Earthquake: ଜାପାନରେ ୭.୧ ତୀବ୍ରତାଯୁକ୍ତ ଭୂମିକମ୍ପ: ସୁନାମି ସତର୍କତା ଜାରି

6 days ago 5
ARTICLE AD BOX

ଟୋକିଓ:ଜାପାନର କୁମାମୋଟୋର କ୍ୟୁଶୁ ଅଞ୍ଚଳରେ ଏକ ଶକ୍ତିଶାଳୀ ୭.୧ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ୩.୨୮ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ସମୁଦ୍ରରେ ଜୁଆର ଉଠିବା ଆଶଙ୍କା ରହିଛି ବୋଲି ଜାପାନ ପାଣିପାଗ ସଂସ୍ଥା ଏହି ସୂଚନା ପ୍ରକାଶ କରିଛି। ଉପକୂଳବାସୀଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବାକୁ କର୍ତ୍ତୃପକ୍ଷ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।

ଉଦ୍ଧାର କାର୍ଯ୍ୟ ଜାରି

ଜାପାନ ସରକାର ଅନେକ ପ୍ରାନ୍ତରେ ଏନେଇ ହାଇ ଆଲର୍ଟ ଜାରି କରିଛନ୍ତି। ଜାପାନ ସରକାର ଦକ୍ଷିଣ କ୍ୟୁଶୁ ଦ୍ୱୀପରେ ଥିବା କୁମାମୋଟୋ, ନାଗାସାକି, କାଗୋସିମା, ଫୁକୁଓକା, ସାଗା, ଓଇଟା ଏବଂ ମିୟାଜାକି ପ୍ରାନ୍ତରେ ଜରୁରୀକାଳୀନ ଭୂମିକମ୍ପ ସତର୍କତା ଘୋଷଣା କରିଛନ୍ତି। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକଙ୍କ ପାଇଁ ଠିଆ ହେବା କଷ୍ଟକର ଥିଲା। ଅନେକ କୋଠାଘର ତାସ ଘର ପରି ଥରି ଉଠିଥିଲା। ଭୂମିକମ୍ପ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Chardham Yatra: ଚାରିଧାମ ଯାତ୍ରା ଦୁଇ ଦିନ ପାଇଁ ବନ୍ଦ: ବାଧକ ସାଜିଲା ଖରାପ ପାଗ

କୁମାମୋଟୋର ଅନ୍ୟ ସହରଗୁଡ଼ିକ ସହିତ ପଡ଼ୋଶୀ ଅଞ୍ଚଳ ନାଗାସାକି, କାଗୋଶିମା, ଫୁକୁଓକା, ସାଗା ଏବଂ ମିଆଜାକିରେ ମଧ୍ୟ ୫ କିମ୍ବା ତା’ଠାରୁ କମ୍ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ କୁମାମୋଟୋ ସହରରୁ ଦକ୍ଷିଣରେ ଥିବା ଉକି ସହରର ଭୂପୃଷ୍ଠର ୧୦ କିଲୋମିଟର ଗଭୀରତାରେ ଥିଲା। କ୍ୟୁଶୁ ଇଲେକ୍ଟ୍ରିକ୍ ଅନୁଯାୟୀ, କୁମାମୋଟୋ ପ୍ରିଫେକ୍ଚରରେ ପ୍ରାୟ ୪୫,୬୦୦ ପରିବାରରେ ବିଦ୍ୟୁତ୍ ସଂଯୋଗ ବନ୍ଦ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.