IAS: ଆଇଏଏସ ସ୍ତରରେ ଅଦଳବଦଳ: ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ଭାବେ ନିଯୁକ୍ତି

8 minutes ago 1
ARTICLE AD BOX

ଭୁବନେଶ୍ୱର: ଆଇଏଏସ ସ୍ତରରେ ଆଜି ରାଜ୍ୟ ସରକାର ଛୋଟଧରଣର ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ସହ ସଚିବ ଭାବରେ ନିଯୁକ୍ତି ମିଳିଛି । ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ଥିବା ଗିରିଶ ଏସ.ଏନଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ତଥା କମିଶନର ଭାବେ ବଦଳି କରାଯାଇଛି |

ଆହୁରି ପଢନ୍ତୁ: OAS: ସିଡିଓ ସମୀର ଜେନାଙ୍କୁ ଆସିକା ବିଧାୟକଙ୍କ ଦୁର୍ବ୍ୟବହାର ଅଭିଯୋଗ, ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଭେଟିଲେ ଓଏଏସ୍ ସଂଘ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ତଥା କମିଶନର ଅସ୍ବଥି ଏସଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି | ସେ ସିଟି-ଓଡ଼ିଶାର ଅତିରିକ୍ତ ଦାୟିତ୍ୱ ମଧ୍ୟ ନିର୍ବାହ କରିବେ | ସେହିପରି ଓଡିଶା ବନ ଉନ୍ନୟନ ନିଗମର ଚେୟାରମ୍ୟାନ ଥିବା ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି |

Read Entire Article
LEFT SIDEBAR AD

Hidden in mobile, Best for skyscrapers.