Fire At Noida Building: ଇଭି ଚାର୍ଜିଂ ସମୟରେ ଲାଗିଲା ନିଆଁ, ଧୂଆଁ ପଶି ଦୁଇ ଜଣଙ୍କ ମୃତ୍ୟୁ

2 weeks ago 13
ARTICLE AD BOX

ନୋଏଡା: ଉତ୍ତରପ୍ରଦେଶ ନୋଏଡାର ମାମୁରା ଗ୍ରାମରେ ଏକ ଆବାସିକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋର ପାର୍କିଂରେ ଏକ ଇଲେକ୍ଟ୍ରିକ ଭେହିକିଲ୍ ଚାର୍ଜ ହେଉଥିବା ସମୟରେ ସ୍ପାର୍କ ହୋଇ ଏହି ନିଆଁ ଲାଗିଥିଲା। ନିଆଁଟି ଖୁବଶୀଘ୍ର ନିକଟରେ ଥିବା ପେଟ୍ରୋଲ ଗାଡ଼ିଗୁଡ଼ିକୁ ବ୍ୟାପିଯାଇଥିଲା ଏବଂ ସେଥିରୁ ବାହାରିଥିବା ପ୍ରବଳ କଳା ଧୂଆଁ ସମଗ୍ର ବିଲ୍ଡିଂକୁ ଘୋଟି ଯାଇଥିଲା।

 ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ୭ଟି ଗାଡ଼ି ଓ ହାଇଡ୍ରୋଲିକ୍ ପ୍ଲାଟଫର୍ମ ସହ ଉଦ୍ଧାରକାରୀ ଦଳ ପହଞ୍ଚି ପ୍ରାୟ ୫୦ଟି ପରିବାରକୁ ସୁରକ୍ଷିତ ଭାବେ ବାହାରକୁ ଆଣିଛନ୍ତି। ମାତ୍ର ବିଲ୍ଡିଂ ଭିତରେ ପ୍ରବଳ ଧୂଆଁ କାରଣରୁ ଗୁରୁତର ହୋଇପଡ଼ିଥିବା ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ସେମାନଙ୍କର ମୃତ୍ୟୁ ଘଟିଛି।

୩ କୋଟି ଦିଅ ମନ୍ତ୍ରୀ କରିଦେବି: କେରଳମ୍ କଂଗ୍ରେସ ବିଧାୟକଙ୍କୁ କଲ୍

ଗୌତମ ବୁଦ୍ଧ ନଗରର ଯୁଗ୍ମ ପୋଲିସ କମିଶନର ରାଜୀବ ନାରାୟଣ ଜଣାଇଛନ୍ତି ଯେ, ଏହି ଘଟଣାରେ ଫେଜ୍-୩ ଥାନାରେ ଏକ ଏଫଆଇଆର୍ ରୁଜୁ କରାଯାଇ ବିଲ୍ଡିଂ ମାଲିକ ଏବଂ ଲିଜଧାରୀଙ୍କୁ ପୋଲିସ ହେପାଜତକୁ ନିଆଯାଇଛି। ଅପରପକ୍ଷେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁଃଖଦ ଘଟଣାକୁ ଗମ୍ଭୀରତାର ସହ ନେଇ ସ୍ଥାନୀୟ ପ୍ରଶାସନକୁ ତୁରନ୍ତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭାବିତ ପରିବାରଗୁଡ଼ିକୁ ଯଥାଶୀଘ୍ର ସହାୟତା ଯୋଗାଇଦେବା ସହ ଆହତ ଓ ଅସୁସ୍ଥ ଲୋକଙ୍କ ସମୁଚିତ ଚିକିତ୍ସା ନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.