ARTICLE AD BOX
ବୈଶିଙ୍ଗା: ଡ୍ୟୁଟିରେ ଥିବାବେଳେ ହଠାତ୍ ଅସୁସ୍ଥ ହୋଇ ବିଦ୍ୟୁତ୍ କର୍ମଚାରୀଙ୍କ ଅଚାନକ ମୃତ୍ୟୁ। ବୈଶିଙ୍ଗା ବିଦ୍ୟୁତ ସେକ୍ସନ ଅଧୀନ ମେର୍ଦା/ଅଁଳା ଷ୍ଟ୍ରକଚରରେ କାର୍ଯ୍ୟରତ ହରିହର ମଣ୍ଡଳଙ୍କ ଆଜି ଅଚାନକ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ରଙ୍ଗାମାଟିଆ ଗ୍ରାମର ନିରଞ୍ଜନ ମଣ୍ଡଳଙ୍କ ୩୮ ବର୍ଷୀୟ ପୁଅ ହରିହର ମଣ୍ଡଳ କାର୍ଯ୍ୟାଳୟରେ ଡ୍ୟୁଟି କରୁଥିବା ସମୟରେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ସେ ବସିଥିବା ସ୍ଥାନରେ ଟଳିପଡ଼ିଥିଲେ। ସାଥୀ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବୈଶିଙ୍ଗା ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ହରିହରଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ସୂଚନା ଅନୁସାରେ ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୁହୋଇଥିବା କୁହାଯାଉଛି।
ତେବେ ହରିହର ହିନ୍ଦୁସ୍ଥାନ ଇଞ୍ଜିନିଅରିଙ୍ଗ କର୍ପୋରେସନ ଏଜେନ୍ସି ମାଧ୍ୟମରେ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବାବେଳେ ହରିହର ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିବାରୁ ତାଙ୍କ ଅଚାନକ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ଅନ୍ୟପଟେ ଜଣେ ସହକର୍ମୀଙ୍କୁ ହଠାତ୍ ହରାଇ ବିଦ୍ୟୁତ କର୍ମଚାରୀ ମହଲରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।
Husband Attacks: ସିନ୍ଦୁରପଙ୍କରେ ବିଉଟି ପାର୍ଲର ମାଲିକାଣୀଙ୍କୁ ଛୁରିରେ ଆକ୍ରମଣ କଲେ ସ୍ବାମୀ

1 day ago
1


