ARTICLE AD BOX
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଭଲ ସୁଯୋଗ ଆସିଛି। ହାଇକୋର୍ଟରେ ସିନିୟର ପର୍ସନାଲ ଆସିଷ୍ଟାଣ୍ଟ (ଏସପିଏ) ଓ ପର୍ସନାଲ ଆସିଷ୍ଟାଣ୍ଟ (ପିଏ) ପଦବି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଅକ୍ଟୋବର ୫ ରହିଛି।
ଆବେଦନ ପାଇଁ ଯୋଗ୍ୟତା
୧. ପ୍ରାର୍ଥୀଙ୍କ ପାଖରେ ସ୍ନାତକ ଡିଗ୍ରି ସହ କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ। ବୟସ ସୀମାର ଗଣନା ୨୦୨୬ ଜାନୁଆରି ୧ ଅନୁସାରେ କରାଯିବ। ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବାଧିକ ବୟସ ୩୨ ବର୍ଷ ରହିଛି। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ବୟସ ସୀମାରେ ଛାଡ଼ ମିଳିବ।
ଆବେଦନ ଶୁଳ୍କ
ସାଧାରଣ, ଓବିସି ଓ ଇଡବ୍ଲ୍ୟୁଏସ୍ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୫୦୦ ଟଙ୍କା ରହିଛି। ଏସ୍ସି, ଏସ୍ଟି ଓ ଦିବ୍ୟାଙ୍ଗ ବର୍ଗର ପ୍ରାର୍ଥୀଙ୍କୁ ୧୩୦୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ।
କିପରି କରିବେ ଆବେଦନ
୧. ଦିଲ୍ଲୀ ହାଇକୋର୍ଟର ଅଫିସିଆଲ୍ ୱେବସାଇଟ୍ ଖୋଲନ୍ତୁ।
୨. ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞପ୍ତି ଓ ଅନଲାଇନ୍ ଆବେଦନ ଲିଙ୍କରେ କ୍ଲିକ୍ କରନ୍ତୁ।
୩. ଆବଶ୍ୟକ ତଥ୍ୟ ଦେଇ ପଞ୍ଜୀକରଣ କରନ୍ତୁ।
୪. ଆବେଦନ ଫର୍ମରେ ଶିକ୍ଷାଗତ ଓ ବ୍ୟକ୍ତିଗତ ତଥ୍ୟ ପୂରଣ କରନ୍ତୁ।
୫. ଆବଶ୍ୟକ ଦଲିଲ ଅପଲୋଡ୍ କରି ଆବେଦନ ଶୁଳ୍କ ଦାଖଲ କରନ୍ତୁ।
୬. ଫର୍ମ ଦାଖଲ କରିବା ପରେ ଏହାର ପ୍ରିଣ୍ଟଆଉଟ୍ କିମ୍ବା ପିଡିଏଫ୍ ସୁରକ୍ଷିତ ରଖନ୍ତୁ।

1 day ago
1


