ARTICLE AD BOX
ଲକ୍ଷ୍ନୌ: ରାମ ମନ୍ଦିର ଦାନ ପାଣ୍ଠିର ଆତ୍ମସାତ୍ ଘଟଣାର ତଦନ୍ତ ପରିସର ବୃଦ୍ଧି ପାଇଛି। ତଦନ୍ତକାରୀମାନେ ଅଭିଯୁକ୍ତଙ୍କ ଦ୍ୱାରା ଚୋରି ହୋଇଥିବା ଟଙ୍କାର ଏକ ଅଂଶ ଷ୍ଟକ୍ ମାର୍କେଟ ଓ ଅନ୍ୟାନ୍ୟ ଆର୍ଥିକ କାରବାରରେ ନିବେଶ କରାଯାଇଥିବା ଜାଣିବାକୁ ପାଇଛନ୍ତି। ଦାନ ଅର୍ଥକୁ କେବଳ ଲୁଚାଇବା ପାଇଁ ନୁହେଁ, ବରଂ ଲାଭ ପାଇବା ପାଇଁ ମଧ୍ୟ ବ୍ୟବହାର କରାଯାଉଥିଲା। ଅଯୋଧ୍ୟା ପୁଲିସ ଅଭିଯୁକ୍ତଙ୍କ ଘର ପୁଣି ଥରେ ଚଢ଼ଉ କରିବା ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିଛି।
Heavy Rain: ଗାଜିଆବାଦରେ ବର୍ଷା ପାଣିରେ ପଡ଼ିଯାଇ ୩ ବର୍ଷର ଶିଶୁର ମୃତ୍ୟୁ
ତଦନ୍ତ ସମ୍ପର୍କରେ ଅବଗତ ଥିବା ସୂତ୍ରରୁ ଜଣାପଡ଼ିଛି ଯେ, ପୁଲିସ ଗୁରୁବାର ଅଭିଯୁକ୍ତ ଅନୁକଳ୍ପ ମିଶ୍ରକୁ ତାଙ୍କ ଘରକୁ ନେଇଥିଲା, ଘର ତଲାସି କରିବା ସହିତ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିଲା। ଜେରା ବେଳେ ଅନୁକଳ୍ପ ମିଶ୍ର କହିଥିଲା ଯେ, ସେ ଓ ଅବିନାଶ ଶୁକ୍ଲା ଚୋରି ଟଙ୍କାକୁ ଷ୍ଟକ ମାର୍କେଟରେ ନିବେଶ ପାଇଁ ବ୍ୟବହାର କରିଥିଲେ। ସେମାନେ ଚୋରି ଦାନ ଅର୍ଥକୁ ସୁଧରେ ଦେଉଥିଲେ ଓ ଟଙ୍କା ନିଜ ଆକାଉଣ୍ଟକୁ ଫେରାଇବା ପୂର୍ବରୁ ସେମାନଙ୍କ ସମ୍ପର୍କୀୟ ଏବଂ ନିକଟ ବନ୍ଧୁମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରୁଥିଲେ।
୩ ଅଭିଯୁକ୍ତଙ୍କୁ ୪୦ ଘଣ୍ଟା ପାଇଁ ରିମାଣ୍ଡରେ
ବୁଧବାର ପୁଲିସ ଲବକୁଶ ମିଶ୍ରା ଓ କରୁଣେଶ ପାଣ୍ଡେଙ୍କୁ ସେମାନଙ୍କ ଘରକୁ ନେଇ ତଲାସି କରିଥିଲା। ସମସ୍ତ ୩ ଅଭିଯୁକ୍ତଙ୍କୁ ବର୍ତ୍ତମାନ ପୁଲିସ ୪୦ ଘଣ୍ଟା ପାଇଁ ରିମାଣ୍ଡରେ ନେଇଛି। ପୁଲିସ ସୂତ୍ର ଅନୁଯାୟୀ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ପଚରାଉଚରା ସହିତ ସମସ୍ତ ବ୍ୟାଙ୍କ କାଗଜପତ୍ର, ଇଲେକ୍ଟ୍ରୋନିକ୍ସ ଉପକରଣ, ନିବେଶ ରେକର୍ଡ଼ ପ୍ରଭୃତି ଯାଞ୍ଚ କରିଥିଲା। ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ତଦନ୍ତକାରୀ ଅଭିଯୁକ୍ତ ଓ ସେମାନଙ୍କ ସମ୍ପର୍କୀୟଙ୍କ ୩୦ ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି।

3 weeks ago
12


