Encounter in Sambalpur: ସମ୍ବଲପୁରରେ ଏନ୍‌କାଉଣ୍ଟର: ପୁଲିସ ଗୁଳିରେ କୁଖ୍ୟାତ ଇରଫାନ ଆହତ, ୨ ସହଯୋଗୀ ଗିରଫ

5 days ago 8
ARTICLE AD BOX

ସମ୍ବଲପୁର: ସମ୍ବଲପୁରରେ ରବିବାର ଭୋର ସମୟରେ ଗର୍ଜିଛି ପୁଲିସ ବନ୍ଧୁକ। ପୁଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟରେ ଧନୁପାଲି ଥାନା ସୁନାପାଲିର କୁଖ୍ୟାତ ଅପରାଧୀ ମହମ୍ମଦ ଇରଫାନ (୩୮) ଆହତ ହୋଇଛି। ଏହି ଘଟଣାରେ ତା’ର ଦୁଇ ସହଯୋଗୀ ଅଇଁଠାପାଲି ଥାନା ଟାଙ୍ଗରପାଲି ଅଞ୍ଚଳର ମହମ୍ମଦ ଅରମାନ (୨୮) ଓ ବିହାର ବେଗୁସରାଇ ଅଞ୍ଚଳର ଦୀପକ କୁମାର (୨୦) ଗିରଫ ହୋଇଛନ୍ତି।

Chief Minister : ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ: ‘ଆମ ପିଲାଙ୍କୁ ଆମ ମାଟିରେ ଚାକିରି ଦେବୁ’

ଅତିରିକ୍ତ ଏସ୍‌ପି ଅଜୟ ମିଶ୍ରଙ୍କ ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୫ଟା ୪୫ରେ ରାସନପୁର କେନାଲ ରୋଡସ୍ଥିତ ସୁଡ଼ୁଙ୍ଗା ଜଙ୍ଗଲ ନିକଟରେ ସଦର ଥାନା ପୁଲିସ ଯାଞ୍ଚ କରୁଥିଲା। ଏହି ସମୟରେ ଏକ ବାଇକ୍‌ରେ ଇରଫାନ ଓ ତା’ର ଦୁଇ ସହଯୋଗୀ ସେଠାରେ ପହଞ୍ଚିଥିଲେ। ପୁଲିସ ସେମାନଙ୍କୁ ଅଟକାଇ ଦୁଇ ସହଯୋଗୀଙ୍କୁ କାବୁ କରିଥିବା ବେଳେ ଇରଫାନ ଖସିଯିବାକୁ ଉଦ୍ୟମ କରି ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ପୁଲିସ ପାଲଟା ୨ ରାଉଣ୍ଡ ଗୁଳି ଚଳାଇବାରୁ ଇରଫାନର ବାମଗୋଡ଼ରେ ଗୁଳି ବାଜିଥିଲା। ଗୁଳିବିଦ୍ଧ ଇରଫାନକୁ ପୁଲିସ ବୁର୍ଲା ଭିମ୍‌ସାରରେ ଭର୍ତ୍ତି କରିଛି। ସେଠାରେ ତା’ର ଚିକିତ୍ସା ଚାଲିଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ସୁଡ଼ୁଙ୍ଗା ଜଙ୍ଗଲରୁ ଚୋରି ହୋଇଥିବା ଆଲୁମିନିୟମ ତାର ଜବତ କରାଯାଇଛି।

Protest: ପଞ୍ଜାବର ୭ ମନ୍ତ୍ରୀ ଓ ବାଚସ୍ପତିଙ୍କ ଘର ଆଗରେ ଆଜିଠାରୁ ୫ ଦିନ ଚାଷୀଙ୍କ ଧାରଣା

ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ, ଗୋଟିଏ ଗୁଳି, ୩ଟି ଖାଲି ଖୋକା ଏବଂ ବାଇକ୍ (ଓଡି୧୫ଏବି-୩୬୭୪) ଜବତ ହୋଇଛି। ଇରଫାନ ନାମରେ ବିଭିନ୍ନ ଥାନାରେ ଚୋରି, ଡକାୟତି, ନିଶାଦ୍ରବ୍ୟ କାରବାର, ଆଲୁମିନିୟମ ତାର ଚୋରି ଆଦି ୨୪ଟି ସଙ୍ଗିନ ମାମଲା ରହିଥିବା ପୁଲିସ କହିଛି। ଏ ନେଇ ନଂ ୨୫୮/୨୬ରେ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.