Delhi Protest Attack: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସିଜେପି ପ୍ରତିବାଦକାରୀଙ୍କୁ ରାସ୍ତାରେ ଆକ୍ରମଣ

5 days ago 3
ARTICLE AD BOX

ନୂଆଦିଲ୍ଲୀ: ଜନ୍ତରମନ୍ତରଠାରେ କକ୍ରୋଚ ଜନତା ପାର୍ଟି (ସିଜେପି)ର ପ୍ରତିବାଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହିତ ଶେଷ ହୋଇଥିଲା। କିନ୍ତୁ ଏବେ ପ୍ରତିବାଦକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସହିତ ଦୁର୍ବ୍ୟବହାର କରାଯାଉଛି ଓ ରାସ୍ତାରେ ଆକ୍ରମଣ ମଧ୍ୟ କରାଯାଉଛି। ଭାଇରାଲ ହେଉଥିବା କେତେକ ଭିଡିଓରେ ଦେଖାଯାଉଛି ଯେ, ସିଜେପି ପ୍ରତିବାଦକାରୀମାନଙ୍କୁ ସାର୍ବଜନୀନ ସ୍ଥାନରେ ଆକ୍ରମଣ କରାଯାଉଛି ଓ ଗାଳିଗୁଲଜ କରାଯାଉଛି।ଦିଲ୍ଲୀରେ ସିଜେପି ପ୍ରତିବାଦରେ ଯୋଗ ଦେଇଥିବା ଦୁଇଜଣ ବ୍ୟକ୍ତିଙ୍କୁ ଦକ୍ଷିଣପନ୍ଥୀ କର୍ମୀ ସତ୍ୟମ ପଣ୍ଡିତଙ୍କ ଆକ୍ରମଣର ଏକ ଭିଡିଓ ଭାଇରାଲ ହେବାର କିଛି ଦିନ ପରେ, ସୋସିଆଲ ମିଡିଆରେ ଆହୁରି ଅନେକ ସମାନ କ୍ଲିପ୍ ସାମ୍ନାକୁ ଆସିଛି।

ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ ସିଜେପି ନେତୃତ୍ୱାଧୀନ ପ୍ରତିବାଦ ଶେଷ ହେବା ପରେ ପ୍ରତିବାଦକାରୀମାନଙ୍କୁ ଆକ୍ରମଣ କରାଯିବାର ଭିଡିଓ ସାମ୍ନାକୁ ଆସିଛି। ଆନ୍ଦୋଳନକୁ ସମର୍ଥନ କରୁଥିବା ଲୋକମାନେ ଏହି ଘଟଣାକୁ ଦଣ୍ଡ ଭାବରେ ବର୍ଣ୍ଣନା କରିଛନ୍ତି ଓ ପ୍ରଦର୍ଶନକାରୀଙ୍କୁ ଭୟଭୀତ କରାଯିବା ଘଟଣାରେ ଚିନ୍ତା ପ୍ରକାଶ କରିଛନ୍ତି। ବିଜେପି ସମର୍ଥକମାନେ ଅନଲାଇନରେ ପ୍ରତିବାଦକାରୀଙ୍କୁ ପରିହାସ କରୁଛନ୍ତି ଓ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ବାନ ଦେଇଛନ୍ତି। ପ୍ରତିବାଦକାରୀଙ୍କୁ ଆକ୍ରମଣ କରାଯିବାର ଅନେକ ଭିଡିଓ ଏବେ ସାମ୍‌ନାକୁ ଆସୁଛି। ସୂଚନାଯୋଗ୍ୟ, ସିଜେପି ନେତୃତ୍ୱରେ ଜନ୍ତରମନ୍ତର ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଜୋରଦାର ହୋଇଥିଲା।

Russia Ukraine War: ‘ମୃତ୍ୟୁ ଜାହାଜ’ରେ ଫସି ରହିଛନ୍ତି ୧୩ ଭାରତୀୟ କ୍ରୁ ସଦସ୍ୟ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ

Read Entire Article
LEFT SIDEBAR AD

Hidden in mobile, Best for skyscrapers.