Election: ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ବିରୋଧରେ ପ୍ରମୁଖ ଚ୍ୟାଲେଞ୍ଜର କିଏ ହେବ?

3 weeks ago 12
ARTICLE AD BOX

ଅମୃତସର: ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଦଳ ବିରୋଧରେ କିଏ ପ୍ରମୁଖ ଚ୍ୟାଲଞ୍ଜର ହେବ ସେନେଇ ଲଢ଼େଇ ତୀବ୍ର ହୋଇଛି। ବିଜେପି, କଂଗ୍ରେସ ଏବଂ ଶିରୋମଣି ଅକାଳୀ ଦଳ ସମସ୍ତେ ଆପ୍‌ ବିରୋଧରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ହେବାପାଇଁ ଚାହିଛନ୍ତି। ୧୮ ଆସନ ସହ କଂଗ୍ରେସ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ରହିଛି। ଶିରୋମଣି ଅକାଳି ଦଳ ଏବଂ ବିଜେପିର ସଂଖ୍ୟା ଠାରୁ କଂଗ୍ରେସର ସଂଖ୍ୟା ଅଧିକ ରହିଛି। 

ତେବେ କଂଗ୍ରେସ ଦଳରେ ଏବେ ଆନ୍ତଃକନ୍ଦଳ ଘନେଇଛି। ଦଳୀୟ ନେତୃବୃନ୍ଦ ଅମରିନ୍ଦର ସିଂହ ରାଜା ୱାରିଙ୍ଗଙ୍କୁ ପଞ୍ଜାବ କଂଗ୍ରେସ ସଭାପତି ବଜାୟ ରଖିବା‌ ଦ୍ବାରା ଏବଂ ଚରଣଜିତ ସିଂହ ଚନ୍ନିଙ୍କୁ ପ୍ରଚାର କମିଟି ସଭାପତି କରିବା ଦ୍ବାରା ଦଳରେ ଆନ୍ତଃକନ୍ଦଳ ତେଜିଥିବା କୁହାଯାଉଛି। ଅନେକ ରାଜ୍ୟ ନେତାମାନେ ଚନ୍ନିଙ୍କୁ ସମର୍ଥନ କରିଛନ୍ତି ଏବଂ ନେତୃତ୍ବ ନିଷ୍ପତ୍ତି ସଂକ୍ରାନ୍ତରେ ପୁନର୍ବିଚାର କରିବାପାଇଁ ହାଇକମାଣ୍ଡଙ୍କ ଉପରେ ଚାପ ପକାଇଛନ୍ତି। ଚନ୍ନି ଏବଂ ସୁଖଜିନ୍ଦର ସିଂହ ରନ୍ଧୱା ୱାରିଙ୍ଗଙ୍କ ଦ୍ବାରା ଡକାଯାଇଥିବା ଏକ ଗୁରୁତ୍ବପୂର୍ଣ୍ଣ ଦଳୀୟ ବୈଠକରେ ମଧ୍ୟ ଯୋଗ ଦେଇନାହାନ୍ତି। ୱାରିଙ୍ଗ କହିଛନ୍ତି, ଉଭୟ ‌ନେତା ସହର ବାହାରକୁ ଯାଉଛନ୍ତି ବୋଲି ଦଳକୁ ଅବଗତ କରାଇଥିଲେ। ଉଲ୍ଲେଖଯୋଗ୍ୟ ନିକଟରେ ରାଜ୍ୟ ଶାଖାରେ ହୋଇଥିବା ଅଦଳବଦଳ ନେଇ ଚିନ୍ତା ପ୍ରକଟ କରିଥିବା ଚନ୍ନି ଏବଂ ତାଙ୍କର କିଛି ବିଶ୍ବସ୍ତ ନେତା ଏବେ ଦିଲ୍ଲୀରେ ଥିବା କୁହାଯାଉଛି।

ଏତେ କୋଟିର ମାଲିକ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିବା ପ୍ରବେଶ ବର୍ମା

ବିଜେପି ମଧ୍ୟ ପଞ୍ଜାବରେ ୪ ପ୍ରମୁଖ ଦଳମାନଙ୍କ ମଧ୍ୟରେ ସବୁଠାରୁ ଦୁର୍ବଳ ସଂଗଠନ ହୋଇଥିଲେ ବି ଏହା ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଜୋରଦାର କରିଦେଇଛି ଏବଂ ଆପ୍‌ ଦଳର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ହେବାପାଇଁ ଉଦ୍ୟମ ଲଗାଇ ଦେଇଛି। ଇତି ମଧ୍ୟ‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ନୀତିନ ନବୀନ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନି ଗତ କିଛି ମାସ ମଧ୍ୟରେ ପଞ୍ଜାବକୁ ଗସ୍ତ କରିଛନ୍ତି। ମୋଦୀ ମଧ୍ୟ କେତେକ ସଦ୍ୟ ବିକାଶମୂଳକ ପ୍ରକଳ୍ପ ଆରମ୍ଭ କରିବାପାଇଁ ଚଳିତ ମାସରେ ପୁଣି ପଞ୍ଜାବ ଗସ୍ତ କରିବେ। ଚଳିତବର୍ଷ ପଞ୍ଜାବକୁ ମୋଦୀଙ୍କର ଏହା ଦ୍ବିତୀୟ ଗସ୍ତ ହେବ।

ଅନ୍ୟପକ୍ଷେ ପଞ୍ଜାବ ରାଜନୀତିରେ ଏକଦା ପ୍ରାଦୁର୍ଭାବ ବିସ୍ତାର କରିଥିବା ଶିରୋମଣି ଅକାଳି ଦଳ ବିଜେପିରୁ ଓହରିଯିବା‌ ପରେ ରାଜ୍ୟରେ ଏହାର ସ୍ଥିତି ଦୁର୍ବଳ ହୋଇଯାଇଛି। କିନ୍ତୁ ଏହି ଦଳ ଲଗାତାର ଭାବେ ଭଗୱନ୍ତ ମାନ୍‌ ସରକାରଙ୍କୁ ଟାର୍ଗେଟ୍‌ କରିଛି। କିନ୍ତୁ ଗ୍ରାମୀଣ ଏବଂ ଶିଖ୍‌‌ ଭୋଟରଙ୍କ ମଧ୍ୟରେ ଏହାର ପାରମ୍ପରିକ ସମର୍ଥନ ହ୍ରାସ ପାଇଛି। ବିଜେପି ସହ ନୂଆକରି ମେଣ୍ଟ ହେବାର କିଛି ସମ୍ଭାବନା ନାହିଁ। କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ଦଳ କୌଣସି କନିଷ୍ଠ ସହଯୋଗୀ ଭୂମିକାରେ ରହିବନି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.