Duleep Trophy 2026: ଦଲୀପ ଟ୍ରଫି ଫାଇନାଲ୍‌ରେ ଦକ୍ଷିଣାଞ୍ଚଳ

2 weeks ago 6
ARTICLE AD BOX

ବେଙ୍ଗାଲୁରୁ: ଚଳିତ ଦଲୀପ ଟ୍ରଫି ଫାଇନାଲ୍‌ରେ ଦକ୍ଷିଣାଞ୍ଚଳ ପ୍ରବେଶ କରିଛି। ରବିବାରଠୁ ଚେନ୍ନାଇରେ ଖେଳାଯିବାକୁ ଫାଇନାଲ୍‌ରେ ଏହି ଦଳ ପୂର୍ବାଞ୍ଚଳକୁ ଭେଟିବ। ବୁଧବାର ସେମିଫାଇନାଲ୍‌ର ଚତୁର୍ଥ ଦିନରେ ଦକ୍ଷିଣାଞ୍ଚଳ ୭ ୱିକେଟ୍‌ରେ ଉତ୍ତରାଞ୍ଚଳକୁ ପରାସ୍ତ କରିଛି। ପ୍ରଥମ ପାଳିରେ ୧୧୬* ରନ୍‌ କରିଥିବା ଅଧିନାୟକ ତିଳକ ବର୍ମା (୫୧*, ୭୯ ବଲ୍‌, ୮ ଚୌକା) ଦ୍ବିତୀୟ ପାଳିରେ ଅପରାଜିତ ଅର୍ଦ୍ଧଶତକ ଅର୍ଜନ କରି ଦଳକୁ ଏହି ବିଜୟ ଭେଟି ଦେଇଥିଲେ। ଏହି ବିଜୟରେ ତାଙ୍କୁ ସ୍ମରଣ ରବିଚନ୍ଦ୍ରନ (୩୨*, ୪୨ ବଲ୍‌, ୪ ଚୌକା, ୧ ଛକା) ଭଲ ସହାୟତା କରିଥିଲେ। ଉଭୟ ଚତୁର୍ଥ ୱିକେଟ୍‌ରେ ୮୦ ରନ୍‌ ଯୋଡ଼ିଥିଲେ। ୧୮୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦକ୍ଷିଣାଞ୍ଚଳ ପାଇଁ ରିକି ଭୁଏ (୪୨) ଓ ନାରାୟଣ ଜଗଦୀଶାନ (୪୩) ମଧ୍ୟ ଭଲ ଆରମ୍ଭ କରିଥିଲେ। ପୂର୍ବରୁ ଗତକାଲିର ସ୍କୋର୍‌ ୨୫୬/୭ରୁ ବୁଧବାର ଖେଳ ଆରମ୍ଭ କରିଥିବା ଉତ୍ତରାଞ୍ଚଳ ୪୧ ରନ୍‌ ଯୋଡ଼ି ଅବଶିଷ୍ଟ ୱିକେଟ୍‌ ହରାଇଥିଲା। ପ୍ରଥମ ପାଳିରେ ଉତ୍ତରାଞ୍ଚଳ ୧୯୫ ରନ୍‌ କରିଥିଲା ବେଳେ ଦକ୍ଷିଣାଞ୍ଚଳ ୩୧୨ ରନ୍‌ କରିଥିଲା। ତିଳକ ବର୍ମା (୧୧୬*, ୫୧*) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ବଂଶଧାରା ନଦୀରେ ବୁଡ଼ି ଜଣେ ବ୍ୟକ୍ତି ନିଖୋଜ

Read Entire Article
LEFT SIDEBAR AD

Hidden in mobile, Best for skyscrapers.