Fertilizer Blackmarket ସାର କଳାବଜାର: ୧୧,୬୮୪ ଟି ସାର ଦୋକାନରେ ଚଢଉ, ୨୭୭୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍

2 weeks ago 5
ARTICLE AD BOX

୩୨୧ ଡିଲରଙ୍କ ସାର ବିକ୍ରି ବନ୍ଦ, ୧୭୦ ଡିଲରଙ୍କ ଲାଇସେନ୍ସ ନିଲମ୍ବିତ ଓ ୯୬ ଡିଲରଙ୍କ ଲାଇସେନ୍ସ ବାତିଲ

ଭୁବନେଶ୍ୱର: ଚଳିତ ଖରିଫ ୨୦୨୬-୨୭ ଋତୁରେ ଚାଷୀଙ୍କୁ ରିହାତିଦରରରେ ମିଳୁଥିବା ସାରର ବ୍ୟାପକ କଳାବଜାର ହେଉଛି।  ଏହାକୁ ରୋକିବାକୁ ବିଭାଗ ପକ୍ଷରୁ ବର୍ତ୍ତମାନ ବ୍ୟାପକ ଧରପଗଡ଼ କରାଯାଉଛି।  ଜିଲ୍ଲା ଓ ବ୍ଲକ ସ୍ତରରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି। ଇତିମଧ୍ୟରେ ୧୧,୬୮୪ ଟି ସାର ଦୋକାନରେ ଚଢଉ, ୨୭୭୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହା ସହ ୩୨୧ ଡିଲରଙ୍କ ସାର ବିକ୍ରି ବନ୍ଦ, ୧୭୦ ଡିଲରଙ୍କ ଲାଇସେନ୍ସ ଖାରଜ (ସସ୍‌ପେଣ୍ଡ୍‌) ଓ ୯୬ ଡିଲରଙ୍କ ଲାଇସେନ୍ସ ବାତିଲ କରାଯାଇଛି। 

Fertilizer blackmarket1

ବିଭାଗ ପକ୍ଷରୁ ମିଳିଥବା ସୂଚନାନୁସାରେ, କୃଷି ସଚିବ ସଚିନ ରାମଚନ୍ଦ୍ର ଜାଧବଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜସ୍ୱ, କୃଷି ଏବଂ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ନିରୀକ୍ଷଣ ଦଳ ଓ ଫ୍ଲାଇଂ ସ୍କ୍ୱାଡ୍‌ ଗଠନ କରାଯାଇଛି। କଳାବଜାରିଙ୍କ ବିରୋଧରେ ସାର ନିୟନ୍ତ୍ରଣ ଆଦେଶ ୧୯୮୫ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ୧୯୫୫ ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଯାଉଛି। ଚଳିତ ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ୧୧,୬୮୪ଟି ସାର ଦୋକାନରେ ଚଢ଼ଉ କରାଯାଇଛି। ୨,୭୭୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ୩୨୧ ଜଣ ଡିଲରଙ୍କ ସାର ବିକ୍ରିକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଏହା ସହିତ, ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ୧୭୦ ଜଣ ଡିଲରଙ୍କ ଲାଇସେନ୍ସ ନିଲମ୍ବିତ କରାଯାଇଥିବା ବେଳେ ୯୬ ଜଣ ଡିଲରଙ୍କ ଲାଇସେନ୍ସ ବାତିଲ କରାଯାଇଛି। ଅନିୟମିତତାରେ ଲିପ୍ତ ୧୨ ଜଣ ଡିଲରଙ୍କ ମହଜୁଦ ଥିବା ସାରକୁ ଜବତ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି।

ପ୍ରକାଶ ଥାଉକି ଗତ ୨୦୨୫–୨୬ ବର୍ଷରେ ୯,୦୧୭ଟି ସାର ଦୋକାନରେ ଚଢ଼ଉ କରାଯାଇଥିଲା। ସେଥିମଧ୍ୟରୁ ୨,୩୭୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଥିଲା, ୪୮ ଜଣ ଡିଲରଙ୍କ ସାର ବିକ୍ରି ବନ୍ଦ କରାଯାଇଥିଲା। ୫୩ ଜଣ ଡିଲରଙ୍କ ଲାଇସେନ୍ସ ନିଲମ୍ବନ ଓ ୯୦ ଜଣଙ୍କର ଲାଇସେନ୍ସ ବାତିଲ କରାଯାଇଥିଲା। ଏହା ବ୍ୟତୀତ, ଗୁରୁତର ଅଭିଯୋଗ ଆଧାରରେ ୧୫ ଜଣ ଡିଲରଙ୍କ ମହଜୁଦ ସାରକୁ ଜବତ କରାଯାଇଥିଲା ଏବଂ ୯ ଜଣଙ୍କ ବିରୋଧରେ ଆଇନଗତ ମାମଲା ରୁଜୁ ହୋଇଥିଲା। 

Fertilizer: ଗୁଣୁପୁରରେ ସାର କଳାବଜାରୀ ରୋକିବାକୁ ଧରପଗଡ଼, ହୋଲସେଲରଙ୍କ ମହଜୁଦ ଓ ବିକ୍ରୟ ରେକର୍ଡ ଯାଞ୍ଚ
ଚଳିତ ବର୍ଷ ଚଢ଼ଉ ଏବଂ କାର୍ଯ୍ୟାନୁଷ୍ଠାନ ଗତବର୍ଷ ଅପେକ୍ଷା ବ୍ୟାପକ କରାଯାଇଛି। ଗତ ମାସ ୨୯ ତାରିଖରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡରେ ଥିବା ‘ମା’ ସାବିତ୍ରୀ ଏଗ୍ରୋ ଏଜେନ୍ସି’ରେ ତହସିଲଦାର, କୃଷି ବିଭାଗର ଅଧିକାରୀ ଏବଂ ପୁଲିସର ଏକ ମିଳିତ ଦଳ ଚଢ଼ଉ କରିଥିଲେ। ଏହି ଚଢ଼ଉ ସମୟରେ ୭୦୦ ବସ୍ତା ଡିଏପି ସାର ଜବତ କରାଯାଇଥିଲା। ଦୋକାନର ଲାଇସେନ୍ସ ବାତିଲ କରାଯାଇଥିଲା ଏବଂ ଏକ ଅପରାଧିକ ମାମଲା ରୁଜୁ ହୋଇଥିଲା। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଛି ।ସେହିପରି ବୌଦ୍ଧ ଜିଲ୍ଲାର ମନମୁଣ୍ଡା ବ୍ଲକର ବିଭିନ୍ନ ସାର ଦୋକାନରେ ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଗତ ଦୁଇ ଦିନ ଧରି ଚଢ଼ଉ ଓ ଯାଞ୍ଚ ଜାରି ରହିଛି। ଏହି ଯାଞ୍ଚ ସମୟରେ ଅଧିକାରୀମାନେ ଉପସ୍ଥିତ ଥିବା କୃଷକମାନଙ୍କଠାରୁ ବୟାନ ମଧ୍ୟ ଗ୍ରହଣ କରୁଛନ୍ତି। 

Kalla PACS Under Vigilance net ସାର ଟଙ୍କା ଖାଇ ଗିରଫ ହେଲେ କଲ୍ଲା ପ୍ୟାକ୍ସର ପୂର୍ବତନ ସମ୍ପାଦକ

ବୌଦ୍ଧର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ଯେ, କଳାବଜାରୀ ଏବଂ ଅନ୍ୟାନ୍ୟ ଅନିୟମିତତା ସମ୍ପର୍କିତ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ କୃଷି ବିଭାଗ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯିବ। ସମସ୍ତ ସାର ବିକ୍ରୟ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ ଅଛି ଏବଂ ଚାଷୀମାନେ ଭୟଭୀତ ହେବାର କୌଣସି କାରଣ ନାହିଁ। ଗୁଜବ କିମ୍ବା ଅପପ୍ରଚାରରେ ବିଚଳିତ ନହୋଇ କେବଳ ଅନୁମୋଦିତ ଦୋକାନରୁ ନିର୍ଦ୍ଧାରିତ ମୂଲ୍ୟରେ ସାର କ୍ରୟ କରିବାକୁ କୃଷକମାନଙ୍କୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.