District Weightlifting Selection: ଜିଲ୍ଲାସ୍ତରୀୟ ଭାରୋତ୍ତୋଳନ ଚୟନ ପ୍ରତିଯୋଗିତା ଅନୁଷ୍ଠିତ, ୧୦ ଜଣ ଚୟନ

20 minutes ago 1
ARTICLE AD BOX

ଘୁ.ଉଦୟଗିରି:କନ୍ଧମାଳଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୭ ବର୍ଷରୁ କମ୍ ବୟସର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲାସ୍ତରୀୟ ଭାରୋତ୍ତୋଳନ ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପରିଷଦ ଅନ୍ତର୍ଗତ ୪ ନମ୍ବର ୱାର୍ଡରେ ଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। 

ଏସୀୟ ଭାରୋତ୍ତୋଳନ ପାଇଁ ମୀନା ଓ ବିଦୁସ୍ମିତା ମନୋନୀତ

ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସଞ୍ଜୟ କୁମାର ପାତ୍ରଙ୍କ ନେତୃତ୍ୱରେ ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।  ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଓ ଆରସ୍ମିନ ଜନତା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏମ୍‌.ଡି. ଜାମିଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ପ୍ରତିଯୋଗିତାରେ ମୋଟ ୧୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ହାବକ ଉଚ୍ଚ ବିଦ୍ୟାଳୟ, ଆରସ୍ମିନ ଜନତା ଉଚ୍ଚ ବିଦ୍ୟାଳୟ, ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ରାଇକିଆ ଆଦର୍ଶ ବିଦ୍ୟାଳୟରୁ ପ୍ରତିଯୋଗୀମାନେ ଯୋଗଦେଇଥିଲେ।

ଜାତୀୟ ମହିଳା ଭାରୋତ୍ତୋଳନ; ଓଡ଼ିଶାକୁ ଆଉ ୮ ପଦକ: ମୀନା, ରୀମା, ବିଦୁସ୍ମିତାଙ୍କୁ ସ୍ବର୍ଣ୍ଣ

ପ୍ରତିଯୋଗିତାରେ ମହକ ପ୍ରଧାନ ଓ ମାଥିଉସ ନାୟକ ସର୍ବାଧିକ ୧୦୫ କିଲୋଗ୍ରାମ ଭାର ଉତ୍ତୋଳନ କରିଥିଲେ। ସେହିପରି ଇସ୍ମାଇଲ ପ୍ରଧାନ ୩୦ କିଲୋଗ୍ରାମ ଭାର ଉତ୍ତୋଳନ କରିଥିଲେ। ରାଜ୍ୟସ୍ତରୀୟ ଭାରଉତ୍ତୋଳନ ପ୍ରତିଯୋଗିତାରେ ଜିଲ୍ଲା ପକ୍ଷରୁ ୧୦ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଛି। ଗତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲାରୁ ୧୦ ଜଣ ପ୍ରତିଯୋଗୀ ରାଜ୍ୟସ୍ତରୀୟ ଭାରଉତ୍ତୋଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସ୍ୱର୍ଣ୍ଣ ପଦକ ଏବଂ ଦୁଇଜଣ ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଥିଲେ। ଏଥିସହ ଜଣେ ଖେଳାଳି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅରୁଣାଚଳ ପ୍ରଦେଶ ଯାଇଥିଲେ। ଚଳିତ ବର୍ଷ ଚୟନ ହୋଇଥିବା ୧୦ ଜଣ ଖେଳାଳି ମଧ୍ୟ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲା ପକ୍ଷରୁ ଅଂଶଗ୍ରହଣ କରିବେ। 

ଖେଲୋ ଇଣ୍ଡିଆ ମହିଳା ଜାତୀୟ ଭାରୋତ୍ତୋଳନ: ମୀନାଙ୍କୁ ୨ ସ୍ବର୍ଣ୍ଣ, ‌ସ୍ନେହାଙ୍କୁ ୧

ଚୟନ ପ୍ରତିଯୋଗିତାକୁ ସୁଚାରୁ ରୂପେ ପରିଚାଳନା କରିବାରେ ଶାରୀରିକ ଶିକ୍ଷା ଶିକ୍ଷକ ପଞ୍ଚାନନ ନାୟକ, ଶାରୀରିକ ଶିକ୍ଷକ ସୁରେଶ ଚନ୍ଦ୍ର ସାହୁ, ସତ୍ୟବ୍ରତ କର୍ଣ୍ଣ ଓ ସଞ୍ଜୟ ସାହୁ ସହଯୋଗ କରିଥିଲେ। ଭାରୋତ୍ତୋଳନ ପ୍ରଶିକ୍ଷକ କାମଦେବ ନାୟକ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଓ ସହଯୋଗ ପ୍ରଦାନ କରିଥିଲେ। ଜାତୀୟସ୍ତରୀୟ ପ୍ରତିଯୋଗୀ ମାର୍କ ନାୟକ ମଧ୍ୟ ଚୟନ ପ୍ରକ୍ରିୟାରେ ସହଯୋଗ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.