Drowning in Pond ପୋଖରୀରେ ବୁଡ଼ି ଯୁବକ ମୃତ

2 weeks ago 8
ARTICLE AD BOX

ସୋର:  ସୋର ଥାନା ସାଜନପୁର ପଞ୍ଚାୟତ ଚାରିଘରିଆ ଗ୍ରାମର ଜଣେ ଯୁବକଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି।

Dead Youthମୃତ ଯୁବକ: ଫାଇ‌ଲ୍‌ ଫଟୋ

ସୂଚନା ଅନୁସାରେ,  ବିଶ୍ୱଜିତ ରାଉଳ ଆଜି(ବୁଧବାର) ମଧ୍ୟାହ୍ନରେ ଶୌଚହେବା ପାଇଁ ପୋଖରୀକୁ  ଯାଇଥିଲେ।  ତେବେ ସେଠାରୁ ଅନେକ ସମୟ ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘର ନିକଟରେ ଥିବା ପୋଖରୀରୁ ତାଙ୍କୁ ଉଦ୍ଧାର କରିଥିଲେ। ସୋର ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Drown: ପୋଖରୀରେ ବୁଡ଼ି ଛାତ୍ରୀଙ୍କ ମୃତ୍ୟୁ

ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.