FIFA World Cup: ଲଣ୍ଡନରେ ମର‌କ୍କୋ ପ୍ରଶଂସକ ଓ ପୁଲିସ ଧସ୍ତାଧସ୍ତି

3 weeks ago 13
ARTICLE AD BOX

ପୁଣି ଥରେ ଫ୍ରାନ୍ସଠୁ ହାରିବା ପରେ ମରକ୍କୋର ଫିଫା ବିଶ୍ବକପ୍‌ ସ୍ବପ୍ନ ଧୂଳିସାତ୍‌ ହୋଇଯାଇଛି। ୨୦୨୦ରେ ସେମିଫାଇନାଲ୍‌ରେ ଫ୍ରାନ୍ସଠୁ ହାରି ଅଳ୍ପକେ ଟ୍ରଫି ଦୌଡ଼ରୁ ବାଦ୍‌ ପଡ଼ିଥିବା ମରକ୍କୋ ଗୁରୁବାର କ୍ବାର୍ଟରଫାଇନାଲ୍‌ରେ ମଧ୍ୟ ସେହି ଦଳଠୁ ହାରି ଯାଇଛି।

 ଲଣ୍ଡନରେ ମର‌କ୍କୋ ପ୍ରଶଂସକ ଓ ପୁଲିସ ଧସ୍ତାଧସ୍ତି

ଲଣ୍ଡନ: ପୁଣି ଥରେ ଫ୍ରାନ୍ସଠୁ ହାରିବା ପରେ ମରକ୍କୋରଫିଫା ବିଶ୍ବକପ୍‌ ସ୍ବପ୍ନ ଧୂଳିସାତ୍‌ ହୋଇଯାଇଛି। ୨୦୨୦ରେ ସେମିଫାଇନାଲ୍‌ରେ ଫ୍ରାନ୍ସଠୁ ହାରି ଅଳ୍ପକେ ଟ୍ରଫି ଦୌଡ଼ରୁ ବାଦ୍‌ ପଡ଼ିଥିବା ମରକ୍କୋ ଗୁରୁବାର କ୍ବାର୍ଟରଫାଇନାଲ୍‌ରେ ମଧ୍ୟ ସେହି ଦଳଠୁ ହାରି ଯାଇଛି। ଦଳର ଏହି ଦୁଃଖଦ ପରାଜୟ ପରେ ମରକ୍କୋ ପ୍ରଶଂସକ ଲଣ୍ଡନରେ ଅରାଜକତା ସୃଷ୍ଟି କରିଛନ୍ତି।

ରାସ୍ତାରେ ବିଜୟ ଉତ୍ସବ ପାଳିବା ଲାଗି ପ୍ରସ୍ତୁତି ଥିବା ମରକ୍କୋ ପ୍ରଶଂସକ ଦଳର ପରାଜୟ ପରେ ନିରାଶ ହୋଇ ଲଣ୍ଡନର ଏଜ୍‌ୱେୟାର ‌ରାସ୍ତାରେ ବଶୃଙ୍ଖଳିତ ଆଚରଣ କରିଥିଲେ। ଫଳରେ ପୁଲିସ ସେଠାକୁ ଆସି ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ଏଥିରେ ଶାନ୍ତ ନ ହେବାରୁ ଲୁହବୁହା ‌ଗ୍ୟାସ୍‌ ପ୍ରୟୋଗ କରିଥିଲା ପୁଲିସ। କିନ୍ତୁ ଏଥିରେ ନ ଅଟକି ପ୍ରଶଂସକମାନେ ପୁଲିସ ଉପରକୁ ବାଣ ଓ ବୋତଲ ଫିଙ୍ଗିଥିଲେ। କିଛି ସମୟ ପରେ ପରିବେଶ ଶାନ୍ତ ହୋଇଥିଲା। ସ୍ଥାନୀୟ ‌ରିପୋର୍ଟ ଅନୁଯାୟୀ ଏହି ସଂଘର୍ଷରେ ଜଣେ ପୁଲିସ ଅଧିକାରୀ ଆହତ ହୋଇଥିଲେ।

FIFA: ଫିଫା ବିଶ୍ବକପ୍‌ ଉଦ୍‌ଘାଟନୀରେ ସାକିରା ଦେଖାଇବେ ଜଲୱା

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.