Driver Death: ପୋଖରୀ ଭିତରକୁ ପଶିଗଲା ଟ୍ରାକ୍ଟର, ପାଣିରେ ଚାପି ହୋଇ ଚାଳକଙ୍କ ମୃତ୍ୟୁ

1 month ago 8
ARTICLE AD BOX

ବାଲିପାଟଣା: ବାଲିପାଟଣା ଥାନା ଗୁଆପୁର ବାଲୁଙ୍କେଶ୍ୱରଙ୍କ ନିକଟରେ ଥିବା ପୋଖରୀ ଭିତରକୁ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିଛି। ଟ୍ରାକ୍ଟର ଚାଳକଙ୍କ ଉପରେ ଇଂଜିନ ଚାପି ହୋଇ ଯାଇଛି। ଦୀର୍ଘ ୩ ଘଣ୍ଟା ପରେ ଡ୍ରାଇଭରଙ୍କୁ ପାଣି ଭିତରୁ ଉଦ୍ଧାର କରାଯାଇଛି। ବାଲିପାଟଣା ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି।

ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ଅଗ୍ନିଶମ ବାହିନୀ ଯୁବକଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ଡ୍ରାଇଭରଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଲେ ମାର୍ଥାପୁର ପଞ୍ଚାୟତ ଆଳୋଇ ଗ୍ରାମର ସୌମ୍ୟ ରଞ୍ଜନ କାଣ୍ଡି ଓରଫ ବିପିନ।  ଗଭୀର ପାଣି ଭିତରୁ ଇଂଜିନ ସହ ଯୁବକଙ୍କୁ ଉଦ୍ଧାର କରିବାରେ ଅସୁବିଧା ହୋଇଥିଲା। ଘଟଣା ସ୍ଥଳରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Harishankar: ଶ୍ରାବଣ ଦ୍ବିତୀୟ ସୋମବାର: ହରିଶଙ୍କର ପୀଠ ଚଳଚଞ୍ଚଳ

Read Entire Article
LEFT SIDEBAR AD

Hidden in mobile, Best for skyscrapers.