ARTICLE AD BOX
କଟକ: ରାଜ୍ୟରେ ବର୍ଦ୍ଧିତ ସାଇବର୍ (ଅନ୍ଲାଇନ୍, ମୋବାଇଲ୍ ଆଦି) ଆର୍ଥିକ ଠକେଇ ଘଟଣାକୁ ନିୟନ୍ତ୍ରଣ କରିବାକୁ ଓଡ଼ିଶା ପୁଲିସ ନୂଆ ପଦକ୍ଷେପ ଗ୍ରହଣ କରିଛି। ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଶୂନ ଏତଲା’ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି।
ଆଜି (ବୁଧବାର) ରାଜ୍ୟ ପୋଲିସ ମୁଖ୍ୟାଳୟରେ ଏନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ବ୍ୟବସ୍ଥାର ଲୋକାର୍ପଣ କରିଥିଲେ।
3 cyber fraudsters: ଆସାମରୁ ବନ୍ଧାହେଲେ ୩ ସାଇବର ଠକ
ନୂତନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ଡିଜିପି କହିଛନ୍ତି, ଏହି ବ୍ୟବସ୍ଥାରେ ରାଜ୍ୟ ଅପରାଧ ଅଭିଲେଖ ବ୍ୟୁରୋ (SCRB) ଜାତୀୟ ସାଇବର ହେଲ୍ପଲାଇନ୍ ୧୯୩୦କୁ CCTNS ସହ ସମନ୍ୱୟ କରାଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ, ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ବନ୍ଧୀୟ ଅଭିଯୋଗ ୧୯୩୦ରେ ପଞ୍ଜୀକୃତ ହେଲେ, CCTNSରେ ସ୍ୱୟଂଚାଳିତ ଭାବେ e-Zero FIR ଅନୁରୋଧ ସୃଷ୍ଟି ହେବ ଏବଂ ତାହା ଅପରାଧ ଶାଖାର ସାଇବର ପୋଲିସ ଷ୍ଟେସନ୍କୁ ପଠାଯିବ।
/filters:format(webp)/sambad/media/media_files/2026/07/08/e-zero-fir-2026-07-08-18-55-04.jpeg)
ପ୍ରାଥମିକ ଯାଞ୍ଚ ପରେ ସାଇବର ପୋଲିସ ଷ୍ଟେସନ୍ ନିୟମିତ ଏଫ୍ଆଇଆର୍ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିପାରିବ। ପ୍ରୟୋଜନ ଅନୁଯାୟୀ ମାମଲାକୁ ସମ୍ପୃକ୍ତ ଥାନାକୁ ସ୍ଥାନାନ୍ତର, ଜିରୋ ଏଫ୍ଆଇଆର୍ ଭାବେ ପଞ୍ଜୀକରଣ, ପୂର୍ବରୁ ଥିବା ମାମଲା ସହ ସଂଯୋଗ କିମ୍ବା ନିର୍ଦ୍ଧାରିତ ମାନଦଣ୍ଡ ପୂରଣ ନ କରୁଥିବା ଅଭିଯୋଗକୁ ବନ୍ଦ କରାଯାଇପାରିବ। ଏହି ବ୍ୟବସ୍ଥା ମାଧ୍ୟମରେ ଅଭିଯୋଗକାରୀମାନେ ମଧ୍ୟ ନିଜ ମାମଲାର ଅଗ୍ରଗତି ସମ୍ପର୍କରେ ସହଜରେ ସୂଚନା ପାଇପାରିବେ।
Cyber Fraud: ତିନିବର୍ଷରେ ୬୬୪ ସାଇବର ଠକେଇ, ଲୁଟିଛନ୍ତି ୩୨ କୋଟିରୁ ଅଧିକ
ଡିଜିପି ସାଧାରଣ ଲୋକଙ୍କୁ ଅନୁରୋଧ କରିଥିଲେ ଯେ, ସାଇବର ଆର୍ଥିକ ଠକେଇର ଶିକାର ହେଲେ ବିଳମ୍ବ ନକରି ତୁରନ୍ତ ୧୯୩୦ରେ ଅଭିଯୋଗ କରନ୍ତୁ। ଶୀଘ୍ର ଅଭିଯୋଗ କଲେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବ ଏବଂ ଠକେଇ ହୋଇଥିବା ଅର୍ଥ ଫେରିପାଇବାର ସମ୍ଭାବନା ମଧ୍ୟ ବଢ଼ିବ।
ଡିଜିପି ଏହି ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ପାଇଁ ରାଜ୍ୟ ଅପରାଧ ଅଭିଲେଖ ବ୍ୟୁରୋ, ଅପରାଧ ଶାଖା ଓ ସମ୍ପୃକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ।

3 weeks ago
13


