Fingerprint: ସମାନ ଡିଏନଏ ଥିଲେ ବି କାହିଁକି ଅଲଗା ହୋଇଥାଏ ଯାଆଁଳା ପିଲାଙ୍କ ଫିଙ୍ଗରପ୍ରିଣ୍ଟ? ଜାଣନ୍ତୁ ରୋଚକ ତଥ୍ୟ

3 days ago 4
ARTICLE AD BOX

ନୂଆଦିଲ୍ଲୀ: ପ୍ରାୟତଃ ଆମେ ଏମିତି ଯାଆଁଳା ପିଲାମାନଙ୍କୁ ଦେଖିଥାଉ, ଯାହାଙ୍କର ଚେହେରା, ଉଚ୍ଚତା ଏବଂ ସ୍ୱରପର୍ଯ୍ୟନ୍ତ ଏକା ଭଳି ହୋଇଥାଏ। ଏପରିକି ପରିବାର ଲୋକେ ମଧ୍ୟ ସେମାନଙ୍କୁ ଚିହ୍ନିବାରେ ଭ୍ରମରେ ପଡ଼ିଯାଆନ୍ତି। ବୈଜ୍ଞାନିକ ଦୃଷ୍ଟିକୋଣରୁ ଏପରି ଯାଆଁଳା ଶିଶୁମାନଙ୍କର DNA ମଧ୍ୟ ପ୍ରାୟତଃ ସମାନ ହୋଇଥାଏ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି, ସମାନ ଡିଏନ୍‌ଏ ଏବଂ ଗୋଟିଏ ଗର୍ଭରେ ବଢ଼ୁଥିବା ସତ୍ତ୍ବେ ଏହି ଯାଆଁଳା ପିଲାମାନଙ୍କର ଫିଙ୍ଗରପ୍ରିଣ୍ଟ ସର୍ବଦା ଅଲଗା କାହିଁକି ହୋଇଥାଏ?

ବିଶେଷଜ୍ଞମାନଙ୍କ ମତରେ, ଏହାର ମୁଖ୍ୟ କାରଣ କେବଳ ଜେନେଟିକ୍ସ ନୁହେଁ, ବରଂ ଗର୍ଭ ମଧ୍ୟରେ ଶିଶୁର ବିକାଶ ସମୟରେ ଘଟୁଥିବା ବିଭିନ୍ନ ପ୍ରାକୃତିକ ପ୍ରକ୍ରିୟା ଏଥିପାଇଁ ଦାୟୀ।

ଆହୁରି ପଢନ୍ତୁ: କେରଳରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ Odia Migrant Worker Dies

କିପରି ପ୍ରସ୍ତୁତ ହୁଏ ଫିଙ୍ଗରପ୍ରିଣ୍ଟ?
ତ୍ୱଚା ଉପରେ ଥିବା ସୂକ୍ଷ୍ମ ରେଖା ଦ୍ୱାରା ଫିଙ୍ଗରପ୍ରିଣ୍ଟ ପ୍ରସ୍ତୁତ ହୋଇଥାଏ। ଗର୍ଭାବସ୍ଥାର ପ୍ରାୟ ତୃତୀୟ ମାସରୁ ଆଙ୍ଗୁଠିରେ ଏହି ରେଖାଗୁଡ଼ିକ ଗଢ଼ିବାକୁ ଆରମ୍ଭ ହୋଇଥାଏ ଏବଂ ଷଷ୍ଠ ମାସ ସୁଦ୍ଧା ଏହା ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇଯାଏ।  ଯାଆଁଳା ପିଲାଙ୍କ ଡିଏନ୍‌ଏ ସମାନ ଥିଲେ ମଧ୍ୟ ଗର୍ଭ ଭିତରେ ସେମାନଙ୍କର ଅବସ୍ଥିତି, ଗର୍ଭନାଡର ଲମ୍ବ , ପୁଷ୍ଟିସାରର ଉପଲବ୍ଧତା ଏବଂ ଆଙ୍ଗୁଠି ବୃଦ୍ଧିର ଗତି ଭିନ୍ନ ଭିନ୍ନ ହୋଇଥାଏ। ଏହି ଛୋଟ ଛୋଟ ପାର୍ଥକ୍ୟଗୁଡ଼ିକ ତ୍ୱଚାରେ ରେଖା ଗଠନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଫଳସ୍ୱରୂପ, ଉଭୟ ଶିଶୁଙ୍କର ଫିଙ୍ଗରପ୍ରିଣ୍ଟ ସମ୍ପୂର୍ଣ୍ଣ ଅଲଗା ପ୍ରସ୍ତୁତ ହୋଇଥାଏ, ଯାହା ଜୀବନସାରା ସ୍ଥାୟୀ ରହିଥାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.