Festival: ଦେଶର ପ୍ରଥମ ବୟୋଜ୍ୟେଷ୍ଠ ଉତ୍ସବ ଉଦ୍‌ଘାଟିତ: ପରମ୍ପରାର ରୂପ ନେବ ବୟୋଜ୍ୟେଷ୍ଠ ଉତ୍ସବ

13 minutes ago 1
ARTICLE AD BOX

ଭୁବନେଶ୍ୱର: ବୋଉ ଫାଉଣ୍ଡେସନ୍‌ର ‘ରାହା’ ପ୍ରକଳ୍ପ ଆନୁକୂଲ୍ୟରେ ଦେଶର ପ୍ରଥମ ‘ବୟୋଜ୍ୟେଷ୍ଠ ଉତ୍ସବ’ ଆରମ୍ଭ ହୋଇଛି। ରାଜଧାନୀକୁ ବୟସ୍କମିତ୍ର ସହର ଭାବେ ପରିଚିତ କରିବା ଲକ୍ଷ୍ୟ ନେଇ ଜୟଦେବଭବନରେ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ହଜାର ହଜାର ବରିଷ୍ଠ ନାଗରିକମାନେ ସେମାନଙ୍କ କଳା ନୈପୁଣ୍ୟ ପ୍ରଦର୍ଶନ କରି ସଂଗୀତ, ନୃତ୍ୟ, ଅଭିନୟ, କବିତା ଓ କାହାଣୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଉତ୍ସବର ମୁଖ୍ୟଅତିଥି ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି, ରାଜଧାନୀର ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ। ଏନେଇ ତୃଣମୂଳ ସ୍ତରରୁ କାର୍ଯ୍ୟ ଆରମ୍ଭ ସହିତ ପ୍ରକଳ୍ପ ‘ରାହା’କୁ ତ୍ବରାନ୍ବିତ କରାଯିବ। ଏଭଳି ଉତ୍ସବକୁ ପରମ୍ପରାରେ ପରିଣତ କରାଯିବ ବୋଲି ବିଧାୟକ ଗୁରୁତ୍ବାରୋପ କରିଥିଲେ। ସମ୍ମାନିତ ଅତିଥି ମେୟର୍‌ ସୁଲୋଚନା ଦାସ କହିଲେ, ଭୁବନେଶ୍ବର ଗଠନ ଦିଗରେ ବିଭିନ୍ନ ୱାର୍ଡର ବରିଷ୍ଠ ନାଗରିକଙ୍କର ଅବଦାନ ଅବିସ୍ମରଣୀୟ। ବୟୋଜ୍ୟେଷ୍ଠ ଲୋକମାନେ ଯେଭଳି ଅବହେଳିତ ନହେବେ, ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ, ସେଥିପ୍ରତି ସବୁବେଳେ ଗୁରୁତ୍ବ ଦିଆଯିବ।

Rajbhasha Hindi Workshop: ହିନ୍ଦୀର ପ୍ରଚାର କେବଳ 'ହିନ୍ଦୀ ଦିବସ' ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ

ସମ୍ମାନିତ ଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ବର୍ତ୍ତମାନ ଆମର ଯୌଥ ପରିବାରର ପରମ୍ପରା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ପିଲାମାନେ ବାପାମାଆଙ୍କ ପାଖରୁ ଦୂରେଇ ଯାଉଛନ୍ତି। ଆମ ସାମାଜିକ ବିଧି ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଯୌଥ ପରିବାରର ସୁରକ୍ଷା ନିତାନ୍ତ ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ପ୍ରତିବର୍ଷ ଫେବ୍ରୁଆରି ମାସ ଶେଷ ତାରିଖକୁ ମୁରବି ଉତ୍ସବ ରୂପେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ପ୍ରମେୟ ଓ ନ୍ୟୁଜ୍‌-୭ର ଗ୍ରୁପ୍‌ ଏଡିଟର୍‌ ଗୋପାଳ ମହାପାତ୍ର, ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ, ଚଳଚ୍ଚିତ୍ର ‘କା’ର ପ୍ରଯୋଜିକା ସ୍ବର୍ଗୀୟା ପାର୍ବତୀ ଘୋଷଙ୍କ ଭଉଣୀ କ୍ଷୀରୋଦା ନାୟକ ପ୍ରମୁଖ ଯୋଗଦେଇଥିଲେ।

Tanishq: ତନିସ୍କ ବାଏ ରିଭା ପକ୍ଷରୁ ବାହାଘର ଗହଣା ସମ୍ଭାର ‘ୱେଡିଂ ସି‌ଗ୍‌ନେଚର୍ସ’

ଫାଉଣ୍ଡେସନ୍‌ ତରଫରୁ ୧୯ ତାରିଖରେ କ୍ଷୁଦ୍ରଗଳ୍ପ, ୨୦ରେ ନୃତ୍ୟ, ୨୧ରେ ସଙ୍ଗୀତ, ୨୨ରେ କବିତା ଓ ୨୩ରେ ଅଭିନୟ ପ୍ରତିଯୋଗିତା ଆୟୋଜିତ ହେବ। ବୟୋଜ୍ୟେଷ୍ଠ ଉତ୍ସବର ବିଜେତା ଘୋଷଣା ଓ ସମ୍ମାନ ପ୍ରଦାନ ଉତ୍ସବ ଆସନ୍ତା ଅକ୍ଟୋବର ୧ ତାରିଖ ଦିନ ଆନ୍ତର୍ଜାତିକ ବୟୋଜ୍ୟେଷ୍ଠ ଦିବସ ଅବସରରେ ଅନୁଷ୍ଠିତ ହେବ। ଉଦ୍‌ଘାଟନ ସମାରୋହରେ ୬୦ ବର୍ଷ ତଳର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ‘କା’ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବିଭିନ୍ନ ରାଜ୍ୟ ବରିଷ୍ଠ ସଂଗଠନ ମୁଖ୍ୟ ପ୍ରସନ୍ନ ଦାସ, ସୂର୍ଯ୍ୟମଣି ତ୍ରିପାଠୀ, ମଧୁମାଧବ ଜେନା, ନିରଞ୍ଜନ ପଣ୍ଡା, ସଂଯୁକ୍ତା ଦାଶ ଓ ବୋଉ ଫାଉଣ୍ଡେସନ ସହପ୍ରତିଷ୍ଠାତା ସସ୍ମିତା ଦାଶ ସହଯୋଗ କରିଥିଲେ। ବୋଉ ଫାଉଣ୍ଡେସନ୍‌ ପ୍ରତିଷ୍ଠାତା ତଥା ରାଜ୍ୟ ବରିଷ୍ଠ ନାଗରିକ ପରିଷଦର ସଦସ୍ୟ ଅତିଶ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.