Environmental Warrior: ପରିବେଶ ଯୋଦ୍ଧା: ଅନୁଷ୍କାଙ୍କ ଜୀବେଦୟା

13 minutes ago 2
ARTICLE AD BOX

ଚଳଚ୍ଚିତ୍ର ପରଦାରେ ଅନୁଷ୍କା ଶର୍ମାଙ୍କୁ ଜଣେ ସଫଳ ଅଭିନେତ୍ରୀ ଭାବେ ଦର୍ଶକ ଜାଣନ୍ତି। କିନ୍ତୁ ପରଦା ବାହାରେ ତାଙ୍କର ଆଉ ଏକ ପରିଚୟ ରହିଛି। ସେ ହେଉଛନ୍ତି ପଶୁ କଲ୍ୟାଣ ଓ ପରିବେଶ ସୁରକ୍ଷାର ଜଣେ ସଚେତନ ସମର୍ଥକ। ନିଜର ଲୋକପ୍ରିୟତାକୁ କେବଳ ମନୋରଞ୍ଜନରେ ସୀମିତ ନ ରଖି, ପଶୁ ପ୍ରତି ଦୟା, ବନ୍ୟଜନ୍ତୁ ସୁରକ୍ଷା, ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗରେ ସେ ଲୋକଙ୍କୁ ସଚେତନ କରିଆସିଛନ୍ତି। ୨୦୨୬ରେ ପରିବେଶ ଓ ପଶୁ ଅଧିକାର ପାଇଁ ସ୍ୱର ଉଠାଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ଅନୁଷ୍କାଙ୍କ ନାମ ସାମିଲ ହୋଇଛି। ତେବେ ସାମାଜିକ ଓ ପାରିବେଶିକ ପ୍ରସଙ୍ଗଗୁଡ଼ିକ ପ୍ରତି ତାଙ୍କର ଆଗ୍ରହ ନୂଆ ନୁହେଁ, ଏହା ତାଙ୍କର  ଦୀର୍ଘଦିନର ଏକ ଯାତ୍ରା ବୋଲି କୁହାଯାଇପାରେ।

EPFO: ଇପିଏଫ୍‌ଓର ହ୍ବାଟ୍‌ସଆପ୍‌ ଚ୍ୟାନେଲ୍‌ ଆରମ୍ଭ: ହାତପାଆନ୍ତାରେ ମିଳିବ ସୂଚନା

ଅନୁଷ୍କା ପ୍ରାଣୀକଲ୍ୟାଣ ସମ୍ପର୍କିତ ସାର୍ବଜନୀନ ପଦକ୍ଷେପ ପ୍ରାୟ ବାର ବର୍ଷ ତଳୁ ନେଇଥିବା ଜଣାଯାଏ। ୨୦୧୪ରେ ସେ ମୁମ୍ବାଇରେ ଘୋଡ଼ାଟଣା ଗାଡ଼ି ବନ୍ଦ କରିବା ଦାବିରେ ସ୍ୱର ଉଠାଇଥିଲେ। ୨୦୧୫ରେ ‘ପଜିଟିଭିଟି’ ଅଭିଯାନ ମାଧ୍ୟମରେ ପଶୁପକ୍ଷୀଙ୍କ ଉପରେ ପଡୁଥିବା ପ୍ରଦୂଷଣର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିଥିଲେ। ସେହିପରି ଚୀନ୍‌ର ‘ୟୁଲିନ୍ କୁକୁର ମାଂସ ଉତ୍ସବ’ ବିରୋଧରେ ମଧ୍ୟ ସେ ନିଜ ମତ ରଖିଥିଲେ। ୨୦୧୭ରେ ପଶୁ ଅଧିକାର ସଂଗଠନ ପେଟା ଇଣ୍ଡିଆ ତାଙ୍କୁ ‘ପର୍ସନ୍ ଅଫ୍ ଦି ଇୟର୍’ ସମ୍ମାନ ଦେଇଥିଲା। ୨୦୧୮ରେ ସେ ବାଘ ସୁରକ୍ଷା ଅଭିଯାନରେ ସାମିଲ ହୋଇଥିଲେ। ୨୦୧୯ରେ ପଶୁ ନିର୍ଦ୍ଦୟତା ବିରୋଧରେ ‘ଜଷ୍ଟିସ୍ ଫର୍ ଆନିମଲ୍‌ସ’ ଅଭିଯାନ ମାଧ୍ୟମରେ ମଧ୍ୟ ସଚେତନତା ସୃଷ୍ଟି କରିଥିଲେ।

Man Dies of Electric Shock ଷଣ୍ଢ ପାଇଁ ବିଦ୍ୟୁତ୍‌ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ବୃଦ୍ଧ ମୃତ

୨୦୨୦ରେ ବିଶ୍ୱ ପରିବେଶ ଦିବସ ଅବସରରେ ଭୂମି ପେଡନେକରଙ୍କ ‘କ୍ଲାଇମେଟ୍ ୱାରିୟର୍’ ଅଭିଯାନର ‘ୱାନ୍ ୱିସ୍‌ ଫର୍ ଦ ଆର୍ଥ’ ପଦକ୍ଷେପରେ ଅନୁଷ୍କା ସାମିଲ ହୋଇଥିଲେ। ଜଳବାୟୁ ପରିବର୍ତ୍ତନ ଓ ପୃଥିବୀ ସୁରକ୍ଷା ପାଇଁ ପ୍ରତ୍ୟେକ ମଣିଷର ଦାୟିତ୍ୱ ରହିଛି ବୋଲି ଏହି ପ୍ରୟାସରେ ବାର୍ତ୍ତା ଦିଆଯାଇଥିଲା। ୨୦୨୫ ଓ ୨୦୨୬ର ବିଭିନ୍ନ ରିପୋର୍ଟରେ ମଧ୍ୟ ପଶୁ ଅଧିକାର ଓ ପରିବେଶ ପାଇଁ ସ୍ୱର ଉଠାଉଥିବା ଅଭିନେତ୍ରୀ ଭାବେ ଅନୁଷ୍କାଙ୍କ ନାମ ଆସିଛି। ପଶୁ ପ୍ରତି ଦୟା, ସଚେତନ ଜୀବନଶୈଳୀ ଓ ପ୍ରକୃତି ପ୍ରତି ଦାୟିତ୍ୱ- ଏହି ଚିନ୍ତାଧାରା ତାଙ୍କ ସାର୍ବଜନୀନ ଭୂମିକାକୁ ଏକ ଭିନ୍ନ ପରିଚୟ ଦେଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.