Djokovic: ୮ ବର୍ଷ ପରେ ଶୀର୍ଷ ୧୦ରୁ ହଟିଲେ ଜୋକୋଭିକ୍‌

3 days ago 3
ARTICLE AD BOX

ନ୍ୟୁୟର୍କ: ନିକଟରେ ଶେଷ ହୋଇଥିବା ୟୁଏସ୍‌ ଓପନ୍‌ର ପ୍ରଥମ ରାଉଣ୍ଡରେ ମାରିଆନୋ ନାଭୋନେଙ୍କଠୁ ହାରି ବିଦା ହୋଇଥିବା ବିଶ୍ବର ପୂର୍ବତନ ୧ ନମ୍ବର ଟେନିସ୍‌ ଖେଳାଳି ନୋଭାକ ଜୋକୋଭିକ୍‌ଙ୍କ ମାନ୍ୟତାରେ ବଡ଼ ଅବନତି ଘଟିଛି। ସୋମବାର ଘୋଷିତ ଏଟିପି ମାନ୍ୟତାରେ ୨୦୦୬ ଅଷ୍ଟ୍ରେଲିଆନ୍‌ ଓପନ୍‌ ପରେ ପ୍ରଥମ ଥର କୌଣସି ଗ୍ରାଣ୍ଡ ସ୍ଲାମ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା ଏହି ୩୯ ବର୍ଷୀୟ ସର୍ବିୟା ତାରକା ଦ୍ବାଦଶ ସ୍ଥାନରେ ପହଞ୍ଚିଛନ୍ତି। ଫଳରେ ୨୪ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ଜୋକୋଭିକ୍‌ ପ୍ରାୟ ୮ ବର୍ଷ ପରେ ପ୍ରଥମ ଥର ଲାଗି ଶୀର୍ଷ ୧୦ରୁ ବିତାଡ଼ିତ ହୋଇଛନ୍ତି।

୨୦୦୭ରେ ପ୍ରଥମ ଥର ଶୀର୍ଷ ୧୦ ମଧ୍ୟରେ ପ୍ରବେଶ କରିଥିବା ଜୋକୋଭିକ୍‌ ଏହାର ୧୦ ବର୍ଷ ପରେ ୱିମ୍ବଲଡନ୍‌ କ୍ବାର୍ଟରଫାଇନାଲ୍‌ ବେଳେ କହୁଣୀ ଆଘାତ ସମସ୍ୟା ଯୋଗୁଁ ଓହରି ଯାଇଥିଲେ। ଏହା ପରେ ପୂରା ଋତୁ ଆଉ କୋର୍ଟକୁ ଓହ୍ଲାଇପାରି ନଥିଲେ। ଫଳରେ ନଭେମ୍ବର ମାସରେ ଶୀର୍ଷରୁ ବାଦ୍‌ ପଡ଼ିଥିଲେ। କିନ୍ତୁ ୨୦୧୮ରେ ପ୍ରତ୍ୟାବର୍ତ୍ତନରେ ଚତୁର୍ଥ ଗ୍ରାସ୍‌ କୋର୍ଟ (ୱିମ୍ବଲଡନ୍‌) ଟ୍ରଫି ଜିତି ଜୋକୋଭିକ୍‌ ଶୀର୍ଷ ୧୦କୁ ପୁଣି ଥରେ ଫେରିଥିଲେ। ଜୋକୋଭିକ୍‌ ନାଁରେ ସର୍ବାଧିକ ସପ୍ତାହ (୪୨୮) ବିଶ୍ବର ୧ ନମ୍ବର ସ୍ଥାନ ଅଳଙ୍କୃତ କରିବାର ରେକର୍ଡ ରହିଛି। ସଂପ୍ରିତ ଇଟାଲିର ଜାନ୍ନିକ ସିନର ଶୀର୍ଷରେ ରହିଥିଲା ବେଳେ ୟୁଏସ୍‌ ଓପନ୍‌ ବିଜେତା ଜର୍ମାନୀର ଆଲେକ୍‌ଜାଣ୍ଡର ଭେରେଭ ଦ୍ବିତୀୟ, ସ୍ପେନ୍‌ର କାର୍ଲୋସ ଅଲ୍‌କାରାଜ ତୃତୀୟ ଏବଂ ୟୁଏସ୍‌ ଓପନ୍‌ ଉପବିଜେତା ଆମେରିକାର ବେନ୍‌ ସେଲ୍‌ଟନ୍‌ ଚତୁର୍ଥରେ ରହିଛନ୍ତି।

ମର୍ମନ୍ତୁଦ ଦୁର୍ଘଟଣା: କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ମାଆ-ଶିଶୁ ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.