ARTICLE AD BOX
ନୂଆଦିଲ୍ଲୀ: ୟୁରୋପୀୟ ସଂଘ (ଇୟୁ) ବଜାରକୁ ଭାରତ ପ୍ରତିବର୍ଷ ୧୬.୪ ଲକ୍ଷ ଟନ୍ ଇସ୍ପାତ ଦେଶଭିତ୍ତିକ ଶୁଳ୍କ ହାର କୋଟା (ଟିଆର୍କ୍ୟୁ) ଅଧୀନରେ ପଠାଇ ପାରିବ। ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍ଟିଏ) ଅଧୀନରେ ୬,୯୪,୮୫୩ ଟନ୍ ଏବଂ ସର୍ବାଧିକ ଅନୁଗୃହୀତ ରାଷ୍ଟ୍ର (ଏମ୍ଏଫ୍ଏନ୍) ଢାଞ୍ଚା ଅଧୀନରେ ୯,୪୬,୬୧୬ ଟନ୍ ଇସ୍ପାତ ରପ୍ତାନି କରିବାକୁ ଅନୁମତି ପାଇବ। ୟୁରୋପୀୟ ସଂଘ ପକ୍ଷରୁ ପକ୍ଷରୁ ପ୍ରକାଶିତ ଚିଠା ରାଜିନାମାରୁ ଏହା ଜଣାଯାଇଛି।
ଭାରତ ସମ୍ପ୍ରତି ୟୁରୋପୀୟ ସଂଘକୁ ବାର୍ଷିକ ପ୍ରାୟ ୪ ନିୟୁତ ଟନ ଇସ୍ପାତ ରପ୍ତାନି କରୁଛି। କିନ୍ତୁ ବିଶ୍ବରେ ହେଉଥିବା ଅତ୍ୟଧିକ ଇସ୍ପାତ ଉତ୍ପାଦନରୁ ୟୁରୋପୀୟ ସଂଘ ନିଜର ସଦସ୍ୟମାନଙ୍କୁ ସୁରକ୍ଷା ଦେବା ପାଇଁ ଚଳିତମାସ ଜୁଲାଇ ପହିଲାରୁ ନୂଆ ନିୟମ ଲାଗୁ କରିଛି। ଏଥିରେ ୧୮.୩ ନିୟୁତ ଟନ୍ ଶୁଳ୍କ ମୁକ୍ତ କୋଟା ରହିଛି। ଅର୍ଥାତ୍ ଶୂନ ପ୍ରତିଶତ ଶୁଳ୍କରେ ଏହି ପରିମାଣର ଇସ୍ପାତ ୟୁରୋପୀୟ ସଂଘ ଆମଦାନି କରିବ। ଉକ୍ତ କୋଟା ବାହାରେ କରାଯାଉଥିବା ଆମଦାନି ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁର ବ୍ୟବସ୍ଥା ରହିଛି।
Piyush Goyal: ୯ଟି ଦେଶ ସହ ମୁକ୍ତ ବାଣିଜ୍ୟ ରାଜିନାମା ଆଲୋଚନା
ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ଆଲୋଚନା ଚଳିତବର୍ଷ ଜାନୁଆରି ୨୭ ତାରିଖରେ ଶେଷ ହୋଇଛି। ଚଳିତବର୍ଷ ଶେଷ ସୁଦ୍ଧା ଏହି ରାଜିନାମା ସ୍ବାକ୍ଷର ହେବ ଏବଂ ଆସନ୍ତାବର୍ଷରୁ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।

4 days ago
4


