Earthquake: ଜପାନରେ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି, ଅନେକ ଆହତ

3 days ago 1
ARTICLE AD BOX

ଟୋକିଓ: ଦକ୍ଷିଣ-ପଶ୍ଚିମ ଜପାନର କୁମାମୋଟୋ ଅଞ୍ଚଳରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ମଙ୍ଗଳବାର ଦିନ କ୍ୟୁଶୁ ଦ୍ୱୀପରେ ଅନୁଭୂତ ହୋଇଥିବା ୭.୧ ତୀବ୍ରତାର ଏହି ବିନାଶକାରୀ ଭୂମିକମ୍ପ ଯୋଗୁଁ ଅନେକ ଘରଦ୍ୱାର ଭାଙ୍ଗି ଚୁରମାର ହୋଇଯିବା ସହ ଶପିଂ ମଲରେ ବିସ୍ଫୋରଣ ଏବଂ କାରଖାନାର ଚିମନି ଭୁଶୁଡ଼ି ପଡ଼ିଛି। କୁମାମୋଟୋ ପ୍ରାନ୍ତୀୟ ସରକାରଙ୍କ ସୂଚନା ଅନୁଯାୟୀ, ୩୪ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବା ବେଳେ ଅନ୍ୟ ଜଣଙ୍କ ମୃତ୍ୟୁର କାରଣ ଯାଞ୍ଚ କରାଯାଉଛି। ଏହି ବିପର୍ଯ୍ୟୟରେ ୮୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି, ଯେଉଁଥିମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଉଦ୍ଧାର କାର୍ଯ୍ୟ ଜାରି

ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିଶେଷ କରି କାଶିମା ସହରର ଆଓନ୍ ମଲ୍ ଶପିଂ ସେଣ୍ଟରରେ ଭୂମିକମ୍ପ ସମୟରେ ହଜାର ହଜାର ଲୋକ ଥିବା ବେଳେ ମଲର ଦ୍ୱିତୀୟ ମହଲା ଭୁଶୁଡ଼ି ପଡ଼ିବାରୁ ଅନେକ ଲୋକ ଫସି ରହିଥିଲେ। ସେଠାରୁ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୧ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ସେହିପରି ୟାତ୍ସୁଶିରୋ ଅଞ୍ଚଳରେ ଥିବା ନିପନ୍ ପେପର ଇଣ୍ଡଷ୍ଟ୍ରିଜ୍ କାରଖାନାର ଚିମନି ଭୁଶୁଡ଼ି ପଡ଼ିବାରୁ ୯ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଭାବିତ ଅଞ୍ଚଳରେ ୩,୫୦୦ରୁ ଅଧିକ ଘରକୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ବେଳେ ୯,୦୦୦ରୁ ଉର୍ଦ୍ଧ୍ୱ ଲୋକ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରହୁଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଶ୍ରୟସ୍ଥଳୀଗୁଡ଼ିକରେ ଏୟାର କଣ୍ଡିସନର ପାଇଁ ଅତିରିକ୍ତ ବିଦ୍ୟୁତ୍ ବ୍ୟବସ୍ଥା କରାଯାଉଛି। କୁମାମୋଟୋ ଓ କ୍ୟୁଶୁର ବିଭିନ୍ନ ଭାଗରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ସେନା ଓ ଉଦ୍ଧାରକାରୀ ଦଳ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି।

Terrorist Attack: ଆଫଗାନ୍‌ ସୀମାରେ ପାକିସ୍ତାନ ପୁଲିସ ପୋଷ୍ଟ ଉପରେ ଆତଙ୍କବାଦୀ ଆକ୍ରମଣ: ୧୧ ସୁରକ୍ଷାକର୍ମୀ ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.