Fertilizer Crisis: ସରୁନି ସାର ସଙ୍କଟ: ଗୋଦାମରେ ମହଜୁଦ ହେଲେ ଚାଷୀଙ୍କୁ ମିଳୁନି

3 days ago 1
ARTICLE AD BOX

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲାରେ ଖରିଫ ଚାଷ କାର୍ଯ୍ୟ ଜୋର ଧରିଥିବା ବେଳେ ସାର ସଙ୍କଟକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଗୋଦାମରେ ସାର ମହଜୁଦ ଥିବା ସତ୍ତ୍ୱେ ପ୍ରକୃତ ଚାଷୀଙ୍କୁ ସମୟରେ ମିଳୁନଥିବା ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ବେସରକାରୀ ବଜାରରୁ ଚାରିଗୁଣ ପର୍ଯ୍ୟନ୍ତ ଅଧିକ ଦରରେ ସାର କିଣିବାକୁ ବାଧ୍ୟ ହେଉଥିବା କହିଛନ୍ତି।

Cow Smuggling: ବେଆଇନ ଗୋ ଚାଲାଣ ବେଳେ ଗୋଡ଼େଇ ଗୋଡ଼େଇ ଧରିଲା ପୁଲିସ୍: ୮ ଗୋରୁ ଉଦ୍ଧାର, ଜଣେ ଅଟକ

ଚାଷୀଙ୍କ ଅଭିଯୋଗ ଅନୁସାରେ, ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ରେ ଚାଷୀଙ୍କୁ ପ୍ରାଥମିକତା ଭିତ୍ତିରେ ସାର ବଣ୍ଟନ ନକରି ଅଣ ଚାଷୀଙ୍କ ମାଧ୍ୟମରେ ବେପାରୀଙ୍କୁ ସାର ବିକ୍ରି କରାଯାଉଛି। ପରେ ସେହି ସାରକୁ ଖୋଲା ବଜାରରେ ଅଧିକ ଦରରେ ବିକ୍ରି କରାଯାଉଥିବାରୁ ପ୍ରକୃତ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ସମବାୟ ସମିତିରୁ ସାର ନମିଳିବାରୁ ଚାଷୀମାନେ ବାଧ୍ୟ ହୋଇ ବଜାରରୁ ଅଧିକ ଦରରେ ସାର କ୍ରୟ କରୁଛନ୍ତି ଯାହା ପ୍ରକୃତ ମୂଲ୍ୟଠାରୁ ୩ରୁ ୪ ଗୁଣ ଅଧିକ  । ଅନ୍ୟ ପକ୍ଷରେ ସୋସାଇଟିରେ ମଧ୍ୟ ପରିବହନ ଓ ଅନାନ୍ୟ ଖର୍ଚ୍ଚ ଆଳରେ ସରକାର ଧାର୍ଯ୍ୟ ମୂଲ୍ୟ ଠାରୁ ୫୦ରୁ ଶହେ ଟଙ୍କା ଅଧିକ ନେଉଥିବା ଅଭିଯୋଗ ହୋଇଛି । ୟୁରିୟା ୨୬୬ ଟଙ୍କା ହୋଇଥିବା ବେଳେ ୩୦୦ରୁ ୩୫୦ ଟଙ୍କା ଏବଂ ଡିଏପି ୧୩୫୦କୁ ୧୪୫୦ ସେହିଭଳି ଏମଓପି ୨୨୦୦ ଟଙ୍କା ରହିଥିବା ବେଳେ ୨୫୦୦ରୁ ୨୬୦୦ ଟଙ୍କା ନେଉଥିବା ଅଭିଯୋଗ ହୋଇଛି ।

କଳାବଜାରୀ ଅଭିଯୋଗ

ଚାଷୀ ବାଲ ପ୍ରଧାନ, କାର୍ତ୍ତିକ ପ୍ରଧାନଙ୍କ ଅଭିଯୋଗ, ସରକାରୀ ରିହାତି ମୂଲ୍ୟରେ ଯୋଗାଯାଉଥିବା ସାରକୁ ବଜାରରେ ବିକ୍ରି ହେଉଥିବାରୁ ସେମାନେ ଆବଶ୍ୟକ ପରିମାଣର  ସାର ପାଇପାରୁ ନାହାନ୍ତି। ଏହାର ସିଧାସଳଖ ପ୍ରଭାବ ଧାନ ଚାଷ ଉପରେ ପଡ଼ୁଥିବା ବେଳେ  କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜିଲ୍ଲାରେ ପର୍ଯ୍ୟାୟକ୍ରମେ ସାର ଯୋଗାଣ ଚାଲିଛି ଏବଂ ଆବଶ୍ୟକତା ଅନୁଯାୟୀ ସାର ବଣ୍ଟନ କରାଯାଉଛି। କଳାବଜାରୀ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ମିଳିନଥିବା ବେଳେ ଏପରି ଅଭିଯୋଗ ଆସିଲେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ସ୍ପଷ୍ଟ କରିଛି। ତେବେ ସାର ବଣ୍ଟନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା, ପ୍ରକୃତ ଚାଷୀଙ୍କୁ ପ୍ରାଥମିକତା ଦେବା ଏବଂ କଳା ବଜାରୀକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ରଖିଛନ୍ତି ଚାଷୀ ନେତା ପ୍ରଶାନ୍ତ କୁମାର ପାଳ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.