Fire: ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ, ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଲେ ଛାତ୍ରଛାତ୍ରୀ

2 weeks ago 7
ARTICLE AD BOX

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସହରର ପେଲେସ ରୋଡ଼ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ସତ୍ୟ ସାଇ ବିଦ୍ୟାବିହାରରେ ମଙ୍ଗଳବାର ସକାଳେ ବିଦ୍ୟୁତ୍ ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣାରେ କୌଣସି ଛାତ୍ରଛାତ୍ରୀ କିମ୍ବା କର୍ମଚାରୀ ଆହତ ହୋଇନଥିବା ସୂଚନା ମିଳିଛି।

Bear Attack: ନରହନ୍ତା ଭାଲୁକୁ କାବୁ କରିବା ପାଇଁ ନାକେଦମ ବନ ବିଭାଗ

କମ୍ପ୍ୟୁଟର ରୁମ୍‌ରେ ସର୍ଟ ସର୍କିଟ୍‌ରୁ ନିଆଁ

ସୂଚନା ଅନୁଯାୟୀ, ସକାଳେ ବିଦ୍ୟାଳୟ ଖୋଲିବା ପରେ ପ୍ରାର୍ଥନା ସାରି ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହକୁ ଯାଉଥିବା ବେଳେ ହଠାତ୍ ବିଦ୍ୟାଳୟର କମ୍ପ୍ୟୁଟର ରୁମ୍‌ରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ପରିସ୍ଥିତିକୁ ଅନୁଭବ କରି ଶିକ୍ଷକମାନେ ତୁରନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ସ୍ଥାନାନ୍ତର କରିବା ସହ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ପହଞ୍ଚି ନିଆଁକୁ ସଫଳତାର ସହ ଆୟତ୍ତ କରିଥିଲେ। ପ୍ରାଥମିକ ତଦନ୍ତରୁ କମ୍ପ୍ୟୁଟର ରୁମ୍‌ରେ ବିଦ୍ୟୁତ୍ ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.