ARTICLE AD BOX
/sambad/media/media_files/2026/07/28/75ca01c1-fc8f-4b3a-9e51-95bd6ed17b18-2026-07-28-14-06-15.jpg)
ନୂଆଦିଲ୍ଲୀ: ଜୁଲାଇ ୨୦ ‘ସଂସଦ ମାର୍ଚ୍ଚ’ ସମୟରେ ଜନ୍ତର ମନ୍ତରଠାରେ ଆନ୍ଦୋଳନରତ ଛାତ୍ରମାନଙ୍କୁ ଦମନ କରିବା ପାଇଁ ରାପିଡ୍ ଆକ୍ସନ୍ ଫୋର୍ସ (ଆରଏଏଫ୍) ଦୁଇଥର ଆଣ୍ଟି-ରାଇଅଟ୍ ଗନରୁ ଗୁଳିଚାଳନା କରିଥିବା ସହ ୫୫ଟି ନନ୍-ଇଲେକ୍ଟ୍ରିକ୍ ସେଲ୍, ୧୫ଟି ଇଲେକ୍ଟ୍ରିକ୍ ସେଲ୍ ଏବଂ ୫ଟି ଲୁହବୁହା ଗ୍ୟାସ୍ ଗ୍ରେନେଡ୍ ବ୍ୟବହାର କରିଥିବା ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାର ପୋଲିସ ଜେନେରାଲ ଡାଏରୀରୁ ସ୍ପଷ୍ଟ ହୋଇଛି। ଦିଲ୍ଲୀ ପୋଲିସର ଜଣେ ଡିସିପି ସ୍ତରୀୟ ଅଫିସରଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଏଥିରେ ବ୍ୟବହୃତ ପ୍ଲାଷ୍ଟିକ୍ ପେଲେଟ୍ ବାଜି ଅନ୍ତତଃ ୪ ଜଣ ଆନ୍ଦୋଳନକାରୀ ଆହତ ହୋଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ସଂସଦରେ ଜବାବ ଦାବି କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅପରପକ୍ଷରେ, ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ‘ଆରଏଏଫ୍’ ଆଇଜି ସୀମା ଧୁଣ୍ଡିଆ ଏହି ଅତ୍ୟାଧିକ ବଳପ୍ରଯୋଗକୁ ଅନୁଚିତ୍ ଦର୍ଶାଇବା ସହ ଭବିଷ୍ୟତରେ ଆଣ୍ଟି-ରାଇଅଟ୍ ଗନ୍, ପମ୍ପ ଆକ୍ସନ୍ ଗନ୍, ଇଲେକ୍ଟ୍ରିକ୍ ଶକ୍ ୱେପନ୍ ଏବଂ ଇଲେକ୍ଟ୍ରିକ୍ ସିଲ୍ଡର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛନ୍ତି। ଏହି ସମ୍ପୂର୍ଣ୍ଣ ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆନ୍ଦୋଳନକାରୀଙ୍କ ଉପରେ ପେଲେଟ୍ ଗନର ବ୍ୟବହାରକୁ ସମ୍ପୂର୍ଣ୍ଣ ବ୍ୟାନ୍ କରିବା ପାଇଁ ପୂର୍ବତନ ଆଇପିଏସ୍ ଅଫିସର ଜୟବର୍ଦ୍ଧନ ଆଜାଦ୍ ଏବଂ ଆହତ ବିକ୍ଷୋଭକାରୀମାନେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

6 days ago
4


