ARTICLE AD BOX
ନୂଆଦିଲ୍ଲୀ: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ୍ରେ ମାଇଲେଜ୍ ହ୍ରାସ ହେବା ଓ ଇଞ୍ଜିନ ଖରାପ ହେଉଥିବା ନେଇ ଦେଶରେ ବ୍ୟାପକ ଚର୍ଚ୍ଚା ହେଉଛି। ସବୁ ପ୍ରକାର ଚର୍ଚ୍ଚାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଇ୨୦ ପେଟ୍ରୋଲ ପାଇଁ କୌଣସି କାର ଅସୁବିଧା ସାମନା କରିଥିବାର କୌଣସି ମାମଲା ନାହିଁ। ଏହି ତେଲ ପାଇଁ କୌଣସି କାର୍ର ସମସ୍ୟା ହୋଇଛି କି? ମୋତେ ଗୋଟିଏ କାର୍ର ନାମ କୁହ ବୋଲି ସେ ସମାଲୋଚକମାନଙ୍କୁ ଆହ୍ବାନ ଦେଇଛନ୍ତି।
ଆହୁରି ପଢନ୍ତୁ: Similipal poachers arrested ଏଆଇ କ୍ୟାମେରାରେ ଧରିଲା ବେଆଇନ ଶିକାରୀ
ଇଥାନଲ ମିଶ୍ରିତ ପେଟ୍ରୋଲକୁ ନେଇ ଅପପ୍ରଚାର କରାଯାଉଛି। ଟଙ୍କା ନେଇ କିଛି ଲୋକ ସେଭଳି ପ୍ରଚାର କରୁଥିବା ଗଡ଼କରୀ କହିଛନ୍ତି। ନିଜ ପରିବାର ସଦସ୍ୟ ଇଥାନଲ ଉତ୍ପାଦନ କରୁଥିବାରୁ ଜାଣିଶୁଣି ଗଡ଼କରୀ ଇ୨୦ ପେଟ୍ରୋଲକୁ ବାଧ୍ୟତାମୂଳକ କରିଥିବା ସମ୍ପର୍କରେ ହେଉଥିବା ଅଭିଯୋଗ ଉପରେ ମତ ଦେଇ ଗଡ଼କରୀ କହିଥିଲେ ଯେ ତାଙ୍କ ପରିବାର ସଦସ୍ୟଙ୍କ ଚିନି କଳ ରହିଛି। କିନ୍ତୁ ସେହି କମ୍ପାନିଗୁଡ଼ିକ ଇଥାନଲ ଉତ୍ପାଦନ ଉପରେ ନିର୍ଭର କରୁନାହାନ୍ତି।

4 weeks ago
14


