Farmers: ଚାଷୀଙ୍କ କ୍ଷୟକ୍ଷତି ଭରଣା ସହିତ କୃଷିଋଣ ଛାଡ଼ କରିବାକୁ ଦାବି କଲେ ବରୀ ବିଧାୟକ

1 hour ago 2
ARTICLE AD BOX

ବରୀ: ବରୀ ଅଞ୍ଚଳରେ ଚଳିତ ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ। ଦୀର୍ଘ ଧରି ଲଗାଣ ବର୍ଷା ପରେ ଗତ ୩୦ ତାରିଖରେ ପ୍ରଳୟଙ୍କାରୀ ବନ୍ୟାରେ ୨/୩ ସପ୍ତାହ ଧରି ଚାଷକ୍ଷେତ ପାଣିବୁଡ଼ି ରହିବା ଫଳରେ ସଂପୂର୍ଣ୍ଣ ଭାବେ କ୍ଷେତରେ ଥିବା ଧାନ ଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ପଚିସଢି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଚାଷୀକୁଳର ଅଣ୍ଟା ଭାଙ୍ଗିଯାଇଛି। ବର୍ଷକର ଆହର ଲଗାଣ ବର୍ଷା ଓ ବନ୍ୟା ଚାଷୀପୁଅ ହାତରୁ ଛଡାଇ ନେଇଛି। ଏଣୁ ତୁରନ୍ତ ସରକାର ଚାଷୀଙ୍କ କ୍ଷୟକ୍ଷତିକୁ ସଠିକ୍ ଭାବେ ଆକଳନ କରି ସହାୟତା ଯୋଗାଇ ଦେବା ସହିତ କୃଷି ଋଣ ସଂପୂର୍ଣ୍ଣ ଛାଡ଼ କରିବାକୁ ଦାବି କରିଛନ୍ତି ବରୀ ବିଧାୟକ ବିଶ୍ବରଂଜନ ମଲ୍ଲିକ।

ଗଣଧାରଣାରେ ବସିବେ

ରବିବାର ଅପରାହ୍ନରେ ବରୀ ବଜାରସ୍ଥିତ ଜଳସଂପଦ ଡାକ ବଙ୍ଗଳାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବନ୍ୟା ମୁକାବିଲାରେ  ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛି। ସଠିକ୍ ଭାବେ ପୂର୍ବ ପ୍ରସ୍ତୁତ ରେ ରହି ନଦୀବନ୍ଧର ମରାମତି କରିଥିଲେ ଏପରି ଘାଇ ସୃଷ୍ଟି ହୋଇ ନଥାନ୍ତା କି ବନ୍ୟାର ସ୍ଥିତି ଏପରି ସଂଗୀନ ହୋଇ ନଥାନ୍ତା। ତେବେ ବନ୍ୟା ପରେ ମଧ୍ୟ ବିପନ୍ନଙ୍କ ପାଖରେ ସଠିକ୍ ସମୟରେ ପ୍ରଶାସନ ସହାୟତା ପହଞ୍ଚାଇବାରେ ବିଫଳ ହୋଇଛି। ପୂର୍ବ ପ୍ରସ୍ତୁତି ନଥିବାରୁ ବିପନ୍ନଙ୍କ ପାଖରେ ଶୁଖିଲା ଖାଦ୍ୟ ମଧ୍ୟ ପହଞ୍ଚାଇବାରେ ବିଳମ୍ବ ହୋଇଛି। ତେବେ ଯାହାହେଉ ଏବେ ଚାଷୀଙ୍କ କ୍ଷୟକ୍ଷତିର ଆକଳନ, ବନ୍ୟାରେ କ୍ଷତିଗ୍ରସ୍ତ ଘରର ସଠିକ୍ ଯାଞ୍ଚ ସହିତ ବ୍ଲକର ୨୯ ଟି ପଞ୍ଚାୟତର ବିପନ୍ନଙ୍କ ପାଖରେ ସମସ୍ତ ସରକାରୀ ସହାୟତା ଯଥା ଚାଷୀର ଚାଷର କ୍ଷୟକ୍ଷତି ଭରଣା, କ୍ଷତିଗ୍ରସ୍ତ ଘର ଗୁଡ଼ିକର ସଠିକ୍ ଯାଞ୍ଚ କରି ସହାୟତା ପ୍ରଦାନ  ସହିତ ଆସନ୍ତା ୭ଦିନ ମଧ୍ୟରେ ଏସମସ୍ତ ସହାୟତା ପାଇଁ ଚିହ୍ନଟ ପ୍ରକ୍ରିୟା ଶେଷ କରିବା ସହିତ ସଂପୂର୍ଣ୍ଣ  କୃଷି ଋଣ ଛାଡ଼ ପାଇଁ ଘୋଷଣା କରାନଗଲେ ସେ ତାଙ୍କ ସମସର୍ଥକମାନଙ୍କୁ ନେଇ ବରୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିବେ ବୋଲି ଆଜିର ସାମ୍ବାଦିକ ସମ୍ମିଳନିରେ ଘୋଷଣା କରିଛନ୍ତି ବିଧାୟକ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି କେଦାର ସାମଲ, ସମିତି ଉପାଧକ୍ଷା ଅର୍ଚ୍ଚନା ମଲ୍ଲିକ, ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସନ୍ତୋଷ ସାମଲ, ଦିଲ୍ଲୀପ୍ କୁମାର ମହାନ୍ତି, ସରପଞ୍ଚ ସଂଘ ସଭାପତି ପ୍ରସନ୍ନ ସାମଲ ଓ ସୁଶାନ୍ତ  ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Journalist: କାନ୍ଥ ପଡ଼ି ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.