FIR: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ଯୁବତୀଙ୍କ ବିରୋଧରେ ମାମଲା

4 days ago 2
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରରେ ପ୍ରଶ୍ନପତ୍ର ଲିକ୍‌ ବିରୋଧରେ ଆୟୋଜିତ ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ୨୫ ବର୍ଷୀୟା ରୁଚିକା ସିଂହଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ଉତ୍ତରପ୍ରଦେଶର ନୋଏଡା ବାସିନ୍ଦା ରୁଚିକାଙ୍କ ବିରୋଧରେ ଜୁଲାଇ ୩୦ରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ପରବର୍ତ୍ତୀ ସମୟରେ ଏହି ମାମଲାକୁ ଘଟଣାସ୍ଥଳ ଅଧୀନ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରାଯିବ।

ସୂଚନା ଅନୁସାରେ, ଜୁଲାଇ ୨୩ରେ ଜନ୍ତରମନ୍ତରରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ରୁଚିକା ସିଂହ ଏକ ଭାଷଣ ଦେଇଥିଲେ। ତାଙ୍କ ଭାଷଣର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସେଥିରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶ୍ଳୀଳ ଓ ଆପତ୍ତିଜନକ ଭାଷା ବ୍ୟବହାର କରାଯାଇଥିବା ଅଭିଯୋଗ ଉଠିଥିଲା।

Narendra Modi: ଓଡ଼ିଶାର ବିକାଶ ହେଲେ ଭାରତ ବିକଶିତ ହେବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଏହାକୁ ଆଧାର କରି ଜଣେ ବ୍ୟକ୍ତି ନୋଏଡାର ଫେଜ୍‌-୧ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ପୁଲିସ କହିଛି, ଅଭିଯୋଗ ଆଧାରରେ ଭାରତୀୟ ନ୍ୟାୟ ସଂହିତାର ସମ୍ପର୍କିତ ଧାରାରେ ମାମଲା ରୁଜୁ କରାଯାଇଛି। ଜିରୋ ଏଫ୍‌ଆଇଆର୍‌ ପ୍ରକ୍ରିୟା ଅନୁଯାୟୀ ନୋଏଡା ପୁଲିସ ପ୍ରାଥମିକ ଭାବେ ମାମଲା ପଞ୍ଜୀକୃତ କରିଥିବାବେଳେ ତଦନ୍ତ ପାଇଁ ଏହାକୁ ଦିଲ୍ଲୀ ପୁଲିସକୁ ପଠାଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.