ ଶହ ଏକର ଚାଷ ଜମି ଜଳମଗ୍ନ ଅବସ୍ଥାରେ ରହିଛି। ଯଦି ଏଭଳି ଅଵସ୍ଥା ଜାରି ରହେ ତେବେ ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହେବେ ବୋଲି ଜଣାପଡିଛି।
/filters:format(webp)/sambad/media/media_files/2026/07/17/sapua-nadi1-2026-07-17-16-20-12.jpeg)
ଏ ବିଷୟରେ ବ୍ଲକ୍ କୃଷି ଅଧିକାରୀ ପ୍ରିୟନାଥ ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ବର୍ଷା ଛାଡ଼ିବାର ୩ ଦିନ ପରେ ରିପୋର୍ଟ ଆସିଲେ ପ୍ରକୃତ କ୍ଷୟକ୍ଷତିର ତଥ୍ୟ ଜଣାପଡିବ। ବିଡିଓ ଆକାଶ କୁମାର ପଣ୍ଡା କହିଛନ୍ତି, ପ୍ରଶାସନ ପ୍ରସ୍ତୁତ ରହିଛି । ବନ୍ୟା ଆଶଙ୍କାରେ ଆଠଗଡ଼ ବ୍ଲକରେ ଦୁଇଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି।

2 weeks ago
10


