ARTICLE AD BOX
ଆମେ ଘରେ ବ୍ୟବହାର କରୁଥିବା ପ୍ଲାଷ୍ଟିକ୍ ବୋତଲ, ପୁରୁଣା ଖବରକାଗଜ ଓ କାର୍ଡବୋର୍ଡକୁ ସାଧାରଣତଃ ଅଳିଆ ଭାବି ଫିଙ୍ଗିଦେଇଥାଉ। େତବେ ଏହି ଅଳିଆ ବଦଳରେ ଏବେ ମିଳୁଛି ଖାଦ୍ୟ। ମଧ୍ୟପ୍ରଦେଶର ଭୋପାଳରେ ଆରମ୍ଭ ହୋଇଥିବା ‘କଚ୍ରା କାଫେ’ ଏହାର ଏକ ନିଆରା ଉଦାହରଣ। ଏଭଳି ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି ଭୋପାଳର ଅଞ୍ଜିତା ସାଭଲୋକ।
Indian Railways: ଆବର୍ଜନା ନିଷ୍କାସନରୁ ୬୨୮.୪୯ କୋଟି ଟଙ୍କା ଆୟ, ଧାର୍ଯ୍ୟ ଲକ୍ଷ୍ୟ ଅତିକ୍ରମ କଲା ରେଳବାଇ
ପ୍ଲାଷ୍ଟିକ୍ ପ୍ରଦୂଷଣ ଆଜି ସମଗ୍ର ବିଶ୍ୱ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ନଦୀ, ନାଳ ଓ ରାସ୍ତାଘାଟଠାରୁ ଆରମ୍ଭ କରି ମାଟି ଓ ଜଳ ପର୍ଯ୍ୟନ୍ତ ସବୁଠି ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଏଭଳି ସମୟରେ ‘କଚ୍ରା କାଫେ’ ପରିବେଶ ସୁରକ୍ଷାର ଏକ ନୂଆ ଉଦାହରଣ ସୃଷ୍ଟି କରିଛି। ଏହି ଉଦ୍ୟମ ପଛରେ ରହିଛନ୍ତି ଗୃହିଣୀ ଅଞ୍ଜିତା ସାଭଲୋକ। ନିଜ ଏନ୍ଜିଓ ‘ମନ୍ନତ’ ଜରିଆରେ ସେ ବହୁଦିନ ଧରି ଲୋକଙ୍କୁ ପରିବେଶ ସୁରକ୍ଷା ଓ ଆବର୍ଜନା ପରିଚାଳନା ବିଷୟରେ ସଚେତନ କରୁଥିଲେ। ତେବେ କେବଳ ସଚେତନତା ଦ୍ୱାରା ଲୋକଙ୍କ ଅଭ୍ୟାସ ବଦଳୁ ନଥିବା ସେ ଅନୁଭବ କରିଥିଲେ। ତେଣୁ ଲୋକଙ୍କୁ ଆବର୍ଜନା ଠିକ୍ ଭାବେ ସଂଗ୍ରହ କରିବାକୁ ଉତ୍ସାହିତ କରିବା ପାଇଁ ସେ ଏକ ନୂଆ ଉପାୟ ଆପଣାଇଲେ।
Judgement: ଦିଲ୍ଲୀ-ଏନ୍ସିଆର୍ରେ ଗାଡ଼ି-ପ୍ରଦୂଷଣ ନେଇ ସୁପ୍ରିମ୍କୋର୍ଟଙ୍କ କଡ଼ା ଆଭିମୁଖ୍ୟ
ସେ ଭୋପାଳ ମ୍ୟୁନିସିପାଲ କର୍ପୋରେସନ୍ ସହଯୋଗରେ ଆରମ୍ଭ କଲେ ‘କଚ୍ରା କାଫେ’। ଏଠାରେ ଲୋକେ ଘରୁ ପ୍ଲାଷ୍ଟିକ୍, ପୁରୁଣା କାଗଜ ଓ କାର୍ଡବୋର୍ଡ ଆଣି ଦେଇଥାନ୍ତି। ବଦଳରେ ସେମାନଙ୍କୁ ଖାଦ୍ୟ, ପାନୀୟ ଓ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ମିଳିଥାଏ। ପ୍ରତି କିଲୋଗ୍ରାମ ଆବର୍ଜନା ବଦଳରେ ନିର୍ଦ୍ଦିଷ୍ଟ ମୂଲ୍ୟର ସାମଗ୍ରୀ ଦିଆଯାଏ। ଏଠାରେ ସଂଗୃହୀତ ଆବର୍ଜନାକୁ ପୁନଃଚକ୍ରଣ ପାଇଁ ପଠାଯାଏ। ଆରମ୍ଭରେ ଲୋକଙ୍କୁ ଏହି ବ୍ୟବସ୍ଥା ସହ ଯୋଡ଼ିବା ସହଜ ନଥିଲା। କିନ୍ତୁ ଧୀରେ ଧୀରେ ଲୋକଙ୍କ ଆଗ୍ରହ ବଢ଼ିଲା। ମାତ୍ର ଆଠମାସ ମଧ୍ୟରେ ଏହି କାଫେ ୪୫ ଟନ୍ରୁ ଅଧିକ ଆବର୍ଜନା ସଂଗ୍ରହ କରି ପୁନଃଚକ୍ରଣ ପାଇଁ ପଠାଇବାରେ ସଫଳ ହୋଇଛି। ଏହି ଉଦ୍ୟମ କେବଳ ଭୋପାଳରେ ସୀମିତ ନ ରହୁ ବୋଲି ସେ ଚାହାନ୍ତି। ଅନ୍ୟ ସହରଗୁଡ଼ିକରେ ଏଭଳି ବ୍ୟବସ୍ଥା ଆରମ୍ଭ ହେଲେ ଆବର୍ଜନା ପରିଚାଳନା ସହ ପରିବେଶ ସୁରକ୍ଷାକୁ ଆହୁରି ଗତି ମିଳିପାରିବ। ପ୍ରକୃତରେ, ପରିବେଶ ସୁରକ୍ଷା ପାଇଁ ଛୋଟ ଛୋଟ ପଦକ୍ଷେପ ମଧ୍ୟ ଅନେକ ପରିବର୍ତ୍ତନ ଆଣିପାରେ। ଅଞ୍ଜିତାଙ୍କ ‘କଚ୍ରା କାଫେ’ ଏହାର ଏକ ସୁନ୍ଦର ଉଦାହରଣ। ଅଳିଆକୁ ସମ୍ପଦରେ ପରିଣତ କରି ଏହା ଦର୍ଶାଇଛି ଯେ ପରିବର୍ତ୍ତନର ଆରମ୍ଭ ଆମ ଘରୁ ହିଁ ହୋଇପାରେ।

3 days ago
2


