Electricity Staff: ଆଦିବାସୀଙ୍କ ଉପରେ ବିଦ୍ୟୁତ୍ କର୍ମଚାରୀଙ୍କ ଜୁଲୁମ୍, କୁକୁଡ଼ା ଓ ଟଙ୍କା ନେବାର ଭିଡିଓ ଭାଇରାଲ୍

5 days ago 4
ARTICLE AD BOX

ଦଶପଲ୍ଲା:ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ଚଡ଼େୟାପଲ୍ଲୀ, କଳସାଖମଣ, ନୂଆଗାଁ ଆଦି ଉପାନ୍ତ ଅଞ୍ଚଳରେ ବିଦ୍ୟୁତ୍ ସମସ୍ୟା ଦିନକୁ ଦିନ ଜଟିଳ ସ୍ଥିତି ସୃଷ୍ଟି କରୁଛି। ଦୈନିକ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍ କଟୁଛି। ହେଲେ ବିଦ୍ୟୁତ୍ ସଜାଡ଼ିବା ପାଇଁ ଅଞ୍ଚଳବାସୀ ଦାୟିତ୍ବରେ ଥିବା ବିଦ୍ୟୁତ୍ କର୍ମଚାରୀଙ୍କୁ ଫୋନ୍ କଲେ ସେମାନେ ଜୁଲୁମ୍ ଚଳାଉଥିବା ଅଭିଯୋଗ ହେଉଛି।

Road Block: ବେହେଡ଼ା ପୋଲ ଉପରେ ୫ ଫୁଟର ପାଣି, ଉମରକୋଟ ଓ ରାଇଘର ମଧ୍ୟରେ ଯାତାୟତ ବନ୍ଦ

ଖୋଲାଖୋଲି ଭାବେ ବିଦ୍ୟୁତ୍ ସଜାଡ଼ିବା ପାଇଁ ଟଙ୍କା, କୁକୁଡ଼ା ଓ ଚାଉଳ ଆଦି ଦେବାକୁ ଦାବି କରାଯାଉଛି। ଯାହାର ଫୋନ୍ କଲର ବାର୍ତ୍ତାଳାପ ସହିତ ଆଦିବାସୀଙ୍କ ଠାରୁ କୁକୁଡ଼ା, ଚାଉଳ ଓ ଟଙ୍କା ନେବାର ଭିଡିଓ ଏବେ ‘ସମ୍ବାଦ’ ହାତରେ ଲାଗିଛି। ବିଦ୍ୟୁତ୍ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅଞ୍ଚଳବାସୀ ସମ୍ପୃକ୍ତ କର୍ମଚାରୀଙ୍କୁ ନେହୁରା ହେଉଥିବା ବେଳେ ସେମାନଙ୍କ ଉପରେ ଜୁଲୁମ୍ ଏବେ ସୀମା ଟିପୁଛି। ମିଳିଥିବା ସୂଚନା ଅନୁଯାୟୀ ଚଡ଼େୟାପଲ୍ଲୀ ପଞ୍ଚାୟତ କଦଳିକୁମ୍ପା ଗ୍ରାମରେ ବିଦ୍ୟୁତ୍ ସମସ୍ୟା ଲାଗି ରହିଛି। ଗ୍ରାମବାସୀ ଏନେଇ ନୂଆଗାଁ ସେକ୍ସନ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିବା ସହ ଉକ୍ତ ଅଞ୍ଚଳ ଦାୟିତ୍ବରେ ଥିବା ବିଦ୍ୟୁତ୍ କର୍ମଚାରୀଙ୍କୁ ବାରମ୍ବାର ଫୋନ୍ କରି ନେହୁରା ହେଉଛନ୍ତି। ଆଦିବାସୀଙ୍କ ଏଭଳି ସରଳତାର ସୁଯୋଗ ନେଇ ଦାୟିତ୍ବରେ ଥିବା ବିରଞ୍ଚି ନାରାୟଣ ପ୍ରଧାନ ଓ ମଳୟ ସେମାନଙ୍କୁ ବିଦ୍ୟୁତ୍ ସଜାଡ଼ିବା ପାଇଁ ଯିବାକୁ ୨ ହଜାର ଟଙ୍କା ଆଗ ପଠାଇବାକୁ ଦାବି କରୁଛନ୍ତି। ବିରଞ୍ଚି ପାଖକୁ ୨ ହଜାର ଟଙ୍କା ପଠାଇବା ପରେ ସେ କହିଲେ ମଳୟ ଯାଇ ବିଦ୍ୟୁତ୍ ସଜାଡ଼ିବ।

ବର୍ଷବର୍ଷ ଧରି ସମସ୍ୟା ଲାଗିରହିଛି

ଏହି କଥାରେ ଗ୍ରାମବାସୀ ରାଜି ହେବାପରେ ସଜାଡ଼ିବା ପାଇଁ ଯାଉଥିବା କର୍ମଚାରୀଙ୍କ ପାଇଁ ଦେଶୀ କୁକୁଡ଼ା, ଚାଉଳ, ମସଲା କିଣିବା ପାଇଁ ଟଙ୍କା ଦେବାକୁ ମଧ୍ୟ ଦାବି କରାଯାଉଛି। ଏଥିରେ ଗ୍ରାମବାସୀ ରାଜି ହେବାପରେ ଉକ୍ତ କର୍ମଚାରୀମାନେ ଗାଁରେ ପହଞ୍ଚି ଲୋକଙ୍କ ଠାରୁ କୁକୁଡ଼ା ଓ ଟଙ୍କା ନେଉଥିବାର ଭିଡିଓ ମଧ୍ୟ ରହିଛି। ହେଲେ ବି ଏଯାଏଁ ଗ୍ରାମବାସୀଙ୍କ ବିଦ୍ୟୁତ୍ ସମସ୍ୟାରେ ସୁଧାର ଆସିନାହିଁ। ବିଦ୍ୟୁତ୍ ସମସ୍ୟା ନେଇ ଅଞ୍ଚଳବାସୀ ବର୍ଷବର୍ଷ ଧରି ସମସ୍ୟା ଭୋଗି ଆସୁଥିବା ବେଳେ କର୍ମଚାରୀଙ୍କ ଏଭଳି ଜୁଲୁମ୍ ଏବେ ଦାଣ୍ତରେ ପଡ଼ି ହାଟରେ ଗଡୁଛି। ଏନେଇ ସମ୍ପୃକ୍ତ କର୍ମଚାରୀ ବିରଞ୍ଚି ନାରାୟଣ ପ୍ରଧାନଙ୍କୁ ଫୋନ୍ କରିଥିବା ବେଳେ ସେ ଫୋନ୍ ଉଠାଉନାହାନ୍ତି। ଏପଟେ ଘଟଣାକୁ ନେଇ ବିଦ୍ୟୁତ୍ ବିତରଣ ସଂସ୍ଥାର ଏସ୍‌ଡିଓଙ୍କ କହିବା ଅନୁଯାୟୀ ମୁଁ ଏବେ ନୂଆ ଆସିଥିବା ହେତୁ ସେସବୁ କର୍ମଚାରୀଙ୍କୁ ଚିହ୍ନିନି। କଣ ହୋଇଛି ବୁଝିବା ସହ ସେହି ଗାଁକୁ ବିଦ୍ୟୁତ୍ ସଜଡ଼ାଯିବାର ବ୍ୟବସ୍ଥା କରୁଛି ବୋଲି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.