Farmers Crisis: କାମରେ ଆସୁନି ଡିପ୍‌ ବୋର୍‌ୱେଲ ଯୋଜନା: ଦୁଇ ବର୍ଷରେ ହୋଇଛି କେବଳ ୬୯୪ ବୋରୱେଲ୍‌

1 month ago 13
ARTICLE AD BOX

ରାଉରକେଲା: ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଧାନଚାଷ ଗମ୍ଭୀର ଭାବେ ପ୍ରଭାବିତ ହେଲାଣି। ଜିଲ୍ଲାର ପ୍ରାୟ ସମସ୍ତ ୧୭ଟି ବ୍ଲକରେ ଧାନଚାଷ ବହୁମାତ୍ରାରେ ପଛେଇ ଯାଇଥିବାବେଳେ ବିକଳ୍ପ ଚାଷ ବିଷୟ ଚିନ୍ତା କରାଯାଉଛି। ପୂର୍ବରୁ ଯଦି ଅଧିକ ସଂଖ୍ୟକ ଗଭୀର ନଳକୂପ ବ୍ୟବସ୍ଥା କରାଯାଇଥାନ୍ତା, ତେବେ ମରୁଡ଼ି ସ୍ଥିତି ଉପୁଜିବା ପୂର୍ବରୁ ସେଗୁଡ଼ିକ ରୁଆ, ବୁଣା କାମ ପାଇଁ ବରଦାନ ସାବ୍ୟସ୍ତ ହୋଇଥାନ୍ତା। ମାତ୍ର ବିକଳ୍ପ ଜଳସେଚନର ବ୍ୟବସ୍ଥା ନଥିବାରୁ ବର୍ଷା ଜଳ ଉପରେ ନିର୍ଭର କରୁଥିବା ଚାଷୀଙ୍କ ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

ASI's historic security: ଏଏସ୍‌ଆଇର ଐତିହ୍ୟ ସୁରକ୍ଷା ପ୍ରହସନ: ଗନ୍ଧରାଡ଼ି ମନ୍ଦିର ମରାମତି ନେଇ ପ୍ରଶ୍ନବାଚୀ

ଗଭୀର ନଳକୂପ ସ୍ଥାପନ, ଏକମାତ୍ର ବିକଳ୍ପ

ଗତ ୨୦ ମାସ, ଅର୍ଥାତ୍‌ ୨୦୨୪ ଜୁନ ମସିହାରୁ ୨୦୨୬ ଫେବ୍ରୁଆରି ମଧ୍ୟରେ ଜିଲ୍ଲାରେ କେବଳ ୬୯୪ଟି ଡିପ୍‌ ବୋରୱେଲ୍‌ ସ୍ଥାପନ କରାଯାଇଛି। ଏହା ମାତ୍ର ୪୮୫୮ ହେକ୍ଟର ଚାଷ ଜମିକୁ ପାଣି ଯୋଗାଉଛି। ଏହି ଡିପ୍‌ ବୋର୍‌ୱେଲ୍‌ ଦ୍ବାରା ଖରିଫ୍‌ ଚାଷବେଳେ ୩୪୭୦ ହେକ୍ଟର ଓ ରବି ଚାଷ ସମୟରେ ୧୩୮୮ ହେକ୍ଟର ଜମିରେ ଚାଷ ହେଉଛି। ଜିଲ୍ଲାର ବିସ୍ତୀର୍ଣ୍ଣ ଚାଷ ଜମି ତୁଳନାରେ ଏହି ସଂଖ୍ୟା ଅତ୍ୟନ୍ତ ନଗଣ୍ୟ ଓ ଅପର୍ଯ୍ୟାପ୍ତ। ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ଚଳିତବର୍ଷ ମୋଟ୍‌ ୧,୯୮,୪୦୦ ହେକ୍ଟର ଜମିରେ ଧାନଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। କିନ୍ତୁ ଜଳସେଚନ ବ୍ୟବସ୍ଥାର ଘୋର୍‌ ଅଭାବ, ଏ ବର୍ଷ ଚାଷକୁ ଆହୁରି ପ୍ରଭାବିତ କରିଛି। ବର୍ଷାର ଅଭାବ ତଥା ଭୂତଳ ଜଳର ସଠିକ୍ ବ୍ୟବହାର ନହେବା ଯୋଗୁ ସୁନ୍ଦରଗଡ଼ର ଚାଷୀକୂଳ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି। କୃଷି ସଂକଟ ଦୂର କରି ଚାଷ ଜମିକୁ ବଞ୍ଚାଇବା ପାଇଁ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନ (ଓଏଲ୍‌ଆଇସି) ମାଧ୍ୟମରେ ସୁନ୍ଦରଗଡ଼ ଜିଲ୍ଲାର ବ୍ଲକଗୁଡ଼ିକରେ ତୁରନ୍ତ ବହୁ ସଂଖ୍ୟାରେ ନୂତନ ଗଭୀର ନଳକୂପ ସ୍ଥାପନ, ଏକମାତ୍ର ବିକଳ୍ପ ପାଲଟିଛି। ଏହି ଡିପ୍‌ ବୋର୍‌ୱେଲ ସ୍ଥାପନ ପ୍ରକ୍ରିୟା ଧୀମା ହେବା ପଛରେ ପ୍ରଶାସନିକ ଅବହେଳା ସ୍ପଷ୍ଟ ବାରି ହୁଏ। ଜମି ଯାଞ୍ଚ ପ୍ରକ୍ରିୟାରେ ଜଟିଳ କାଗଜପତ୍ର କାମ ଯୋଗୁ ଯୋଜନାର ଅନୁମୋଦନ ମିଳିବାରେ ବହୁତ ବିଳମ୍ବ ହୋଇଥାଏ। ଠିକାଦାରମାନଙ୍କ ମନମୁଖୀ କାର୍ଯ୍ୟ ଓ ଠିକ୍‌ ସମୟରେ ମେସିନ୍ ଉପଲବ୍ଧ ନକରାଇବା ଏହି ବିଳମ୍ବକୁ ଅଧିକ ବଢ଼ାଇଥାଏ। ସବୁଠାରୁ ବଡ଼ ସମସ୍ୟା ହେଉଛି ବିଦ୍ୟୁତୀକରଣ ପ୍ରକ୍ରିୟା। ନଳକୂପ ଖୋଳାଯିବା ଓ ପମ୍ପସେଟ୍ ବସାଯିବା ପରେ ମଧ୍ୟ ବିଦ୍ୟୁତ ବିଭାଗ ପକ୍ଷରୁ ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରିବା ଓ ବିଦ୍ୟୁତ ସଂଯୋଗ ଦେବାରେ ଅହେତୁକ ବିଳମ୍ବ ଘଟୁଛି। ବିଦ୍ୟୁତ ସଂଯୋଗ ଅଭାବରୁ ଅନେକ ନଳକୂପ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥାଇ ମଧ୍ୟ ଦୀର୍ଘ ଦିନ ଧରି ଅକାମୀ ହୋଇ ପଡ଼ିରରହିଥିବା ଦେଖିବାକୁ ମିଳୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.