ARTICLE AD BOX
ଆଖିପତା ମୁହଁକୁ ଅଧିକ ସୁନ୍ଦର କରିଥାଏ ବୋଲି କୁହାଯାଏ। ବିଶେଷକରି ଲମ୍ବା ଆଖିପତା ମହିଳାମାନଙ୍କ ପାଇଁ ଏକ ଆକର୍ଷଣୀୟ ବିଭବ ହୋଇ ରହିଆସିଛି। ସେହି କାରଣରୁ ବଜାରରେ ନକଲି ଆଖିପତାର ବିକ୍ରୟ କାହିଁରେ କ’ଣ? ତେବେ ଏକ ନୂଆ ଟ୍ରେଣ୍ଡ୍ ଅନୁଯାୟୀ ଲମ୍ବା ଆଖିପତା ପୁରୁଷତ୍ବର ପ୍ରତୀକ ନୁହେଁ ବୋଲି ବିବେଚନା କରାଯାଉଛି। ଏହି ବିଶ୍ବାସର ବଶବର୍ତ୍ତୀ ହୋଇ ନୂଆପିଢ଼ିର ଯୁବକମାନେ ସେଲୁନ୍ ଯାଇ ଆଖିପତାକୁ କାଟି ଛୋଟ କରିଦେଉଛନ୍ତି। ଏବେ ସାରା ବିଶ୍ବରେ ଏହି ଟ୍ରେଣ୍ଡ୍ ବ୍ୟାପିଗଲାଣି।
Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ ‘ପଦ୍ଧତି’
ତେବେ ବାସ୍ତବ କଥା ହେଉଛି, ଆଖିପତା କାଟିବା କେବଳ ଅଜବ ନୁହେଁ, ଏହା ଆଖି ପାଇଁ ବିପଜ୍ଜନକ ମଧ୍ୟ। ଆଖିପତା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ଏହା ମୃତ ଚର୍ମକୋଷ, ଝାଳ ସମେତ ମଇଳା ଓ ଅତିବାଇଗଣୀ ରଶ୍ମିକୁ ଆଖିରେ ପ୍ରବେଶ କରିବାରୁ ରୋକିଥାଏ। ତେଣୁ ଆଖିପତା କାଟିବା ଦ୍ୱାରା ବିଭିନ୍ନ ସଂକ୍ରମଣ, କୁଣ୍ଡେଇ ହେବା ଏବଂ ବାରମ୍ବାର ଅଶ୍ବସ୍ତି ଅନୁଭବ କରିବା ଭଳି ସମସ୍ୟା ଦେଖାଦେଇପାରେ। ସମ୍ଭାବ୍ୟ ସଂକ୍ରମଣ ଓ ଅଶ୍ବସ୍ତି ଛଡ଼ା ଆଖିପତା ଟ୍ରିମିଂ ପ୍ରକ୍ରିୟା ବିପଦପୂର୍ଣ୍ଣ। ଆଖି ପାଖରେ ତୀକ୍ଷ୍ଣ, ଦ୍ରୁତ ଗତିଶୀଳ ଧାତବ ବ୍ଲେଡ୍ ଚଳାଇବା ଭୟଙ୍କର ପରିଣାମ ଆଣିପାରେ। ସମୟ ସହ ଆଖିପତା ପୁନର୍ବାର ବଢ଼ିଲେ ମଧ୍ୟ ଏଥିପାଇଁ ମାସ ମାସ ସମୟ ଲାଗେ। ସେହିପରି ଆଖିପତା କାଟିବା ପୁରୁଷତ୍ୱ ସହ ଜଡ଼ିତ ଭଳି ଧାରଣାର କୌଣସି ବୈଜ୍ଞାନିକ କାରଣ ନାହିଁ। ବିଶେଷଜ୍ଞଙ୍କ ଅନୁସାରେ, ଲମ୍ବା ଆଖିପତା ହେଉଛି ବଂଶଗତ। ତେଣୁ ଏହା ପୁରୁଷ ଓ ମହିଳା ଉଭୟଙ୍କ କ୍ଷେତ୍ରରେ ହୋଇପାରେ।

1 day ago
1


