Elephant: ସୋଲାର ଫେନ୍ସିଂ ତାରରେ ଛନ୍ଦି ହୋଇ ହାତୀର ମୃତ୍ୟୁ ସନ୍ଦେହ

2 days ago 3
ARTICLE AD BOX

ସମ୍ବଲପୁର ଜିଲ୍ଲା ପଡ଼ିଆବାହାଲ ବନାଞ୍ଚଳ ଅନ୍ତର୍ଗତ ଛାମୁଣ୍ଡା ସେକ୍ସନର ଛାମୁଣ୍ଡା ବିଟ୍‌ ଅଧୀନ ଏକ ଜମିରୁ ଶୁକ୍ରବାର ଏକ ଅଣ୍ଡିରା ହାତୀର ମୃତଦେହ ଠାବ ହୋଇଛି। ମୃତ ହାତୀଟିର ବୟସ ପ୍ରାୟ ୧୨ରୁ ୧୪ ବର୍ଷ ମଧ୍ୟରେ ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି।

 (sambad.in) farmer killed by elephant Photograph: (sambad.in)

ଯୁଯୁମୁରା: ସମ୍ବଲପୁରଜିଲ୍ଲା ପଡ଼ିଆବାହାଲ ବନାଞ୍ଚଳ ଅନ୍ତର୍ଗତ ଛାମୁଣ୍ଡା ସେକ୍ସନର ଛାମୁଣ୍ଡା ବିଟ୍‌ ଅଧୀନ ଏକ ଜମିରୁ ଶୁକ୍ରବାର ଏକ ଅଣ୍ଡିରା ହାତୀର ମୃତଦେହ ଠାବ ହୋଇଛି। ମୃତ ହାତୀଟିର ବୟସ ପ୍ରାୟ ୧୨ରୁ ୧୪ ବର୍ଷ ମଧ୍ୟରେ ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି। ହାତୀର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।

ଆହୁରି ପଢନ୍ତୁ :Cricket: ରସିଦଙ୍କ ନୂଆ ରେକର୍ଡ: ଟ୍ବେଣ୍ଟି-୨୦ ୱିକେଟ୍‌ରେ ଦ୍ବିଶତକ

ଘଟଣା ସମ୍ପର୍କରେ ସୂଚନା ପାଇ ପଡ଼ିଆବାହାଲ ରେଞ୍ଜର ସୁନୀଲ ଖିଲାରୀ ବନ ବିଭାଗର କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ହାତୀର ଶରୀରରେ ସୋଲାର ଫେନ୍ସିଂ ତାର ଗୁଡ଼ାଇ ହୋଇଥିବା ଦେଖିବାକୁ ମିଳିଛି। ଏଥିରୁ ସୋଲାର ଫେନ୍ସିଂ ତାରରେ ବିଦ୍ୟୁତ୍‌ ଆଘାତ ଲାଗି ହାତୀଟିର ମୃତ୍ୟୁ ଘଟିଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ମୃତ ହାତୀର ବ୍ୟବଚ୍ଛେଦ କରାଯିବାକୁ ସ୍ଥିର ହୋଇଛି। ତେବେ ହାତୀଟିର ମୃତ୍ୟୁ ପଛରେ ପ୍ରକୃତ କାରଣ କ’ଣ ରହିଛି, ତାହା ବ୍ୟବଚ୍ଛେଦ ରିପୋର୍ଟ ଏବଂ ବିଭାଗୀୟ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.