ARTICLE AD BOX
ଧଣ୍ଡାମୁଣ୍ଡା (ସରୋଜ ମିଶ୍ର): ପ୍ରଧାନମନ୍ତ୍ରୀ ଡାଲି ଉତ୍ପାଦନ ବୃଦ୍ଧି ପାଇଁ ଉଦ୍ଦିଷ୍ଟ ’ମିସନ ଫର ଆତ୍ମନିର୍ଭରତା ଇନ୍ ପଲସେସ’ ଅଧୀନରେ ଆଜି (ବୁଧବାର) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ, ଚଙ୍ଗରିଆ ଚାଷୀ ତାଳିମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଗଡ଼ିଲା ଚାଷୀ ସଚେତନତା ରଥ; ଜିଲ୍ଲାପାଳ କଲେ ଶୁଭାରମ୍ଭ
ଏହି କାର୍ଯ୍ୟକ୍ରମରେ, ପାଟଣାଗଡ଼ କୃଷି ଜିଲ୍ଲା ଅଧିକାରୀ ସୋମନାଥ ମହାପାତ୍ର, ସହକାରୀ କୃଷି ଅଧିକାରୀଣୀ ପ୍ରତିଭା ବାରିକ, ଖପ୍ରାଖୋଲ ବ୍ଳକ୍ କୃଷି ଅଧିକାରୀ ସନ୍ତୋଷ କୁମାର ମେହେର, ଲୁହାସିଂହା ସହ କୃଷି ଅଧିକାରୀ ଦିନବନ୍ଧୁ ମେହେର ଯୋଗଦେଇଥିଲେ। ହରଡ଼ ଡାଲି ଚାଷ କିଭଳି ହେବ, ଏହାର ବ୍ୟବସାୟ ଆଦି ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ। ଜିଲ୍ଲା ଅଧିକାରୀ ଶ୍ରୀ ମହାପାତ୍ର ନିଜ ଆଲୋଚନାରେ, ଡାଲି ଜାତୀୟ ଫସଲ (ଯେପରିକି ମୁଗ, ବିରି, ହରଡ଼, କୋଳଥ, ଚଣା ଆଦି)ର ଚାଷ ପ୍ରଣାଳୀ, ମୃତ୍ତିକା ସ୍ୱାସ୍ଥ୍ୟ ରକ୍ଷାରେ ଏହାର ଭୂମିକା ଏବଂ ଅଧିକ ଅମଳକ୍ଷମ ଜ୍ଞାନକୌଶଳ ବିଷୟରେ ବୁଝାଇଥିଲେ। ଡାଲି ଜାତୀୟ ଫସଲର ଚେରରେ ଥିବା ଗୁଟି ଚେର (Rhizobium nodules) କିପରି ବାୟୁମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରି ମାଟିର ଉର୍ବରତା ବଢ଼ାଏ, ସେ ବିଷୟରେ ଚାଷୀଙ୍କୁ ବୁଝାଇବା ସହ ଉନ୍ନତ ବିହନ ଚୟନ କରିବା ଅଧିକ ଅମଳକ୍ଷମ ଏବଂ ରୋଗ ପ୍ରତିରୋଧକ ବିହନ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ।ବୁଣିବା ପୂର୍ବରୁ ବିହନକୁ କିପରି ବିଶୋଧନ କରାଯାଏ, ତାର ଉପକାରିତା ବିଷୟରେ ଆଲୋଚନା କରିଥିଲେ। ଚାଷୀ ନିଜର ସରକାରୀ ଯୋଜନା ରେ ଡାଲି ଚାଷ ପାଇଁ ମିଳୁଥିବା ସରକାରୀ ସହାୟତା, ସବ୍ସିଡି (ରିହାତି) ଏବଂ ମାଗଣା ବିହନ ବଣ୍ଟନ ଯୋଜନା ବିଷୟରେ ସୂଚନା ଦେଇଥିଲେ।
Agriculture: ବାଜିରେ ଲାଗିଛି କୃଷି ଶ୍ରମିକଙ୍କ ଜୀବନ; ୧୦ ଘଣ୍ଟା କାମ କଲେ ମଜୁରି ମିଳେ ୨୫୦ ଟଙ୍କା
ପାଟଣାଗଡ଼ ସହକାରୀ କୃଷି ଅଧିକାରୀଣୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଖପ୍ରାଖୋଲ ବ୍ଳକ୍ କୃଷି ଅଧିକାରୀ ଶ୍ରୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। କୃଷି ଅଧିଦର୍ଶକ ସାମରାଏ ମୁଣ୍ଡାରୀ ଓ ଶ୍ରୀଅନ୍ନ ଅଭିଯାନ ଗୋଷ୍ଠୀ ସଂଗଠକ ପ୍ରମୋଦ କୁମାର ବାଗ ପରିଚାଳନା ରେ ସହଯୋଗ କରିଥିଲେ। ଏଥିରେ ଉଭୟ ଗାଁ ର ଶତାଧିକ ଚାଷୀ ଉପସ୍ଥିତ ଥିଲେ।

2 weeks ago
6


