Elephant: କୁମୁଡ଼ିରେ ୧୧ ଟିକିଆ ହାତୀ ଆତଙ୍କ

1 hour ago 2
ARTICLE AD BOX

କାଳିଆପାଣି (ରବି ନାରାୟଣ କର):କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ଓ ସେକ୍ସନ କୁମୁଡ଼ି ଶାସନ‌ରେ ଗତକାଲି ସକାଳୁ ଆଜି ଭୋର ୨୦ ରୁ ୨୨ ଘଣ୍ଟା ଧରି ୧୧ ଟିକିଆ ହାତୀପଲ ଉପସ୍ଥିତି ନେଇ ସାଧାରଣରେ ଆତଙ୍କ ଖେଳି ଯାଇଥିଲା। ଦଳରେ ୫ଟି ଦନ୍ତା, ୪ଟି ମାଈହାତୀ ଓ ୨ଟି ଛୁଆ ଥିବା ବିଭାଗୀୟ ସୂଚନା ମିଳିଛି। 

ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ୍ ମହୁଲପାଳ ମୃଦଙ୍ଗା ବାଟରେ ବ୍ରାହ୍ମଣୀନଦୀର ଶାଖା ପାଣ୍ଡରା ନାଳ ପାରହୋଇ ହାତୀପଲ ସୁକିନ୍ଦା ରେଞ୍ଜ୍ କନ୍ତିରା ପଟୁ କୁମୁଡ଼ି ଶାସନ ପାଣିଟାଙ୍କି ପାଖ ଜଙ୍ଗଲରେ ପଶିଥିଲେ। ଗତକାଲି ଦିନ ତମାମ୍‌ ସେଠାରେ ରହିଥିଲେ। ଡିଏଫ୍‌ଓ ଅନୀଲ କୁମାର ରାୟଙ୍କ ନିର୍ଦ୍ଦେଶରେ ରେଞ୍ଜର ସତ୍ୟବ୍ରତ ପ୍ରଧାନଙ୍କ ତତ୍ତ୍ବାବଧାନରେ ବନପାଳ ମନୋରମା ହୋତାଙ୍କ ନେତୃତ୍ବରେ ୧୦ ଜଣିଆ ବନବାହିନୀ ଜଗି ରହିଥିଲେ। ଆଜି ଭୋରୁ ହାତୀପଲ ସେମାନଙ୍କ ପୁରୁଣା ଚଲାପଥ ବାଟେ ଭୁବନ ରେଞ୍ଜ୍ ଜଙ୍ଗଲ ଫେରି ପଳାଇଥିବା ବନପାଳ ଶ୍ରୀମତୀ ହୋତା କହନ୍ତି। 

FCAS: ଷଷ୍ଠ ପିଢ଼ିର ଯୁଦ୍ଧବିମାନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଭାରତର ପ୍ରୟାସ

Read Entire Article
LEFT SIDEBAR AD

Hidden in mobile, Best for skyscrapers.