Fighter Jet: ସାଉଦିର ଏଫ୍-୧୫ ଫାଇଟର୍ ଜେଟକୁ ଖସାଇ ଦେଇଥିବା ଦାବି କଲା ହୁତି

1 day ago 2
ARTICLE AD BOX

ରିୟାଦ୍: ସାଉଦି ଆରବ ଓ ୟେମେନର ଇରାନ୍ ସମର୍ଥିତ ହୁତି ବିଦ୍ରୋହୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ବୁଧବାର ଆହୁରି ଉଗ୍ର ରୂପ ନେଇଛି। ପବିତ୍ର ମକ୍କା ସହର ଆଡ଼କୁ ଆସୁଥିବା ଏକ ହୁତି ଡ୍ରୋନକୁ ସାଉଦି ପ୍ରତିରକ୍ଷା ବାହିନୀ ନଷ୍ଟ କରିଦେବାର କିଛି ଘଣ୍ଟା ମଧ୍ୟରେ, ହୁତି ସଂଗଠନ ସାଉଦିର ଏକ ଏଫ୍-୧୫ ଫାଇଟର୍ ଜେଟକୁ ଆକାଶରେ ଖସାଇ ଦେଇଥିବା ଦାବି କରିଛି। ତେବେ ହୁତିର ଏହି ଦାବିକୁ ସ୍ୱତନ୍ତ୍ର ଭାବେ ନିଶ୍ଚିତ କରାଯାଇନାହିଁ। ଗତ ସପ୍ତାହକ ମଧ୍ୟରେ ସାଉଦି ନେତୃତ୍ୱାଧୀନ ମିଳିତ ସେନା ୪୫୦ରୁ ଅଧିକ ବିମାନ ଆକ୍ରମଣ କରିଥିବା ହୁତି ପକ୍ଷରୁ ସୂଚନା ଦିଆଯାଇଛି।

କ୍ରମାଗତ ଭାବେ ବୃଦ୍ଧି ପାଉଛି ଆଞ୍ଚଳିକ ଉତ୍ତେଜନା

ମିଳିତ ସେନାର ପ୍ରବକ୍ତା ତୁର୍କୀ ଅଲ୍-ମାଲକି କହିଛନ୍ତି ଯେ, ସୁରକ୍ଷା ବାହିନୀ ମକ୍କାର ନିଷିଦ୍ଧ ଆକାଶମାର୍ଗରେ ପ୍ରବେଶ କରିବା ପୂର୍ବରୁ ହିଁ ହୁତି ଡ୍ରୋନକୁ ଚିହ୍ନଟ କରି ଧ୍ୱଂସ କରିଦେଇଛନ୍ତି। ଇସଲାମର ପବିତ୍ର ପୀଠ ଓ ପବିତ୍ର ହଜ୍ ତୀର୍ଥଯାତ୍ରୀଙ୍କ ସୁରକ୍ଷା ସାଉଦି ପାଇଁ ''ରେଡ୍ ଲାଇନ୍'' ଏବଂ ଏହି ଘଟଣା ପରେ ହୁତି ବିରୋଧରେ କଠୋର ନିରୋଧକ ପଦକ୍ଷେପ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ସାଉଦି ସୀମାନ୍ତରେ ଇରାନ୍ ସମର୍ଥିତ ସଂଗଠନର ଉପସ୍ଥିତି, ସୀମାପାର ମିସାଇଲ୍ ଆକ୍ରମଣ ଏବଂ ଲୋହିତ ସାଗରରେ ଜାହାଜ ଚଳାଚଳ ପ୍ରତି ସୃଷ୍ଟି ହେଉଥିବା ବିପଦ ଯୋଗୁଁ ଏହି ଆଞ୍ଚଳିକ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଉଛି।

China: ଆମେରିକା ଏବଂ ଇରାନ ଶାନ୍ତି ଚୁକ୍ତି ପାଳନ କରିବା ଉଚିତ୍ ବୋଲି ପରାମର୍ଶ ଦେଲା ଚୀନ୍

Read Entire Article
LEFT SIDEBAR AD

Hidden in mobile, Best for skyscrapers.