ARTICLE AD BOX
ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡ଼ା ଜିଲ୍ଲା କୋଲନରI ବ୍ଲକ ରିଭଲକଣI ଉଚ୍ଚ ବିଦ୍ୟାଳୟର ଲୋମହର୍ଷଣକାରି ରାଗିଙ୍ଗ ଘଟଣା ମନରୁ ନ ଲିଭୁଣୁ ପୁଣି ସାମ୍ନାକୁ ଆସିଛି ଆବାସିକ ବିଦ୍ୟାଳୟରେ ରାଗିଙ୍ଗ ଘଟଣାI ଏନେଇ ପୁଣି ଏକ ଭିଡିଓ ଭାଇରଲ ହେଉଥିବା ଦେଖିବାକୁ ମିଳିଛିI
ଭିଡିଓରୁ ମିଳିଥିବା ସୂଚନାରୁ ଭାଇରଲ ଭିଡିଓ ଟି ରାୟଗଡା ବ୍ଲକ ପେଣ୍ଟା ଉଚ୍ଚ ବିଦ୍ୟାଳୟରୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ଭିଡିଓ ମାଧ୍ୟମରେ ସୂଚନା ପ୍ରଦାନ କରି କହୁଛନ୍ତି କନିଷ୍ଠ ପିଲାଙ୍କୁ ବରିଷ୍ଠ ପିଲା ରାଗିଙ୍ଗ କରୁଛନ୍ତି I ଭିଡିଓରେ ଜଣେ କନିଷ୍ଠ ଛାତ୍ର ଦଶମ ଶ୍ରେଣୀ ଛାତ୍ର ସେମାନଂକୁ ରାଗିଙ୍ଗ କରୁଥିବା କଥା କାନ୍ଦି କାନ୍ଦି କହୁଥିବା ଦେଖିବାକୁ ମିଳିଛି I ବରିଷ୍ଠ ଛାତ୍ର ସେମାନଂକୁ ବାଡେଇବା ସହ ଲୁଗା ସଫା କରେଇବା ଓ ସେମାନଙ୍କୁ ପ୍ୟାଣ୍ଟ ଖୋଲି ଅଶ୍ଳୀଳ ଆଚରଣ କରୁଥିବା ମଧ୍ୟ କହୁଥିବା ଦେଖିବାକୁ ମିଳିଛିI
ଏହି ଭିଡିଓ କିଏ ଉତ୍ତୋଳନ କରିଛି ସେନେଇ କୌଣସି ତଥ୍ୟ ମିଳିପାରିନାହିଁI ରିଭଲକଣା ଘଟଣାରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ତଦନ୍ତ କରିଥିଲେI ପୂର୍ବରୁ ସେହି ଘଟଣାରେ ବିଦ୍ୟାଳୟ କର୍ତୃପକ୍ଷ ୭ ଜଣଙ୍କୁ ବିଦ୍ୟାଳୟରୁ ବହିଷ୍କାର କରିବା ସହ ଚାନ୍ଦିଲି ଥାନାରେ ଏତେଲା ଦେଇଥିଲେI
ରାଗିଙ୍ଗ ଘଟଣାରେ କଡା ଆକ୍ସନ: ସବୁଦିନ ପାଇଁ କଲେଜରୁ ତଡା ଖାଇଲେ ୭ ଛାତ୍ର
ରାୟଗଡା ଜିଲ୍ଲା ଆବାସିକ ବିଦ୍ୟାଳୟରେ ବଢୁଥିବା ହିଂସ୍ରିକ ଆଚରଣ ଘଟଣାକୁ ନେଇ ଆୟୋଗ ଚିନ୍ତା ପ୍ରକଟ କରିବା ସହ ଶିଶୁ ସୁରକ୍ଷା ବିପନ୍ନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେI ତେବେ ପେଣ୍ଟା ଉଚ୍ଚ ବିଦ୍ୟାଳୟ ରେ ଏଭଳି ଘଟଣା କେବେଠାରୁ ହେଉଛି ତଥ୍ୟ ମିଳିପାରିନାହିଁI ଭିଡିଓଟି ପୁଣି ଚIଞ୍ଚଲ୍ୟ ସୃଷ୍ଟି କରିବା ସହ ଆବାସିକ ବିଦ୍ୟାଳୟର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିI

1 week ago
8


