Elephant:ଦୁଇ ଜଣଙ୍କୁ ମାରିଲା ଦନ୍ତା: ୧୪ ବର୍ଷ ପୂ‌‌ର୍ବେ ଉକ୍ତ ପରିବାରର ୨ଜଣ ସଦସ୍ୟଙ୍କୁ କରିଥିଲା ହତ୍ୟା

2 weeks ago 8
ARTICLE AD BOX

କାଠମାଣ୍ଡୁ: ନେପାଳରେ ଏକ ଦନ୍ତା ହାତୀର ଆଚରଣକୁ ନେଇ ବିସ୍ମୟ ପ୍ରକାଶ ପାଇଛି। ଚିତୱନ ଜାତୀୟ ଉଦ୍ୟାନ ନିକଟରେ ରହୁଥିବା ଏକ ପରିବାରର ଦୁଇ ଜଣ ସଦସ୍ୟଙ୍କୁ ୧୪ ବର୍ଷ ପୂର୍ବରୁ ହତ୍ୟା କରିଥିବା ସେହି ଦନ୍ତା ହାତୀ ପୁଣିଥରେ ସେହି ପରିବାରକୁ ଖୋଜି ବାହାର କରି ଆଉ ଦୁଇ ଜଣଙ୍କ ଜୀବନ ନେଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ସୂଚନା ଅନୁସାରେ, ୨୦୧୨ ମସିହା ଡିସେମ୍ବରରେ ଚିତୱନ ଜାତୀୟ ଉଦ୍ୟାନ ନିକଟସ୍ଥ ମାଡି ଅଞ୍ଚଳରେ ‘ଧୁର୍ବେ’ ନାମକ ଏହି ଦନ୍ତା ହାତୀ ଶନିଚରା ବୋଟେଙ୍କ ବାପା ବୁଧିରାମ ବୋଟେ ଓ ମା’ ଝରାଲି ବୋଟେଙ୍କୁ ପାଦରେ ଦଳି ମାରିଦେଇଥିଲା। ଏହି ଘଟଣା ପରେ ଭୟଭୀତ ହୋଇ ଶନିଚରା ବୋଟେ ନିଜ ପରିବାର ସହ ପ୍ରାୟ ୧୭ କିଲୋମିଟର ଦୂର ଜଗତପୁର ଅଞ୍ଚଳକୁ ଚାଲିଯାଇଥିଲେ। ମଝିରେ ରାପ୍ତୀ ନଦୀ ସମେତ ଦୁଇଟି ବଡ଼ ନଦୀ ଥିବାରୁ ସେଠାରେ ସେମାନେ ସୁରକ୍ଷିତ ରହିବେ ବୋଲି ଭାବିଥିଲେ।କିନ୍ତୁ ଚଳିତ ମାସ ୪ ତାରିଖରେ ସେହି ଦନ୍ତା ହାତୀ ଜଗତପୁରରେ ଥିବା ବୋଟେଙ୍କ ଘରେ ପଶି ତାଙ୍କ ୨୫ ବର୍ଷୀୟ ବୋହୂ ଆଶିକା ବୋଟେ ଓ ୪ ବର୍ଷର ନାତି ଭାରତ ବୋଟେଙ୍କୁ ଦଳିଚକଟି ମାରିଦେଇଥିଲା। ଏହା ସହ ୧୪ ବର୍ଷ ମଧ୍ୟରେ ଏହି ଗୋଟିଏ ହାତୀ ସେହି ପରିବାରର ଚାରି ଜଣଙ୍କ ଜୀବନ ନେଇଛି। ଶନିଚରା ବୋଟେ କହିଛନ୍ତି, ବଡ଼ ବଡ଼ ନଦୀ ପାର ହୋଇ ଘର ବଦଳାଇଥିଲେ ମଧ୍ୟ ହାତୀ ସେମାନଙ୍କୁ ଖୋଜି ପାଇଯାଇଛି। ଏବେ ସେମାନଙ୍କ ପାଖରେ ଆଉ କେଉଁଠିକି ପଳାଇବାର ବାଟ ନାହିଁ।

କୃଷିକ୍ଷେତରେ କାମ କରୁଥିଲେ ଶ୍ରମିକ, ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଲା

ଦନ୍ତାର ଦନ୍ତ କାଟିବା ପାଇଁ ବନ ବିଭାଗ ପ୍ରସ୍ତୁତି ଚଳାଇଛି

ଚିତୱନ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ‘ଧୁର୍ବେ’ ନେପାଳର ସବୁଠାରୁ ଆକ୍ରମଣାତ୍ମକ ଦନ୍ତା ହାତୀ ମଧ୍ୟରୁ ଅନ୍ୟତମ। ୨୦୧୦ ମସିହାରୁ ଏପର୍ଯ୍ୟନ୍ତ ଏହାର ଆକ୍ରମଣରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ରେକର୍ଡରେ ରହିଛି। ୨୦୧୨ର ଘଟଣା ପରେ ଏହାକୁ ଧରିବା ପାଇଁ ସେନା ମଧ୍ୟ ଅଭିଯାନ ଚଳାଇଥିଲା, କିନ୍ତୁ ହାତୀଟି ଖସି ପଳାଇଯାଇଥିଲା। ପରେ ଏହାର ଗତିବିଧି ଉପରେ ନଜର ରଖିବାକୁ ରେଡିଓ କଲାର ଲଗାଯାଇଥିଲା, ଯାହାକୁ ୨୦୨୦ ଓ ୨୦୨୩ରେ ବଦଳାଯାଇଥିଲା। ସର୍ବଶେଷ ଆକ୍ରମଣ ଦିନ ସଂଗୃହୀତ ତଥ୍ୟରୁ ହାତୀଟି ଘଟଣାସ୍ଥଳ ନିକଟରେ ଥିବା ସ୍ପଷ୍ଟ ହୋଇଥିଲା। ବର୍ତ୍ତମାନ ଏହାକୁ ନିୟନ୍ତ୍ରଣକୁ ଆଣି ପୁଣିଥରେ ରେଡିଓ କଲାର ଲଗାଇବା ଓ ଏହାର ଦନ୍ତ କାଟିବା ପାଇଁ ବନ ବିଭାଗ ପ୍ରସ୍ତୁତି ଚଳାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.