Drinking Water: ଦୂଷିତ ପାଣି ପିଉଛନ୍ତି ଲୋକେ

3 weeks ago 12
ARTICLE AD BOX

ରାଇରଙ୍ଗପୁର/ବିଜାତଳା: ବସୁଧା ପାନୀୟ ଜଳ ପ୍ରକଳ୍ପରୁ ବଦଳରେ ଦୂଷିତ ପାଣି ପିଉଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ମୟୂରଭଂଜ ଜିଲ୍ଲା ରାଇରଂଗପୁର ଉପଖଣ୍ଡ ଅଧୀନ ବିଜାତଳା ବ୍ଲକ ଅନ୍ତର୍ଗତ ବିଜାତଳା ପଞ୍ଚାୟତର ବସୁଧା ପାନୀୟ ଜଳ ପ୍ରକଳ୍ପର ପାଣିରେ ଜୀଅନ୍ତା ପୋକ ବାହାରୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ପାଣିର ନିୟମିତ ଗୁଣବତ୍ତା ପରୀକ୍ଷା କରାଯାଉନାହିଁ। ବ୍ଲିଚିଂ ପାଉଡର ମଧ୍ଯ ଠିକ୍ ଭାବରେ ପ୍ରୟୋଗ କରାଯାଉନାହିଁ। 

ଯଦି ଅଭିଯୋଗ ସତ୍ୟ, ତେବେ ଏହା ଜନସ୍ବାସ୍ଥ୍ୟ ସହ ଜଡ଼ିତ ଏକ ଗୁରୁତର ବିଷୟ। ଏହାର ତୁରନ୍ତ ତଦନ୍ତ ଆବଶ୍ୟକ। ଏହି ପ୍ରସଙ୍ଗରେ ବିଡିଓ, ସରପଞ୍ଚ ଏବଂ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗଙ୍କୁ ଅନୁରୋଧ କରାଯାଇ ଘଟଣାର ତୁରନ୍ତ ଯାଞ୍ଚ କରି ପାଣିର ଗୁଣବତ୍ତା ପରୀକ୍ଷା, ଆବଶ୍ୟକ ବିଶୋଧନ ବ୍ୟବସ୍ଥା ଓ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାବି ହେଉଛି। ଏ ସମ୍ପର୍କରେ ରାଇରଙ୍ଗପୁରସ୍ଥିତ ବିଭାଜନ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ଅଧୂକ୍ଷଣ ଯନ୍ତ୍ରୀଙ୍କ ମତାମତ ପାଇଁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା। ସେ ଏହାର କୌଣସି ଉତ୍ତର ଦେଇନାହାନ୍ତି।

Diarrhea deaths: ଦୂଷିତ ପାଣି ପାଇଁ ଇନ୍ଦୋରରେ ଡାଇରିଆ ମୃତ୍ୟୁ: ଲ୍ୟାବ୍‌ ରିପୋର୍ଟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.