Emergency Landing: ଆରବ ସାଗରରେ ଆମେରିକା ନୌସେନାର ସି ହକ୍ ହେଲିକପ୍ଟରର ଜରୁରୀକାଳୀନ ଅବତରଣ: ଜଣେ ନିଖୋଜ, ୩ ଆହତ

1 month ago 12
ARTICLE AD BOX

ୱାସିଂଟନ: ଇରାନ ସହ ଉତ୍ତେଜନା ଜାରି ରହିଥିବାବେଳେ ଆରବ ସାଗରରେ ୟୁଏସଏସ ଜର୍ଜ ଏଚ୍ ଡବ୍ଲୁ ବୁଶ(ସିଭିଏନ ୭୭) ପାଇଁ ନିୟୋଜିତ ହୋଇଥିବା ଆମେରିକୀୟ ସେନାର ଏକ ଏମଏଚ-୬୦-ଏସ ସି ହକ୍ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି। ଏହି ଘଟଣାରେ ଜଣେ କ୍ରୁ ସଦସ୍ୟ ନିଖୋଜ ଥିବାବେଳେ ଏବଂ ଅନ୍ୟ ତିନି ଜଣ ଆହତ ହୋଇଥିବା କୁହାଯାଉଛି।ଇଷ୍ଟର୍ଣ୍ଣ ଟାଇମ୍ ଜୋନ୍ ଅନୁସାରେ ଜୁଲାଇ ୧ ତାରିଖ ବୁଧବାର ଭୋର ସାଢ଼େ ୩ଟା ରେ ଏହି ଘଟଣା ଘଟିଥିଲା। ଏହାର କାରଣ ତଦନ୍ତାଧୀନ ରହିଛି।

Trump Warning: ଚୀନ୍‌କୁ ଦଖଲ କରିବାକୁ ଦେବୁ ନାହିଁ: ପାନାମା କେନାଲକୁ ନେଇ ବେଜିଂକୁ ଖୋଲା ଚେତାବନୀ ଦେଲେ ଟ୍ରମ୍ପ

ସନ୍ଧାନ ଅଭିଯାନ ଜାରି

ୟୁଏସ ନୌସେନା ବାହିନୀ କେନ୍ଦ୍ରୀୟ କମାଣ୍ଡ ଏକ୍ସ ରେ ଏକ ପୋଷ୍ଟରେ କହିଛି ଚାରି ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି, ଏବଂ ଚତୁର୍ଥ କ୍ରୁ ସଦସ୍ୟଙ୍କ ପାଇଁ ସନ୍ଧାନ ଅଭିଯାନ ଜାରି ରହିଛି। କାହାର ଶତ୍ରୁତାପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଏହି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିବାର କୌଣସି ସୂଚନା ନାହିଁ ବୋଲି ଆମେରିକା ନୌସେନା କମାଣ୍ଡ କହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.