ARTICLE AD BOX
କାମାକ୍ଷାନଗର: କାମାକ୍ଷାନଗର ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ। ଦିନରେ ଜଙ୍ଗଲରେ ରହୁଥିବା ହାତୀପଲ ସଞ୍ଜ ନଇଁଲେ ଧାନ ଜମିରେ ପଶି ଫସଲ ନଷ୍ଟ କରୁଛନ୍ତି। ୨୦ରୁ ଊର୍ଦ୍ଧ୍ୱ ହାତୀଙ୍କ ଉପଦ୍ରବରେ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିବା ବେଳେ ହାତୀଙ୍କୁ ଘଉଡ଼ାଇବାକୁ ନାକେଦମ୍ ହେଉଛି ବନ ବିଭାଗ । ଗୋଟିଏ ପଟେ ପରିଶ୍ରମ କରି ଫଳାଇଥିବା ଧାନ ଅମଳ ଆଶାରେ ଚାଷୀ, ଅନ୍ୟପଟେ ହାତୀପଲଙ୍କ ଉପଦ୍ରବ ।
ବନ ବିଭାଗକୁ ରାତିସାରା ନାକେଦମ୍ ହେବାକୁ ପଡ଼ୁଛି
ଗତ ଦୁଇଦିନ ହେଲା କାମାକ୍ଷାନଗର ଅଞ୍ଚଳର କାଦୁଆ, ବାଙ୍ଗୁରା, ମହୁଲପାଳ ଓ ବୀଜାଡିହ ଆଦି ଗାଁରେ ୨୦ରୁ ଊର୍ଦ୍ଧ୍ୱ ହାତୀ ଧାନ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ସଞ୍ଜ ନଇଁବା ମାତ୍ରେ ଜମି ମୁହାଁ ହେଉଛନ୍ତି ହାତୀପଲ। ଦିନବେଳେ ନିକଟସ୍ଥ ଜଙ୍ଗଲକୁ ଚାଲିଯାଉଥିବା ହାତୀପଲ ରାତି ହେଲେ ପୁଣି ଗାଁ ନିକଟ ଧାନ ଜମିରେ ପଶୁଛନ୍ତି । ଫଳରେ ଚାଷୀଙ୍କ ବର୍ଷକର ପରିଶ୍ରମ ହାତୀଙ୍କ ପାଦତଳେ ନଷ୍ଟ ହେଉଛି । ହାତୀଙ୍କୁ ଜଙ୍ଗଲ ମୁହାଁ କରିବା ପାଇଁ ବନ ବିଭାଗକୁ ରାତିସାରା ନାକେଦମ୍ ହେବାକୁ ପଡ଼ୁଛି । ତେବେ ହାତୀଙ୍କ ଲଗାତାର ଉପଦ୍ରବକୁ ନେଇ ଚିନ୍ତାରେ ଚାଷୀ ।
Accident: ମୋବାଇଲ ଚୋର ଧରିବାକୁ ଭଦ୍ରକ ଆସିଥିଲେ ୩ ପୁଲିସ କର୍ମଚାରୀ, ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍

51 minutes ago
2


