ARTICLE AD BOX
କାଳିଆପାଣି: ଦିନସାରା ହାଡ଼ଭଙ୍ଗା କାମ କରି ମଧ୍ୟ ନିଜର ପେଟ ଓ ପରିବାରର ତିନି ଶିଶୁ ସନ୍ତାନଙ୍କ ସହ ୫ଜଣଙ୍କ ପୋଷିବା ସକ୍ଷମ ହେଲାନାହିଁ। ଉତ୍କଟ ଅର୍ଥାଭାବ ଓ ଅନଟନରେ ସର୍ବଦା ପରିବାରରେ ବିବାଦ ଓ ମାନସିକ ଚାପ। ନିଜର ଘୋର ଦାରିଦ୍ର୍ୟକୁ ସାମ୍ନା କରିବାରେ ଅସମର୍ଥ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଜଣେ ଆଦିବାସୀ ଯୁବକ। ମୃତକଜଣକ କାଳିଆପାଣି ଥାନା ସୁକୁରଙ୍ଗି ଗାଁର ପ୍ଲାଣ୍ଟ୍ସାହି ଚିକେନ କାଉଣ୍ଟରରେ ଦିନମଜୁରିଆ ଭାବେ କାମ କରୁଥିବା ବିଶ୍ବନାଥ ହେମ୍ବ୍ରମ(୨୭)।
Poverty reduces: ମାନସିକ ଦକ୍ଷତା ହ୍ରାସ କରେ ଦୀର୍ଘକାଳୀନ ଦାରିଦ୍ର୍ୟ
ସୂଚନାନୁସାରେ, ଆଜି(ବୁଧବାର) ସକାଳୁ ବିଶ୍ବନାଥ ବିଷ ପିଇ ଦେଇଥିଲେ। ଚିକେନ କାଉଣ୍ଟର ମାଲିକ ରାଜ କୁମାର ସିଂହ ତାଙ୍କୁ ବାଇକ୍ରେ ବସାଇ ଓଏମ୍ସି କାଳିଆପାଣି କେନ୍ଦ୍ରୀୟ ଚିକିତ୍ସାଳୟ ଆଣିଥିଲେ। ଅତ୍ୟଧିକ ମଦ ପିଇ ଗୁରୁତର ହୋଇଥିବା ଦର୍ଶାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଓଏମ୍ସି ଆମ୍ବୁଲାନ୍ସରେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଯାଇଥିଲା। ସେଠାରେ ମୁମୂର୍ଷୁ ଅବସ୍ଥାରେ ଥିବା ବିଶ୍ବନାଥଙ୍କୁ ଡାକ୍ତର ସୁବାସ ଚନ୍ଦ୍ର ବିଶ୍ବାଳ ଚିକିତ୍ସା କରୁଥିଲେ। ବିଶ୍ବନାଥଙ୍କୁ ୨ଟି ସାଲାଇନ୍ ଲଗା ଯିବା ସହ ବାନ୍ତି କରାଇ ପେଟରୁ କିଛି ପରିମାଣରେ ବିଷାକ୍ତ ପଦାର୍ଥ କଢ଼ା ଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଯାଜପୁରଜିଲ୍ଲା ମୁଖ୍ୟ ଚିକିତ୍ସା ପଠାଯାଇଥିଲା। ତେବେ ରାସ୍ତାରେ ସେହି ଆମ୍ବୁଲାନ୍ସରେ ତାଙ୍କ ଜୀବନ ଯାଇଥିଲା।
4 Girls Sundargarh: ଦାରିଦ୍ର୍ୟ ପାଚେରି ଡେଇଁ ନୀଳ ଜର୍ସିରେ ସୁନ୍ଦରଗଡ଼ର ସୁକନ୍ୟା, ୧୮ ବର୍ଷରୁ କମ୍ ମହିଳା ହକି ଦଳରେ ଜିଲ୍ଲାର ୪
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ମୃତ୍ୟୁକାଳୀନ ବୟାନ ରେକର୍ଡ କରାଯାଇଥିବା ସୂଚନା ମିଳିଛି। ଏଥିରେ ବଗମରା ପାଇଁ ରଖାଯାଇଥିବା ବିଷ ପିଇଥିବା ବିଶ୍ବନାଥ କହିଛନ୍ତି। ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ବିଜୟ କୁମାର ବେହେରା ସୁକିନ୍ଦା ମେଡିକାଲ୍ ପହଞ୍ଚି ମୃତଦେହ ଜବତ କରିଥିଲେ। ମୃତକଙ୍କ ପତ୍ନୀ ନାନୀକାଙ୍କ ଏତଲା ଆଧାରରେ ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ମାମଲା ୧୮/୨୬ ରୁଜୁ କରାଯାଇଛି। ସଂଧ୍ୟାରେ ତାଙ୍କ ପୈତୃକ ଗାଁରୁ ଓ କାଳିଆପାଣିରୁ ତାଙ୍କ ସଂପର୍କୀୟମାନେ ସୁକିନ୍ଦା ମେଡିକାଲ ପହଞ୍ଚିଛନ୍ତି। ଶବଗୃହରେ ତାଙ୍କ ମୃତଦେହ ରଖାଯାଇଛି। ତଦନ୍ତ ଜାରି ରହିଛି। ଆସନ୍ତାକାଲି ବ୍ୟବଛେଦ କରାଯିବ ବୋଲି ପୁଲିସ କହିଛି।
Allowance: ଗରିବଙ୍କୁ ଉପହାସ ସରକାରୀ ବ୍ୟବସ୍ଥା... ଭତ୍ତା ହଜାରେକୁ ଭଡ଼ା ହଜାରେ
ଦୋକାନ ମାଲିକ ରାଜକୁମାର ସିଂହଙ୍କ ପିଉସୀ ଆଶାକର୍ମୀ ଗୀତା ସିଂହ କହିଛନ୍ତି, କାଳିଆପାଣି ଥାନା କୋଳିପଶି ଗାଁରେ ରହୁଥିବା ସଡ଼ୁଙ୍କ ପରାମର୍ଶରେ ବିଶ୍ବନାଥ ୨ ମାସ ପୂର୍ବରୁ ସୁକୁରଙ୍ଗି ଆସି ସେ କାମ କରୁଥିଲେ।
ପାଖପଡ଼ୋଶୀଙ୍କ ଠାରୁ ମିଳିଥିବା ସୂଚନାରେ, ନାନୀକା ଓ ବିଶ୍ବନାଥ ହେମ୍ବ୍ରମଙ୍କ ଘର ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବାଟଗାଁ ପଞ୍ଚାୟତ ଝାଞ୍ଜିରିବେଡ଼ା ଗାଁରେ। ସେମାନଙ୍କ ୫, ୩ ଓ ୧ ବର୍ଷର ୩ଟି ପୁଅ ଅଛନ୍ତି। ପରିବାର ଲୋକଙ୍କ କହିବାନୁସାରେ, ସେମାନଙ୍କୁ କୌଣସି ପ୍ରକାର ସରକାରୀ ଯୋଜନାର ସୁବିଧା ପରିବାରରେ କାହାର ଆଧାରକାର୍ଡ ନଥିବାରୁ ସେମାନେ ରାସନ ଚାଉଳ ପାଉନଥିବା ନାନୀକା କହନ୍ତି। କାମ ବଦଳରେ ଦିନକୁ ଦେଢ଼ଶହରୁ ୨ ଶହ ଟଙ୍କା ମିଳୁଥିଲେ ହେଁ ସବୁଦିନ ହାତରେ କାମ ନଥାଏ। ଏଣୁ ଅଧିକାଂଶ ଦିନ ଏହି ପରିବାର ଉପାସ ଓ ଅଧାପେଟ ରହିଥାନ୍ତି। ଏହାକୁ ନେଇ ପରିବାରରେ ଅଶାନ୍ତି ଓ କଳିଝଗଡ଼ା ଲାଗି ରହୁଥିଲା।

1 day ago
2


