electrocution death ଗଣେଶ ପୂଜା ମଣ୍ଡପ ସାଜସଜ୍ଜା ବେଳେ ବିଦ୍ୟୁତାଘାତରେ ଯୁବକ ମୃତ

4 days ago 6
ARTICLE AD BOX

ରାୟଗଡା:   ଗଣେଶ ପୂଜା ମଣ୍ଡପରେ  ଅଘଟଣ ଘଟିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଜଣକଙ୍କ ନାମ ଆଲୁ ରାଜୁ (୨୬)। 

alu rajuମୃତକ ଅଲ୍ଲୁ ରାଜୁ: ଫାଇଲ୍‌ ଫଟୋ

ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ସ୍ଥିତ ମନୋରଞ୍ଜନ ଗଣେଶ ପୂଜା ମଣ୍ଡପରେ ସାଜସଜ୍ଜା ନିମନ୍ତେ ରାତିରେ ଯୁବକମାନେ କାମ କରୁଥିଲେ। ଏହି ସମୟରେ ରାଜୁ ଏକ ଖୋଲା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ବିଦ୍ୟୁତ୍‌ ଆଘାତରେ ସେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Phd Scholar Dies: କ୍ୟାମ୍ପସରେ ବିଦ୍ୟୁତ୍‌ ଆଘାତ ଲାଗି ପିଏଚ୍‌ଡି ଗବେଷକଙ୍କ ମୃତ୍ୟୁ

ମୃତ ରାଜୁ ଆନ୍ଧ୍ରପ୍ରଦେଶରେ  ଚାର୍ଟାର୍ଡ ଆକାଣ୍ଟେଣ୍ଟ ଭାବେ କାର୍ଯ୍ୟ କରୁଥିଲେ I ଚଳିତ ବର୍ଷ ଆଲୁ ରାଜୁ ବିଦ୍ୟାଳୟ ବନ୍ଧୁଙ୍କ ସହ ମିଶି ଗଣେଶ ପୂଜା ଯୋଜନା କରିଥିଲେ I ଏଥି ନିମନ୍ତେ ବ୍ୟାପକ ପ୍ରସ୍ତୁତି ମଧ୍ୟ ହୋଇଥିଲା I ସୂଚନା ପାଇ ଚାନ୍ଦିଲି ପୁଲିସ ଘଟଣାରେ ତଦନ୍ତ କରୁଛି 

Read Entire Article
LEFT SIDEBAR AD

Hidden in mobile, Best for skyscrapers.