ARTICLE AD BOX
କଟକ: କୌଣସି ବିକାଶମୂଳକ ପ୍ରସଙ୍ଗରେ ଦଳମତ ନିର୍ବିଶେଷରେ କଟକିଆମାନେ ଏକାଠି ହେବା ସାରା ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି। ଏଭଳି ଏକ ପରିବେଶ ସୃଷ୍ଟି ହୋଇଛି, ଯେଉଁଠି କଟକ ଏକ ଯୌଥ ପରିବାର ଭଳି ମନେ ହେଉଛି। ତେଣୁ କଟକିଆଙ୍କ ଏଭଳି ପ୍ରୟାସ ନିଶ୍ଚିତ ସଫଳ ହେବ, ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ। ଅଗଷ୍ଟ ୪ ତାରିଖ, ପ୍ରଥମ ଓଡ଼ିଆ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ର ପ୍ରତିଷ୍ଠା ଦିବସ ତଥା ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ ଐତିହାସିକ ପୁରୁଣା ଜେଲ୍ ପରିସରରେ ସମ୍ବାଦ-କନକ ନ୍ୟୁଜ୍ ପକ୍ଷରୁ ଆୟୋଜିତ ‘ଆମେ କଟକିଆ, ଆମେ କହିବା କଟକ କଥା’ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏଭଳି ଏକ ସମାବେଶ ଅଭୂତପୂର୍ବ। ଏତେ ବିଶିଷ୍ଟ ବ୍ୟକ୍ତିମାନେ ଏଠି ଉପସ୍ଥିତ ଅଛନ୍ତି କିନ୍ତୁ କେହି ମୁଖ୍ୟ ଅତିଥି, ମୁଖ୍ୟବକ୍ତା କି ସମ୍ମାନିତ ଅତିଥି ନୁହନ୍ତି।
Elephant: ଘର ଭାଙ୍ଗିଲା, ଫସଲ ନଷ୍ଟ କଲା ଦନ୍ତା; ଭୟଭୀତ ଅଞ୍ଚଳବାସୀ
ଏଠି ସମସ୍ତେ ବକ୍ତା, ସମସ୍ତେ ଶ୍ରୋତା। ଏହି କାର୍ଯ୍ୟକ୍ରମରେ ସହରର ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା, ପୂଜା କମିଟି ଓ ଶାନ୍ତି କମିଟିର କର୍ମକର୍ତ୍ତା, ଆଇନଜୀବୀ, ପରିବେଶବିତ୍, ସାମାଜିକ କର୍ମୀମାନେ ଯୋଗଦେଇ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଏବଂ ଦରଘାବଜାରସ୍ଥିତ ଉତ୍କଳ ଦୀପିକା ଜମିର ପୁନରୁଦ୍ଧାର କରି ସେଠାରେ ଏକ ମ୍ୟୁଜିୟମ୍ ନିର୍ମାଣ ପ୍ରସଙ୍ଗରେ ଶାଣିତ ସ୍ବର ଉପସ୍ଥାପନ କରିଥିଲେ।
ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ପାଇଁ ସହରରେ ଏକ ପରିବେଶ ସୃଷ୍ଟି କରାଯିବ। ଅଗଷ୍ଟ ୪ ତାରିଖକୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପ୍ରତ୍ୟେକ ବର୍ଷ ସ୍ବତନ୍ତ୍ର ଢଙ୍ଗରେ ପାଳନ କରାଯିବ। ଖୁବ୍ଶୀଘ୍ର ଏକ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସଂକ୍ରାନ୍ତରେ ପ୍ରସ୍ତାବ ରଖିବେ। ଛାତ୍ରଛାତ୍ରୀ, ଯୁବକମାନେ ଡିଜିଟାଲ୍ ମିଡିଆ ମାଧ୍ୟମରେ ଏହି ପ୍ରସଙ୍ଗକୁ ଆଗେଇ ନେବେ। ଗଡ଼ଖାଇ ପୁନରୁଦ୍ଧାର, ତାଳଦଣ୍ଡା ପ୍ରଦୂଷଣମୁକ୍ତ ଓ କଟକର ସୁନ୍ଦର ପରିବେଶ ହେଉଛି କଟକିଆଙ୍କ ପ୍ରସଙ୍ଗ। ସରକାର ଆମର। ତେଣୁ ସରକାର ଆମ କଥା ଶୁଣିବେ ବୋଲି ଆଜିର ସମାବେଶରେ ମତ ପ୍ରକାଶ ପାଇଥିଲା।
Flood in Bhadrak: ବନ୍ୟାରେ ପାଲଟିଛି ଜଳଭଣ୍ଡାର ଭଦ୍ରକ ଜିଲ୍ଲାର ପରିବା ହବ୍
ଏହି ଅବସରରେ ଉତ୍କଳ ପ୍ରଦେଶ ଗଠନର ମାଇଲଖୁଣ୍ଟ ଉତ୍କଳ ଦୀପିକା ଓ କଟକ ପ୍ରିଣ୍ଟିଂ କମ୍ପାନି ଲିମିଟେଡ୍ର ଜମି ପୁନରୁଦ୍ଧାର କରି ସେଠାରେ ଏକ ମ୍ୟୁଜିୟମ ଓ ସ୍ମାରକୀ ସୌଧ ନିର୍ମାଣ କରିବା ପାଇଁ ଏକ ଦାବିପତ୍ର ମେୟର ସୁବାସ ସିଂହ ଓ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ମେୟର ସୁବାସ ସିଂହ ମଧ୍ୟ ଏ ଦିଗରେ କଟକ ପୌର ନିଗମ ଆବଶ୍ୟକ ପଦକ୍ଷେପ ନେବ ବୋଲି ଘୋଷଣା କରିଥିଲେ। କଟକ ସହରବାସୀଙ୍କ ଏହି ଦାବି ସହିତ ସମ୍ବାଦ-କନକ ନ୍ୟୁଜ୍ ସବୁବେଳେ ଯୋଡ଼ିହୋଇ ରହିବ ଏବଂ କୌଣସି ପ୍ରକାର ତଥ୍ୟ ପ୍ରମାଣ ପ୍ରସ୍ତୁତି କାର୍ଯ୍ୟରେ ସବୁ କଟକିଆଙ୍କ ପାଇଁ ‘ସମ୍ବାଦ’ର ଦ୍ବାର ସବୁବେଳେ ଖୋଲା ରହିବ ବୋଲି ‘ସମ୍ବାଦ-କନକ ନ୍ୟୁଜ୍’ର ସଂପାଦକ ତନୟା ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମରେ ଜଷ୍ଟିସ୍ ମଦନମୋହନ ଦାସ, କଟକ ମହାନଗର ପୂଜା କମିଟିର ସଂପାଦକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ଇଂଜିନିୟର ମହମ୍ମଦ ମୋକିମଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ସମ୍ବାଦ-କନକ ନ୍ୟୁଜ୍ର ଡିଜିଏମ୍ ତଥା କଟକ ସଂସ୍କରଣ ମୁଖ୍ୟ କୃଷ୍ଣପ୍ରସାଦ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

1 hour ago
1


