ARTICLE AD BOX
ନୂଆଦିଲ୍ଲୀ: ଏକ୍ସିମ୍ ବ୍ୟାଙ୍କରେ ବିଜନେସ୍ ଡେଭଲପମେଣ୍ଟ ଅଫିସର (ବିଡିଓ) ପଦବି ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀ ଏକ୍ସିମ୍ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୧୫ ଅକ୍ଟୋବର ୨୦୨୬ ରହିଛି।
କିଏ କରିପାରିବେ ଆବେଦନ?
• ମାର୍କେଟିଂ କିମ୍ବା ଫାଇନାନ୍ସରେ ସ୍ନାତକୋତ୍ତର ଡିଗ୍ରି ଥିବା ଆବଶ୍ୟକ।
• ସର୍ବନିମ୍ନ ୫୫ପ୍ରତିଶତ ମାର୍କ ରହିବା ଦରକାର।
• ୩୧ ଅଗଷ୍ଟ ୨୦୨୬ ସୁଦ୍ଧା ସର୍ବାଧିକ ବୟସ ୩୫ ବର୍ଷ ହୋଇଥିବ।
• ମାଇକ୍ରୋସଫ୍ଟ ଅଫିସ୍ ଟୁଲ୍ସ, ଯଥା ୱାର୍ଡ, ଆକ୍ସେସ୍ ଓ ପିପିଟି ବିଷୟରେ ଜ୍ଞାନ ଥିବା ଆବଶ୍ୟକ।
.ବିଜନେସ୍ ଡେଭଲପମେଣ୍ଟ ଅଫିସର ପଦରେ ଚୟନ ହେଉଥିବା ପ୍ରାର୍ଥୀଙ୍କୁ ବାର୍ଷିକ ୧୪.୬୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ମିଳିବ।
କିପରି କରିବେ ଆବେଦନ?
୧. ଏକ୍ସିମ୍ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍କୁ ଯାଆନ୍ତୁ।
୨. ଅନଲାଇନ୍ ରେଜିଷ୍ଟ୍ରେସନ୍ ବିଭାଗକୁ ଯାଆନ୍ତୁ।
୩. ବିଡିଓ ନିଯୁକ୍ତି ସମ୍ପର୍କିତ ଲିଙ୍କରେ କ୍ଲିକ୍ କରନ୍ତୁ।
୪. ଆବଶ୍ୟକ ତଥ୍ୟ ପୂରଣ କରି ଦରକାରୀ ଦସ୍ତାବିଜର ସ୍କାନ୍ କପି ଅପଲୋଡ୍ କରନ୍ତୁ।
୫. ଆବେଦନ ଫର୍ମ ଦାଖଲ କରି ଏହାର ପ୍ରିଣ୍ଟଆଉଟ୍ ରଖନ୍ତୁ।
୬. ଆବେଦନର ଶେଷ ତାରିଖ: ୧୫ ଅକ୍ଟୋବର ୨୦୨୬

9 hours ago
2


